ଏଇ ଭାରତରେ

କୌଣସି ବ୍ୟକ୍ତିର ଅନ୍ତିମ ସଂସ୍କାର ପାଇଁ କେତେଶହ ଅଥବା କେତେ ହଜାର ଟଙ୍କା ବ୍ୟୟ ହେଉଥିବା ବେଳେ ମୃତକଙ୍କର ଆତ୍ମୀୟମାନେ ହିଁ ଏଥିପାଇଁ ଖର୍ଚ୍ଚାନ୍ତ ହୋଇଥାଆନ୍ତି। ତେବେ ବର୍ତ୍ତମାନ ତେଲେଙ୍ଗାନାର କରିମ୍‌ନଗର ପୌର ନିଗମ ପକ୍ଷରୁ ଆରମ୍ଭ ହୋଇଛି ଏକ ନିଆରା ଯୋଜନା। ଏଠାରେ ଏଣିକି ଟଙ୍କାଏରେ ହେବ ଅନ୍ତିମ ସଂସ୍କାର। ଅର୍ଥାତ୍‌ କୌଣସି ବ୍ୟକ୍ତିର ଅନ୍ତିମ ସଂସ୍କାର ପାଇଁ ତାଙ୍କ ନିକଟ ଆତ୍ମୀୟଙ୍କୁ ଏକ ଟଙ୍କା ଦେବାକୁ ପଡିବ। ଏହା ଦେଶରେ ପ୍ରଥମକରି ଆରମ୍ଭ ହୋଇଥିବା କୁହାଯାଉଛି। ପୂର୍ବରୁ ଏକଟଙ୍କାରେ ଖାଦ୍ୟ ଯୋଜନା ଆରମ୍ଭ ହୋଇଥିଲା। ଏଠାରେ ମୃତକଙ୍କ ଅନ୍ତିମ ସଂସ୍କାର କେବଳ ଏକଟଙ୍କାରେ କରାଯିବା ପାଇଁ ବ୍ୟବସ୍ଥା ହୋଇଛି। ସବୁ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହା ଲାଗୁହେବ ବୋଲି ନଗର ନିଗମ ମେୟର ଏସ୍‌. ରବୀନ୍ଦ୍ର ସିଂ ସୂଚନା ଦେଇଛନ୍ତି। ଏଥିପାଇଁ ୧ କୋଟି ୧୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ମେୟର ସୂଚନା ଦେଇଛନ୍ତି। ସେହିପରି ଏହି ଯୋଜନା ଅଧୀନରେ ପରମ୍ପରା ଅନୁସାରେ କୌଣସି ବ୍ୟକ୍ତିର ଶ୍ରାଦ୍ଧଦିନ ମାତ୍ର ୫ ଟଙ୍କାରେ ୫୦ ଜଣଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ। ଏହି ଅଭିନବ ଯୋଜନା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri