ଏଇ ଭାରତରେ

ପୁନର୍ଜନ୍ମକୁ ନେଇ ବିଜ୍ଞାନ ଭିନ୍ନମତ ପୋଷଣ କରୁଥିବା ବେଳେ ଡେରାଡୁନର ଶୁକ୍ଳାପୁରର ଲୋକମାନେ ଏହା ଉପରେ ବିଶ୍ୱାସ ରଖିଛନ୍ତି। ପରିବେଶକୁ ଭାବନାତ୍ମକ ରୂପରେ ଜନମାନସରେ ଯୋଡି ପୁନର୍ଜନ୍ମ ବିଶ୍ୱାସକୁ ଗଛ ଉପରେ ପ୍ରକଟ କରିବାର ନିଆରା ପରମ୍ପରା ଦେଖାଯାଏ ଶୁକ୍ଳାପୁରରେ। ଏମିତିକି ପୁନର୍ଜନ୍ମ ବିଶ୍ୱାସରୁ ଏଠାରେ ‘ପୁନର୍ଜନ୍ମ ସ୍ମୃତିବନ’ ସୃଷ୍ଟି ହୋଇଛି। କାହାର ମୃତ୍ୟୁ ହେଲେ ପରିବାର ଲୋକମାନେ ଗୋଟିଏ ଫଳଦାୟୀ ଗଛ ଲଗାଉଛନ୍ତି। ତା’ ମୂଳରେ ମାଟି ଓ ମୃତବ୍ୟକ୍ତିଙ୍କ ଚିତାଭସ୍ମକୁ ବି ପୋତି ଦେଉଛନ୍ତିି। ଏବେ ଏହି ସ୍ମୃତିବନରେ ୩୨ ଜଣଙ୍କ ‘ପୁନର୍ଜନ୍ମ ବୃକ୍ଷ’ ଶୋଭା ପାଉଛନ୍ତି। ଏଭଳି ବିଶ୍ୱାସ ସୃଷ୍ଟି କରି ପରିବେଶ ସୁରକ୍ଷା କରିବାର ଭିନ୍ନ ପ୍ରୟାସରେ ସଫଳ ହୋଇଛନ୍ତିି ହିମାଳୟ ପରିବେଶ ଅଧ୍ୟୟନ ସଂଗଠନର ମୁଖ୍ୟ ପଦ୍ମଶ୍ରୀ ଡ. ଅନିଲ ପ୍ରକାଶ ଜୋଷୀ। ଉତ୍ତରାଖଣ୍ଡ ଡେରାଡୁନ୍‌ଠାରୁ ୧୬କିମି ଦୂର ଶୁକ୍ଳାପୁର ନିକଟରେ ବହିଯାଉଥିବା ଅସନ ନଦୀକୂଳରେ ଥିବା ଶ୍ମଶାନଘାଟର ନାମ ରଖାଯାଇଛି ପୁନର୍ଜନ୍ମ। ଶୁକ୍ଳାପୁର ଅମ୍ବିବାଲା ଅଞ୍ଚଳର ଲୋକେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ଏହି ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରୁଛନ୍ତି। ଡିସେମ୍ବର ୨୦୧୨ରେ ଏହି ଘାଟରେ ‘ପୁନର୍ଜନ୍ମ ବନ’ ଆରମ୍ଭ କରାଯାଇଥିଲା। ସେବେଠାରୁ ସ୍ବଜନଙ୍କ ମୃତ୍ୟୁ ହେବା ପରେ ଏଠାରେ ଅନ୍ତିମ ସଂସ୍କାର କରିବା ସହ ଲୋକମାନେ ଫଳଦାୟୀ ଗଛ ଲଗାଉଛନ୍ତି ଓ ତା’ ମୂଳରେ ଚିତାଭସ୍ମ ଦେଉଛନ୍ତି। ଗଛର ଯତ୍ନ ମଧ୍ୟ କରୁଛନ୍ତି। ସେହି ଗଛରେ ପ୍ରିୟଜନଙ୍କ ନିକଟରେ ରହିବା ଭଳି ଅନୁଭବ କରୁଛନ୍ତି। ଗଛ ମୂଳରେ ଦିଆଯାଇଥିବା ଚିତାଭସ୍ମ ଗଛକୁ ପୋଷକ ତତ୍ତ୍ୱ ଯୋଗାଇ ବଡ କରେ ଓ ମୃତକଙ୍କ ଆତ୍ମା ମୁକ୍ତିପ୍ରାପ୍ତ ହୋଇଥାଏ ବୋଲି ସେମାନେ ବିଶ୍ୱାସ କରନ୍ତି। ଡ. ଜୋଷୀ କୁହନ୍ତି, ମୃତ୍ୟୁ ପୂର୍ବରୁ ଆମେ ଅଙ୍ଗଦାନ କରିବାର ନିଷ୍ପତ୍ତି ନେଉଛୁ, ତେବେ କାହିଁକି ଆମେ ଆମ ଅନ୍ତିମ ଅବଶେଷକୁ ବୃକ୍ଷ ରୂପରେ ଏହି ପୃଥିବୀକୁ ଲେଉଟାଇ ଆଣିବାନି। ଜୀବନରେ ଆମେ ପୃଥିବୀରୁ ଯେଉଁ ପାଣି, ପବନ ଓ ଅନ୍ୟ ଉପାଦାନ ଗ୍ରହଣ କରିଛୁ, ତାହାକୁ ଫେରାଇଦେବା ଲାଗି ଏହା ଏକ ସରଳ ଉପାୟ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri