ଏଇ ଭାରତରେ

ବହୁ ସମୟରେ ଅନ୍ୟମାନଙ୍କ ଦୁଃଖ ଜଣେ ବ୍ୟକ୍ତିର ହୃଦୟରେ ପରିବର୍ତ୍ତନର ସ୍ବର ଉଠାଏ, ତାକୁ ଦୁଃଖୀମାନଙ୍କ ସେବା କରିବା ଲାଗି ଶକ୍ତି ଯୋଗାଏ, ଯାହା ଘଟିଛି କେରଳର ଏନିଙ୍କ କ୍ଷେତ୍ରରେ। କୋଟ୍ଟାୟାମ୍‌ନିବାସୀ ଏନି ଏବେ ଅନାଥ ଓ ନିର୍ଯାତିତ ମହିଳାମାନଙ୍କ ସାହାରା ପାଲଟିଛନ୍ତି। ଏନି ଆରମ୍ଭରୁ ଏକ ଏନ୍‌ଜିଓରେ କାମ କରୁଥିଲେ। ଏହାର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯିବାରୁ ଦୁଇଜଣ ମହିଳାଙ୍କୁ ବାହାର କରି ଦିଆଗଲା। ଫଳରେ ସେମାନେ ଆମତ୍ହତ୍ୟା କଲେ। ଏହି ଘଟଣା ପରେ ସେ ଏନ୍‌ଜିଓ ଛାଡ଼ିଦେଲେ। ପରେ ତିନିମାସର ଝିଅକୁ ତା’ ପରିବାର ଟ୍ରେନ୍‌ରେ ଛାଡି ଚାଲିଯିବା ପରେ ସେ ଝିଅଟିକୁ ପୋଷ୍ୟଭାବେ ଗ୍ରହଣ କଲେ। ଏହି ଘଟଣା ବି ତାଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ପରେ ନିଜସ୍ବ ଉଦ୍ୟମରେ ପ୍ରତିଷ୍ଠା କଲେ ଏକ ଏନ୍‌ଜିଓ। ଏହାର ନାମ ରଖିଲେ ‘ସନ୍ଥଓ୍ବାନମ୍‌ ଚାରିଟେବଲ ଟ୍ରଷ୍ଟ’। ଏହା ଏବେ ୯୦ ଜଣ ଅନାଥ ପିଲାଙ୍କ ସମେତ ନିର୍ଯାତନାର ଶିକାର ହେଉଥିବା ମହିଳା ତଥା ପରିତ୍ୟକ୍ତ ବୃଦ୍ଧାମାନଙ୍କ ଆଶ୍ରୟସ୍ଥଳୀ ହୋଇଯାଇଛି। ବସ୍ତିଗୁଡ଼ିକରୁ ଏମାନଙ୍କୁ ଏନି ଉଦ୍ଧାର କରୁଛନ୍ତି। ସେମାନଙ୍କ ପାଇଁ ମାନସିକ ଚିକିତ୍ସାର ବ୍ୟବସ୍ଥା କରିଛନ୍ତି। ଯୋଗ ଓ ଧ୍ୟାନ ଶିଖାଉଛନ୍ତି। ନିର୍ଯାତିତ ମହିଳାମାନଙ୍କୁ ଆଇନ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି। ଅନାଥ ପିଲାମାନଙ୍କୁ ଶିକ୍ଷା ଦେବା ସହ ଧନ୍ଦାମୂଳକ ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ପାଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି ଏନି।


Enter your email to get our daily news in your inbox.

All Right Reserved By Dharitri.Com

ଜୈବ-ସ୍ବତ୍ୱ ଡକାୟତି

ଜୈବ- ସ୍ବତ୍ୱ ଡକାୟତି(Bio-piracy) ଅର୍ଥ ହେଉଛି ଅନୁମତି କିମ୍ବା ସ୍ବୀକୃତି ବିନା ବାଣିଜି୍ୟକ ଲାଭ ପାଇଁ କୌଣସି ଦେଶ କିମ୍ବା ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ ଏବଂ ପ୍ରାକୃତିକ…

ସଂସ୍କୃତି ସୁରକ୍ଷା ଚିନ୍ତା

ଇସ୍କନ ରଥଯାତ୍ରାର ତିଥି ବାରକୁ ବେଖାତିର କରି ବିଶ୍ୱର ବିଭିନ୍ନ ଭାଗରେ ଅଦିନିଆ ରଥଯାତ୍ରା ପାଳନ କରୁଛି। ପାଞ୍ଚ କୋଟି ଜନସଂଖ୍ୟା ବିଶିଷ୍ଟ ତଥା ଅଷ୍ଟମ ବୃହତ୍ତମ…

ପବିତ୍ରତାରେ ଭେଦଭାବ

ଚଳିତ ବର୍ଷ ରମଜାନ ମାସ ମାର୍ଚ୍ଚ ୧୬ର ଘଟଣା। ଏହି ଦିନ ବାରାଣସୀରେ ଗଙ୍ଗା ନଦୀରେ ଏକ ଡଙ୍ଗା ଉପରେ ୧୪ ଜଣ ମୁସଲମାନ ବ୍ୟକ୍ତି ଇଫ୍‌ତାର…

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri