ଏଇ ଭାରତରେ

ଆହତ ପ୍ରାଣୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଅଦିତି ନାୟର। ସେ ମାଇଁପଲ୍‌ କ୍ଲବ୍‌ ଏନଜିଓ ଗଠନ କରି ରାସ୍ତାରେ ଆହତ ହେଉଥିବା ପ୍ରାଣୀମାନଙ୍କ ଚିକିତ୍ସା କରୁଛନ୍ତି। ଆହତ ବିଲେଇ, କୁକୁର, ପକ୍ଷୀ, ଗଧ ଓ ଗାଈମାନଙ୍କୁ ଚିକିତ୍ସା ଦେଇ ସୁସ୍ଥ କରିବା ପରେ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାର ବ୍ୟବସ୍ଥା ବି କରିଛନ୍ତି। ଲୋକେ ଏଭଳି ୩୦୦୦ ପ୍ରାଣୀଙ୍କୁ ନେଇ ଘରେ ପାଳିଛନ୍ତି। ୨୦୧୦ରେ ଏମବିଏ ଡିଗ୍ରୀ କରୁଥିବା ସମୟରେ ଅଦିତି ଠାଣେର କିଛି ଲୋକଙ୍କୁ ନେଇ ପ୍ରଥମେ ପ୍ରାଣୀ ସେବା ଆରମ୍ଭ କରିଥିଲେ। ପରେ ୨୦୧୪ରେ ସେ ମାଇଁପଲ କ୍ଲବ ଗଠନ କରିଥିଲେ। ୨୦୧୭ରେ ସେ ଏକ ମୋବାଇଲ ମେଡିକାଲ ୟୁନିଟ ଆରମ୍ଭ କରିଥିଲେ। ଏଥିରେ ଆମ୍ବୁଲାନ୍ସରେ ଭେଣ୍ଟିଲେଟର ଓ ଚିକିତ୍ସା ଉପକରଣ ରଖାଯାଇଛି। ଟିମରେ ପାରା ଭେଟେରିନାରି କର୍ମୀ, ଡ୍ରାଇଭର ରହୁଛନ୍ତି। ତିନୋଟି ଆମ୍ବୁଲାନ୍ସରେ ୧୭ ଜଣ ରହନ୍ତି। ଦିନକୁ ୪୫ରୁ ୫୦ ପ୍ରାଣୀଙ୍କ ହିସାବରେ ମାସକୁ ପ୍ରାୟ ୧୦୦୦ ପ୍ରାଣୀଙ୍କ ଚିକିତ୍ସା କରୁଛନ୍ତି। ଏବେ ସୁଦ୍ଧା ଅଦିତି ଓ ତାଙ୍କ ଟିମ୍‌ ୪୦,୦୦୦ ପ୍ରାଣୀଙ୍କ ଚିକିତ୍ସା କରିସାରିଲେଣି। ତାଙ୍କ ଟିମରେ ୧୭ ଜଣ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri