Posted inଜାତୀୟ

ଏକାଧିକ ଥର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୫:ସ୍ବାଧୀନ ଭାରତରେ ନରେନ୍ଦ୍ର ମୋଦିଙ୍କୁ ମିଶାଇ ୧୫ ଜଣ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ପଣ୍ଡିତ ଜବାହରଲାଲ ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଗୁଲଜାରିଲାଲ୍‌ ନନ୍ଦାଙ୍କୁ ଦୁଇଥରରେ କାମଚଳା ପ୍ରଧାନମନ୍ତ୍ରୀ କରାଯାଇଥିଲା। ଗୁରୁବାର ନରେନ୍ଦ୍ର ମୋଦି ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି। ତେବେ ମୋଦିଙ୍କ ସମେତ ୭ ଜଣ ପ୍ରଧାନମନ୍ତ୍ରୀ ଦୁଇ ବା ତତୋଧିକ ଥର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପଣ୍ଡିତ ନେହେରୁ, ଗୁଲଜାରୀ ଲାଲ୍‌ ନନ୍ଦା, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ ଓ ଡ ମନମୋହନ ସିଂ ।
ଦେଶ ସ୍ବାଧୀନ ହେବା ପରେ ପଣ୍ଡିତ ଜବାହରଲାଲ ନେହେରୁ ୪ଥରରେ ୧୬ ବର୍ଷ ୨୮୬ ଦିନ ଧରି ନିରବଚ୍ଛିନ୍ନ ଭାବେ ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ୧୫ ଅଗଷ୍ଟ ୧୯୪୭ରୁ ଆରମ୍ଭ ହୋଇ ମେ ୨୭, ୧୯୬୪ ଯାଏ ଚାଲିଥିଲା। ତାଙ୍କ ପରେ ଗୁଲଜାରିଲାଲ ନନ୍ଦା ୨ଥରରେ କାମଚଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କର ପ୍ରଥମ କାର୍ଯ୍ୟକାଳ ମେ ୨୭, ୧୯୬୪ରୁ ୯ଜୁନ୍‌ ୧୯୬୪ ଯାଏ ଏବଂ ଦ୍ୱିତୀୟ କାର୍ଯ୍ୟକାଳ ୧୧ ଜାନୁୟାରୀ ୧୯୬୬ରୁ ୨୪ ଜାନୁୟାରୀ ୧୯୬୬ ଯାଏ ଅର୍ଥାତ୍‌ ସେହି ୧୩ ଦିନ ଧରି ଏପରି ମୋଟ ୨୬ ଦିନ ଧରି ଚାଲିଥିଲା। ତେବେ ପଣ୍ଡିତ ନେହେରୁଙ୍କ ଭଳି ଇନ୍ଦିରା ଗାନ୍ଧୀ ମଧ୍ୟ ୪ ଥର ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ସେ ପ୍ରଥମ ପର୍ଯ୍ୟାୟରେ ନିରବଚ୍ଛିନ୍ନ ଭାବେ ୩ଥର ୨୪ ଜାନୁୟାରୀ, ୧୯୬୬ରୁ ୨୪ ମାର୍ଚ୍ଚ, ୧୯୭୭ ଯାଏ ଏପରି ମୋଟ ୧୧ ବର୍ଷ ୫୯ ଦିନ ଧରି ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଏହାପରେ ସେ ୧୪ ଜାନୁୟାରୀ, ୧୯୮୦ରୁ ୩୧ ଅକ୍ଟୋବର ୧୯୮୪ ଯାଏ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଦାୟିତ୍ୱରେ ରହିଥିଲେ। ତେବେ ସେ ଏହି ସମୟରେ ୪ ବର୍ଷ ୨୯୧ ଦିନ ଧରି ପ୍ରଧାନମନ୍ତ୍ରୀ ରହିଥିଲେ ଏବଂ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିପାରି ନ ଥିଲେ। ତାଙ୍କର ଜ୍ୟେଷ୍ଠ ପୁତ୍ର ରାଜୀବ ଗାନ୍ଧୀ ଦୁଇଥର ୩୧ ଅକ୍ଟୋବର, ୧୯୮୪ରୁ ୨ ଡିସେମ୍ବର, ୧୯୮୯ ଯାଏ ୫ ବର୍ଷ ୩୨ ଦିନ ଧରି ଦୁଇଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ ଅଟଳ ବିହାରୀ ବାଜପେୟୀ ୩ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କର ପ୍ରଥମ କାର୍ଯ୍ୟକାଳ ମେ ୧୬, ୧୯୯୬ରୁ ଆରମ୍ଭ ହୋଇ ଜୁନ୍‌ ପହିଲା, ୧୯୯୬ରେ ମାତ୍ର ୧୬ ଦିନ ପାଇଁ ଥିଲା। ଏହାପରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ୧୯ ମାର୍ଚ୍ଚ ୧୯୯୮ରୁ ଆରମ୍ଭ ହୋଇ ୨୨ ମେ, ୨୦୦୪ରେ ଶେଷ ହୋଇଥିଲା। ଏହି ସମୟରେ ସେ ୬ ବର୍ଷ ୬୪ ଦିନ ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ। ତାଙ୍କ ପରେ ଡ ମନମୋହନ ସିଂ ୨ଥରରେ ୨୨ ମେ, ୨୦୦୪ରୁ ୨୬ ମେ, ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ଡ ସିଂହ ୧୦ ବର୍ଷ ୪ ଦିନ ଧରି ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ ସ୍ଥାନରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ୨୬ ମେ, ୨୦୧୪ରେ ପ୍ରଥମ କାର୍ଯ୍ୟକାଳ ଆରମ୍ଭ କରିଥିଲେ। ୩୦ ମେ, ୨୦୧୯ରେ ମୋଦି ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି। ଏପରି ଦେଖିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଶାଇ ଦେଶର ୬ ଜଣ ପ୍ରଧାନମନ୍ତ୍ରୀ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବାରେ ସମର୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri