ଏଇ ଭାରତରେ

ଝାଡ଼ଖଣ୍ଡ ରାଞ୍ଚି ଅନ୍ତର୍ଗତ କୋଟଓ୍ବାଲି ଥାନା ଅଞ୍ଚଳରେ ଏକ ଅଜବ ଘଟଣା ସାମ୍‌ନାକୁ ଆସିଛି। ଜଣେ ବାଳକଙ୍କ ଅନ୍ତିମ ସଂସ୍କାର ଶେଷ କରିବା ପରେ ସେ ଜୀବିତ ଥିବା ଜଣାପଡିଛି। କୋଟଓ୍ବାଲି ଥାନା ଅଞ୍ଚଳରେ ଚୌରନ୍ଦିର ୪ ଜଣ ପିଲା କିଛିଦିନ ହେବ ନିଖୋଜ ଥିଲେ। ସେମାନେ ହେଲେ କରଣ, ସୁବିଲ, ପତରସ ଓ ସୁରଜଦୀପ୍‌। ୧୦ ନଭେମ୍ବର ସକାଳେ ଟ୍ରକ୍‌ ଧକ୍କାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ଓ ସେମାନଙ୍କ ମଧ୍ୟରୁ କରଣଙ୍କୁ ଚିହ୍ନଟ କରାଯିବା ପରେ ଅନ୍ୟ ଜଣଙ୍କୁ ଚିହ୍ନଟ କରାଯାଇପାରି ନ ଥିଲା। କିନ୍ତୁ କରଣ ସହ ପତରସ ସବୁବେଳେ ସାଙ୍ଗ ହୋଇ ରହୁଥିତ୍ବାରୁ ମୃତ ପିଲାଟିକୁ ପତରସ ଭାବି ତା’ ମାତାପିତା ୧୨ ନଭେମ୍ବର ରାତିରେ ତା’ର ଅନ୍ତିମ ସଂସ୍କାର ଶେଷ କରିଥିତ୍ଲେ। ଅନ୍ତିମ ସଂସ୍କାର କରିବାର ଦିନକ ପରେ ଜାଣି ପାରିଥିଲେ ଯେଉଁ ପିଲାର ସେମାନେ ଅନ୍ତିମ ସଂସ୍କାର କରିଛନ୍ତି ସେ ତାଙ୍କ ପୁଅ ନୁହେଁ। ସେ ସୁବିଲ କୁଜୁର। ପତରସ ଓ ସୁବିଲର ବଡ଼ଭାଇ ସୁରଜଦୀପ କୋତବାଲିର ଅପର ବଜାରରେ ଶୋଇଥିତ୍ବା ଅବସ୍ଥାରେ ପାଇ କୋତବାଲି ଥାନା ନଭେମ୍ବର ୯ରେ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଥିଲା। ଏହାପରେ ଚାଇଲ୍ଡ ଲାଇନ ଏହି ଦୁଇଜଣଙ୍କୁ ବାଳାଶ୍ରମରେ ରଖିଥିଲା। ଦୁଇ ପିଲାଙ୍କ ଫଟୋ ଖବରକାଗଜରେ ପ୍ରକାଶ ପାଇବା ପରେ ଏମାନଙ୍କ ଅଭିଭାବକ ଥାନାରେ ପହଞ୍ଚି ଚିହ୍ନିଥିଲେ। ଚାଇଲ୍ଡ ଲାଇନ୍‌ ଯଦି ପୂର୍ବରୁ ଏହି ଖବର ଏମାନଙ୍କ ଅଭିଭାବକଙ୍କୁ ଦେଇଥାନ୍ତା ତେବେ, ବଞ୍ଚିଥିତ୍ବା ପିଲାର ଅନ୍ତିମ ସଂସ୍କାର କରାଯାଇ ନ ଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri