Posted inଖେଳ

ଇନ୍ଦୋର ଟେଷ୍ଟ: ମୟଙ୍କଙ୍କ ଦ୍ୱିଶତକ: ଭାରତର ବୃହତ୍‌ ସ୍କୋର

ଇନ୍ଦୋର,୧୫।୧୧(ପି.ଟି.)- ଓପନର ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ୱିଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ବୃହତ୍‌ ସ୍କୋର ହାସଲ କରିବା ସହ ସ୍ଥିତି ଦୃଢ଼ କରିଛି। ବାଂଲାଦେଶର ପ୍ରଥମ ଇନିଂସ ସ୍କୋର ୧୫୦ ରନର ଜବାବରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୧୪ ଓଭରରେ ୬ ଉଇକେଟ ହରାଇ ୪୯୩ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ୩ ଦିନ ବାକିଥିବା ବେଳେ ଭାରତ ୪ ଉଇକେଟ ହାତରେ ରଖି ୩୪୩ ରନର ବୃହତ୍‌ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୬୦ ଓ ଉମେଶ ଯାଦବ ୨୫ ରନ କରି ଅପରାଜିତ ରହିଛନ୍ତି।
ପ୍ରଥମ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୮୬/୧ରୁ ଭାରତ ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସ୍ୟାନ ମୟଙ୍କ ଓ ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ଚେତେଶ୍ୱର ପୂଜାରା ଯଥାକ୍ରମେ ୩୭ ଓ ୪୩ ରନରୁ ଖେଳ ଆରମ୍ଭ କରିଥିଲେ। ପୂଜାରା ୭୨ ବଲରୁ ୯ ଚୌକା ସହ ୫୪ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଦ୍ରୁତ ବୋଲର ଆବୁ ଜାଏଦଙ୍କ ଚତୁର୍ଥ ସ୍ଲିପ୍‌ରେ ବଦଳ ଖେଳାଳି ସୈଫ ହାସନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ମୟଙ୍କ ୩୩୦ଟି ବଲର ସମ୍ମୁଖୀନ ହୋଇ ୨୮ଚୌକା ଓ ୮ଛକା ସହ ୨୪୩ ରନର ଦ୍ୱିଶତକୀୟ ପାଳି ଖେଳି ଆଉଟ ହେବା ସହ ଅଢ଼େଇ ଶହ ରନ ହାସଲରୁ ମାତ୍ର ୭ ରନ ପାଇଁ ବଞ୍ଚିତ ହୋଇଥିଲେ। ମୟଙ୍କ ଅଫ୍‌ ସ୍ପିନର ମେହେଦୀ ହାସନ ମିରାଜଙ୍କ ବଲକୁ ସୁଇପ୍‌ କରିବାକୁ ଯାଇ ମିଡ୍‌ ଉଇକେଟରେ ଆବୁ ଜାଏଦଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ମିରାଜଙ୍କ ମିଡଲ ଷ୍ଟମ୍ପ ଉପର ବଲ୍‌କୁ ଓ୍ବାଇଡ୍‌ ଲଙ୍ଗଅନ୍‌ ଉପରେ ଦେଇ ଏକ ଲମ୍ବା ଛକା ମାରି ମୟଙ୍କ ୨୦୦ ରନ ପୂରଣ କରିଥିଲେ। ପୂଜାରା ଓ ମୟଙ୍କ ଦ୍ୱିତୀୟ ଉଇକେଟରେ ୯୧ ରନ ସଂଗ୍ରହ କରିଥିଲେ। ମୟଙ୍କ ଏଥିସହିତ କ୍ୟାରିୟରର ତୃତୀୟ ଶତକ ଓ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ ଦ୍ୱିଶତକ ହାସଲ କରିଛନ୍ତି। ପୂଜାରାଙ୍କ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆବୁ ଜାଏଦଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ଚକ୍‌ମା ଖାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସି ଅଜିଙ୍କ୍ୟ ରାହାନେ ଆବୁ ଜାଏଦଙ୍କ ବଲ୍‌ରେ ଡିପ୍‌ରେ ତାଇଜୁଲ ଇସ୍‌ଲାମଙ୍କୁ କ୍ୟାଚ୍‌ ଦେଇ ଆଉଟ ହେବା ପୂର୍ବରୁ ୮୬ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଚତୁର୍ଥ ଉଇକେଟରେ ରାହାନେ ଓ ମୟଙ୍କ ୧୯୦ ରନ ସଂଗ୍ରହ କରି ପ୍ରତିପକ୍ଷ ବୋଲରଙ୍କୁ ନିରାଶ କରିବା ସହ ଭାରତର ସ୍ଥିତି ଦୃଢ଼ କରିଥିଲେ। ରାହାନେଙ୍କ ପରେ ମୟଙ୍କ ଆଉଟ ହୋଇଥିଲେ। ଏହାପରେ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ ମାତ୍ର ୧୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଆଉଟ ହେବା ପୂର୍ବରୁ ମୟଙ୍କ ପଞ୍ଚମ ଉଇକେଟରେ ଜାଡେଜାଙ୍କ ସହ ୧୨୩ ରନ ସଂଗ୍ରହ କରିଥିଲେ। ଖେଳ ଶେଷ ଆଡକୁ ଜାଡେଜା, ଶାହା ଓ ଉମେଶ ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ। ସପ୍ତମ ଉଇକେଟରେ ଜାଡେଜା ଓ ଉମେଶ ୧୯ ବଲରୁ ଅପରାଜିତ ୩୯ ରନ ସଂଗ୍ରହ କରିଥିଲେ। ମାତ୍ର ୧୦ଟି ବଲ୍‌ର ସମ୍ମୁଖୀନ ହୋଇ ୧ ଚୌକା ଓ ୩ ଛକା ସହ ଉମେଶ ୨୫ ରନ, ଜଡେଜା ୭୬ ବଲରୁ ୬ ଚୌକା ଓ ୨ ଛକା ସହ ୬୦ ରନ କରି ଅପରାଜିତ ରହିଥିଲେ। ଭାରତ ଦ୍ୱିତୀୟ ଦିବସରେ ୪.୩୨ ହାରରେ ଦ୍ରୁତ ଗତିରେ ରନ ସଂଗ୍ରହ କର ୪୦୭ ରନ ସଂଗ୍ରହ କରିଥିଲା। ବୋଲିଂରେ ବାଂଲାଦେଶ ତରଫରୁ ଅବୁ ଜାଏଦ ସର୍ବାଧିକ ୪, ଇବାତଦ ହୋସେନ ଓ ମେହିଦି ହାସନ ମିରାଜ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବଂଲାଦେଶ ପ୍ରଥମ ଇନିଂସ- ୫୮.୩ ଓଭରରେ ୧୫୦ ଅଲଆଉଟ୍‌।
ଭାରତ ପ୍ରଥମ ଇନିଂସ- ୧୧୪ ଓଭରରେ ୪୯୩/୬
(ମୟଙ୍କ- ୨୪୩, ରାହାନେ- ୮୬, ଜାଡେଜା- ୬୦*, ପୂଜାରା- ୫୪, ଆବୁ ଜାଏଦ- ୪/୧୦୮, ଇବାଦତ- ୧/୧୧୫, ମିରାଜ- ୧/୧୨୫)।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri