ଏଚ୍‌ଆଇଭି ସଂକ୍ରମିତ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା

କଟକ ଅଫିସ, ୨୨ା୭ : କଳାହାଣ୍ଡି ଜିଲା ଭବାନୀପାଟଣା ଅଞ୍ଚଳରେ ଥିବା ଏକ ଆଶ୍ରମରେ ଜଣେ ଏଚ୍‌ଆଇଭି ସଂକ୍ରମିତ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଗତ ଶନିବାର ତାଙ୍କ ମା’ ଅଭିଯୋଗ କରିଥିଲେ। ତେବେ ଏ ନେଇ ପୋଲିସ କିମ୍ବା ଶିଶୁମଙ୍ଗଳ କମିଟି (ସିଡବ୍ଲ୍ୟୁସି) ପକ୍ଷରୁ କୌଣସି ମାମଲା ରୁଜୁ କରାଯାଇ ନ ଥିଲା। ଫଳରେ ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଦାସ ରବିବାର ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଏ ନେଇ ମାମଲା ରୁଜୁ ସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୟନ୍ତ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏଥିସହିତ ପୀଡ଼ିତାଙ୍କ ପରିବାରକୁ ଓଡ଼ିଶା ଭିକ୍ଟିମ କମ୍ପେନସେସନ ସ୍କିମ୍‌ରେ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୩ ବର୍ଷ ତଳେ ବଲାଙ୍ଗୀର ସହରର ଉକ୍ତ ପୀଡ଼ିତା ଏଚ୍‌ଆଇଭି ସଂକ୍ରମିତ ଥିଲେ। ଫଳରେ ତାଙ୍କ ପରିବାର ଲୋକ ସିଡବ୍ଲ୍ୟୁସି ଜରିଆରେ ଭବାନୀପାଟଣାସ୍ଥିତ ଉକ୍ତ ଆଶ୍ରମରେ ପୀଡ଼ିତାଙ୍କୁ ରଖିଥିଲେ। ସେଠାରେ ଝିଅକୁ ଆଶ୍ରମର ମାଲିକ ଏବଂ କର୍ମଚାରୀମାନେ ଯୌନ ନିର୍ଯାତନା ଦେଉଥିବା ତାଙ୍କ ମା’ ଅଭିଯୋଗ କରିଥିଲେ। ଏଥିସହ ତାଙ୍କ ଝିଅକୁ ଘରକୁ ନେଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ଆସନ୍ତାକାଲି ଖୋଲିବନି ସ୍କୁଲ: ଏହି ୨ ଜିଲାରେ ବଢ଼ିଲା ଖରାଛୁଟି ଅବଧି

ଭୁବନେଶ୍ୱର, ୧୭।୬: ବଲାଙ୍ଗୀର ଜିଲାରେ ବଢ଼ିଲା ଖରାଛୁଟି ଅବଧି। ୨୦ ତାରିଖ ଯାଏ ଖରାଛୁଟି ଅବଧି ବଢ଼ିଛି। ତେବେ ୨୨ ତାରିଖରେ ବଲାଙ୍ଗୀରରେ ଶିକ୍ଷାନୁଷ୍ଠାନ ଖୋଲିବ। ପ୍ରବଳ…

ଭୁବନେଶ୍ୱରକୁ ଜଗିଛି ଅଦୃଶ୍ୟ ଶକ୍ତି! ଚମକାଇଲା ବିଶେଷଜ୍ଞଙ୍କ ଆକଳନ, ଆଗକୁ ଭୟଙ୍କର…

ଭୁବନେଶ୍ୱର,୧୭।୬: ଭୁବନେଶ୍ୱରବାସୀ ବର୍ଷାକୁ ଚାହିଁ ଚାହିଁ ନିରାଶ। ଆକାଶରେ ମେଘ ଆସୁଛି, ପବନ ବହୁଛି, ବର୍ଷା ହେବ ବୋଲି ଆଶା ଜାଗୁଛି। କିନ୍ତୁ ଠିକ ସେତିକିବେଳେ ମେଘ…

ପାଠ୍ୟପୁସ୍ତକରେ ତ୍ରୁଟି: ୩ ଜଣିଆ କମିଟି ଗଠନ କରି ମୁଖ୍ୟମନ୍ତ୍ରୀ କହିଲେ ୭ ଦିନରେ ରିପୋର୍ଟ ଦିଅ, ପରେ…

ଭୁବନେଶ୍ୱର,୧୭ା୬: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।…

ବଦଳି ପାଇଁ ଉପବାଚସ୍ପତିଙ୍କ ନାମରେ ଜାଲ୍‌ ଦସ୍ତଖତ, ଦୁଇ ସହକାରୀ ଯନ୍ତ୍ରୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ୱର,୧୭।୬(ତ୍ରିନାଥ ମହାନ୍ତି): ବଦଳି ପାଇଁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତକୁ ଜାଲ୍‌ କରିବା ଏବଂ ସରକାରୀ ଡି.ଓ. ପ୍ୟାଡ୍‌ର ଦୁରୁପଯୋଗ କରିବା ନେଇ…

ପ୍ରବଳ ଝଡ଼ବର୍ଷା ସମ୍ଭାବନା: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ

ଭୁବନେଶ୍ୱର, ୧୭ା୬(ବନ୍ଦନା ସେଠୀ):ଓଡ଼ିଶାରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ମଙ୍ଗଳବାର ଆଉ କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri