Posted inଖେଳ

ଇନ୍ଦୋର ଟେଷ୍ଟ: ମୟଙ୍କଙ୍କ ଦ୍ୱିଶତକ: ଭାରତର ବୃହତ୍‌ ସ୍କୋର

ଇନ୍ଦୋର,୧୫।୧୧(ପି.ଟି.)- ଓପନର ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ୱିଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ବୃହତ୍‌ ସ୍କୋର ହାସଲ କରିବା ସହ ସ୍ଥିତି ଦୃଢ଼ କରିଛି। ବାଂଲାଦେଶର ପ୍ରଥମ ଇନିଂସ ସ୍କୋର ୧୫୦ ରନର ଜବାବରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୧୪ ଓଭରରେ ୬ ଉଇକେଟ ହରାଇ ୪୯୩ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ୩ ଦିନ ବାକିଥିବା ବେଳେ ଭାରତ ୪ ଉଇକେଟ ହାତରେ ରଖି ୩୪୩ ରନର ବୃହତ୍‌ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୬୦ ଓ ଉମେଶ ଯାଦବ ୨୫ ରନ କରି ଅପରାଜିତ ରହିଛନ୍ତି।
ପ୍ରଥମ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୮୬/୧ରୁ ଭାରତ ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସ୍ୟାନ ମୟଙ୍କ ଓ ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ଚେତେଶ୍ୱର ପୂଜାରା ଯଥାକ୍ରମେ ୩୭ ଓ ୪୩ ରନରୁ ଖେଳ ଆରମ୍ଭ କରିଥିଲେ। ପୂଜାରା ୭୨ ବଲରୁ ୯ ଚୌକା ସହ ୫୪ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଦ୍ରୁତ ବୋଲର ଆବୁ ଜାଏଦଙ୍କ ଚତୁର୍ଥ ସ୍ଲିପ୍‌ରେ ବଦଳ ଖେଳାଳି ସୈଫ ହାସନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ମୟଙ୍କ ୩୩୦ଟି ବଲର ସମ୍ମୁଖୀନ ହୋଇ ୨୮ଚୌକା ଓ ୮ଛକା ସହ ୨୪୩ ରନର ଦ୍ୱିଶତକୀୟ ପାଳି ଖେଳି ଆଉଟ ହେବା ସହ ଅଢ଼େଇ ଶହ ରନ ହାସଲରୁ ମାତ୍ର ୭ ରନ ପାଇଁ ବଞ୍ଚିତ ହୋଇଥିଲେ। ମୟଙ୍କ ଅଫ୍‌ ସ୍ପିନର ମେହେଦୀ ହାସନ ମିରାଜଙ୍କ ବଲକୁ ସୁଇପ୍‌ କରିବାକୁ ଯାଇ ମିଡ୍‌ ଉଇକେଟରେ ଆବୁ ଜାଏଦଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ମିରାଜଙ୍କ ମିଡଲ ଷ୍ଟମ୍ପ ଉପର ବଲ୍‌କୁ ଓ୍ବାଇଡ୍‌ ଲଙ୍ଗଅନ୍‌ ଉପରେ ଦେଇ ଏକ ଲମ୍ବା ଛକା ମାରି ମୟଙ୍କ ୨୦୦ ରନ ପୂରଣ କରିଥିଲେ। ପୂଜାରା ଓ ମୟଙ୍କ ଦ୍ୱିତୀୟ ଉଇକେଟରେ ୯୧ ରନ ସଂଗ୍ରହ କରିଥିଲେ। ମୟଙ୍କ ଏଥିସହିତ କ୍ୟାରିୟରର ତୃତୀୟ ଶତକ ଓ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ ଦ୍ୱିଶତକ ହାସଲ କରିଛନ୍ତି। ପୂଜାରାଙ୍କ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆବୁ ଜାଏଦଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ଚକ୍‌ମା ଖାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସି ଅଜିଙ୍କ୍ୟ ରାହାନେ ଆବୁ ଜାଏଦଙ୍କ ବଲ୍‌ରେ ଡିପ୍‌ରେ ତାଇଜୁଲ ଇସ୍‌ଲାମଙ୍କୁ କ୍ୟାଚ୍‌ ଦେଇ ଆଉଟ ହେବା ପୂର୍ବରୁ ୮୬ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଚତୁର୍ଥ ଉଇକେଟରେ ରାହାନେ ଓ ମୟଙ୍କ ୧୯୦ ରନ ସଂଗ୍ରହ କରି ପ୍ରତିପକ୍ଷ ବୋଲରଙ୍କୁ ନିରାଶ କରିବା ସହ ଭାରତର ସ୍ଥିତି ଦୃଢ଼ କରିଥିଲେ। ରାହାନେଙ୍କ ପରେ ମୟଙ୍କ ଆଉଟ ହୋଇଥିଲେ। ଏହାପରେ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ ମାତ୍ର ୧୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଆଉଟ ହେବା ପୂର୍ବରୁ ମୟଙ୍କ ପଞ୍ଚମ ଉଇକେଟରେ ଜାଡେଜାଙ୍କ ସହ ୧୨୩ ରନ ସଂଗ୍ରହ କରିଥିଲେ। ଖେଳ ଶେଷ ଆଡକୁ ଜାଡେଜା, ଶାହା ଓ ଉମେଶ ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ। ସପ୍ତମ ଉଇକେଟରେ ଜାଡେଜା ଓ ଉମେଶ ୧୯ ବଲରୁ ଅପରାଜିତ ୩୯ ରନ ସଂଗ୍ରହ କରିଥିଲେ। ମାତ୍ର ୧୦ଟି ବଲ୍‌ର ସମ୍ମୁଖୀନ ହୋଇ ୧ ଚୌକା ଓ ୩ ଛକା ସହ ଉମେଶ ୨୫ ରନ, ଜଡେଜା ୭୬ ବଲରୁ ୬ ଚୌକା ଓ ୨ ଛକା ସହ ୬୦ ରନ କରି ଅପରାଜିତ ରହିଥିଲେ। ଭାରତ ଦ୍ୱିତୀୟ ଦିବସରେ ୪.୩୨ ହାରରେ ଦ୍ରୁତ ଗତିରେ ରନ ସଂଗ୍ରହ କର ୪୦୭ ରନ ସଂଗ୍ରହ କରିଥିଲା। ବୋଲିଂରେ ବାଂଲାଦେଶ ତରଫରୁ ଅବୁ ଜାଏଦ ସର୍ବାଧିକ ୪, ଇବାତଦ ହୋସେନ ଓ ମେହିଦି ହାସନ ମିରାଜ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବଂଲାଦେଶ ପ୍ରଥମ ଇନିଂସ- ୫୮.୩ ଓଭରରେ ୧୫୦ ଅଲଆଉଟ୍‌।
ଭାରତ ପ୍ରଥମ ଇନିଂସ- ୧୧୪ ଓଭରରେ ୪୯୩/୬
(ମୟଙ୍କ- ୨୪୩, ରାହାନେ- ୮୬, ଜାଡେଜା- ୬୦*, ପୂଜାରା- ୫୪, ଆବୁ ଜାଏଦ- ୪/୧୦୮, ଇବାଦତ- ୧/୧୧୫, ମିରାଜ- ୧/୧୨୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri