ଏଇ ଭାରତରେ

ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦିବସ ପାଳନ କରାଯାଉଛି। ହେଲେ ‘ନୋ ବ୍ୟାଗ୍‌ ଡେ’ ବିଷୟରେ କେବେ ଶୁଣିଛନ୍ତି କି? ଏମିତି ଏକ ଦିବସ ପାଳନ କରାଯାଇଛି ଚେନ୍ନାଇର ଓମେନ୍‌ ଖ୍ରୀଷ୍ଟିଆନ କଲେଜରେ। ଗୋଟିଏ ଦିନ ବିନା ବ୍ୟାଗ୍‌ରେ ସବୁ ଛାତ୍ରୀ କଲେଜ ଆସିବାକୁ ନିଷ୍ପତ୍ତି ନେଇ ତାହାକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛନ୍ତି। ତେବେ ବ୍ୟାଗ୍‌ ବଦଳରେ ଘରର ଛୋଟ ବଡ଼ ଜିନିଷ ସାଙ୍ଗରେ ନେଇ ଆସିବା ନିଶ୍ଚିତ ଭାବେ ଏକ ଅଜବ ଘଟଣା। ସେମାନେ ବ୍ୟାଗ୍‌ ପରିବର୍ତ୍ତେ ପ୍ରେସରକୁକର, ବକେଟ, ଲଣ୍ଡ୍ରି ବାସ୍କେଟ, ବାସ୍କେଟ, ଗାମୁଚ୍ଛା, ତକିଆ ଖୋଳ, ସୁଟ୍‌କେସ୍‌, କାର୍ଡବୋର୍ଡ ବକ୍ସ, ଟ୍ରଲି ବ୍ୟାଗ୍‌, ଗିଟାର ବ୍ୟାଗ୍‌ ଆଦି ନେଇ ଆସିଥିଲେ। ସେଥିରେ ସେମାନେ ବହି ଖାତା ମଧ୍ୟ ଆଣିଥିଲେ। ଆଉ କିଛି ଛାତ୍ରୀ ମଗ୍‌ ଓ ହ୍ୟାଙ୍ଗର ମଧ୍ୟ ଆଣିଥିଲେ। ଏଭଳି ଏକ ନିଆରା ଦିବସ ପାଳନ କରିବାରେ କଲେଜର ସମସ୍ତ ଛାତ୍ରୀ ଭାଗ ନେଇଥିଲେ ଓ ଉତ୍ସାହୀ ବି ଥିଲେ। ଏହାର ଏକ ଭିଡିଓ ଭାଇରାଲ ହୋଇଛି। ନିଜେ ଏକ ଖୁସିର ପରିବେଶ ସୃଷ୍ଟି କରିବାରେ ଆନନ୍ଦ ମିଳେ ବୋଲି ବହୁ ଛାତ୍ରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୈବ-ସ୍ବତ୍ୱ ଡକାୟତି

ଜୈବ- ସ୍ବତ୍ୱ ଡକାୟତି(Bio-piracy) ଅର୍ଥ ହେଉଛି ଅନୁମତି କିମ୍ବା ସ୍ବୀକୃତି ବିନା ବାଣିଜି୍ୟକ ଲାଭ ପାଇଁ କୌଣସି ଦେଶ କିମ୍ବା ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ ଏବଂ ପ୍ରାକୃତିକ…

ସଂସ୍କୃତି ସୁରକ୍ଷା ଚିନ୍ତା

ଇସ୍କନ ରଥଯାତ୍ରାର ତିଥି ବାରକୁ ବେଖାତିର କରି ବିଶ୍ୱର ବିଭିନ୍ନ ଭାଗରେ ଅଦିନିଆ ରଥଯାତ୍ରା ପାଳନ କରୁଛି। ପାଞ୍ଚ କୋଟି ଜନସଂଖ୍ୟା ବିଶିଷ୍ଟ ତଥା ଅଷ୍ଟମ ବୃହତ୍ତମ…

ପବିତ୍ରତାରେ ଭେଦଭାବ

ଚଳିତ ବର୍ଷ ରମଜାନ ମାସ ମାର୍ଚ୍ଚ ୧୬ର ଘଟଣା। ଏହି ଦିନ ବାରାଣସୀରେ ଗଙ୍ଗା ନଦୀରେ ଏକ ଡଙ୍ଗା ଉପରେ ୧୪ ଜଣ ମୁସଲମାନ ବ୍ୟକ୍ତି ଇଫ୍‌ତାର…

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri