Posted inଫୁରସତ

ଏଠାରେ ୬୯ ଦିନ ବୁଡ଼ନ୍ତିନି ସୂର୍ଯ୍ୟ : ଶୀତଋତୁରେ ୯୦ ଦିନ ହୁଏ ଅନ୍ଧାର

ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ବର୍ଷରେ ୬୯ ଦିନ ସୂର୍ଯ୍ୟ ବୁଡ଼ନ୍ତିନି। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ। ଏମିତି ଦୃଶ୍ୟ ଦେଖିବାକୁ ମିଳେ ନରଓ୍ବେର ସମାରୋହ ଦ୍ୱୀପରେ। ଏଠାରେ ୧୮ ମେ’ରୁ ଜୁଲାଇ ୨୬ ପର୍ଯ୍ୟନ୍ତ ୬୯ ଦିନ ସୂର୍ଯ୍ୟ ବୁଡ଼ନ୍ତି ନାହିଁ। ଏହା ବ୍ୟତୀତ ଶୀତଋତୁରେ ୩ ମାସ ଅର୍ଥାତ ୯୦ ଦିନ ସୂର୍ଯ୍ୟ ଦେଖା ଦିଅନ୍ତି ନାହିଁ। ନରଓ୍ବେ ଦ୍ୱୀପ ବିଶ୍ୱର ପ୍ରଥମ ଟାଇମ୍‌ ଫ୍ରି ଜୋନ୍‌ ଭାବେ ଘୋଷଣା ହେବାକୁ ଯାଉଛି। ଏଥିପାଇଁ ସମାରୋହ ଦ୍ୱୀପରେ ବାସ କରୁଥିବା ପ୍ରାୟ ୩୦୦ ଲୋକ ଏକ ଅଭିଯାନ ଚଳାଇଛନ୍ତି। ଦ୍ୱୀପର ସମୟସୀମାରୁ ମୁକ୍ତି ପାଇବା ପାଇଁ ଟାଇମ୍‌ ଫ୍ରି ଜୋନ୍‌ ଭାବେ ଘୋଷଣା କରିବାକୁ ଜୋରଦାର୍‌ ପ୍ରଚାର କରୁଛନ୍ତି। ସ୍ଥାନୀୟ ଏମ୍‌ପି କେଣ୍ଟ୍‌ ଗୁଡ୍‌ମଣ୍ଡସ୍‌ମ୍ୟାନ୍‌ ଏହି ଅଭିଯାନକୁ ଆଗକୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାବ୍ୟତୀତ ଏହି ଅଭିଯାନକୁ ଡେନମାର୍କ ଏବଂ ନରର୍ଲାଣ୍ଡ ମଧ୍ୟ ସମର୍ଥନ କରିଛନ୍ତି। ଏହା ପୂର୍ବରୁ ୟୁରୋପିଆନ୍‌ ୟୁନିଅନ୍‌ ମଧ୍ୟ ୨୦୨୧ ପର୍ଯ୍ୟନ୍ତ ଡିଲାଇଟ୍‌ ସେଭିଂ ଟାଇମ୍‌ (ବର୍ଷରେ ଦୁଇଥର ଘଣ୍ଟାକୁ ଆଗକୁ ବଢ଼ାଇବା ପ୍ରକ୍ରିୟା) ଶେଷ କରିବାକୁ କହିଛି। ଏହି ଅଭିଯାନର ଉଦ୍ଦେଶ୍ୟ ହେଲା ଲୋକେ ଯେତେବେଳେ ଯାହା ଚାହିଁବେ କରିପାରିବେ। ନିର୍ଦ୍ଦିଷ୍ଟ ଏକ ସମୟସୀମାରେ ବାନ୍ଧି ନ ହୋଇ ସ୍କୁଲ କଲେଜ ଯିବା କିମ୍ବା ଅନ୍ୟ କାମ କରିବା ପାଇଁ ମୁକ୍ତ ରହି ପାରିବେ। ଏତଦ୍‌ବ୍ୟତୀତ ନରଓ୍ବେକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ସମୟ ଜଞ୍ଜାଳରେ ନ ଫସି ମୁକ୍ତ ଭାବେ ଜୀବନକୁ ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri