ସବୁଲୋକ ଖରାପ ନୁହନ୍ତି

ଡ. ସିଦ୍ଧାର୍ଥ କାନୁନ୍‌ଗୋ
ସେଦିନ ଭୁବନେଶ୍ୱର ହାଟରେ ହଠାତ୍‌ ରମେଶ ବାବୁ (ଛଦ୍ମନାମ)ଙ୍କ ସହ ଦେଖାହେଲା। ଅତୀତରେ ସେ ମୋର ସହକର୍ମୀ ଥିଲେ। ଏବେ ସେ ଦୀର୍ଘଦିନ ହେଲା ଚାକିରିରୁ ଅବସର ନେଲେଣି। ବର୍ତ୍ତମାନ ଟିକେ ଦୁର୍ବଳ ହୋଇଥିଲେ ମଧ୍ୟ ବେଶ୍‌ ଚଳଚଞ୍ଚଳ ଅଛନ୍ତି ବୋଲି ମନେହେଲା। ତାଙ୍କ ସହ ହଠାତ୍‌ ଦେଖାହେବାରୁ ତାଙ୍କର କୁଶଳ ଜିଜ୍ଞାସା କଲି।
ଚାକିରି ଥିବାବେଳେ ତାଙ୍କର ଗୋଟିଏ ବଦଭ୍ୟାସ ଥିଲା। ସେ ସମସ୍ତଙ୍କ ବିରୁଦ୍ଧରେ କିଛିନା କିଛା ଟିପ୍ପଣୀ ଦିଅନ୍ତି। ସେଦିନ ଅଫିସରେ ଅଫିସରମାନଙ୍କ ନାମ ତାଲିକା ଫଳକକୁ ଦେଖି ସେ ହଠାତ୍‌ କହିଲେ- ଆଜ୍ଞା, ପୂର୍ବତନ ଅଫିସର ରାମବାବୁ ଲାଞ୍ଚୁଆ ଥିଲେ, ଶ୍ୟାମବାବୁଙ୍କ ଚରିତ୍ର ଭଲ ନ ଥିଲା, ଦାମବାବୁ କାମ ନ କରି ଅଫିସରେ ଢୁଳାଉଥିଲେ ଇତ୍ୟାଦି। ମୁଁ ତାଙ୍କୁ ବୁଝାଇ କହିଲି ଦେଖନ୍ତୁ! ଆପଣ ଏଇ ଯେଉଁ ଅଫିସରମାନଙ୍କ ବିଷୟରେ ମନ୍ତବ୍ୟ ଦେଲେ ସମସ୍ତେ କେବେହେଲେ ଖରାପ ହୋଇ ନ ପାରନ୍ତି। ତା’ପରେ ସେ ତାଙ୍କର ଯୁକ୍ତିକୁ ସାବ୍ୟସ୍ତ କରିବାକୁ ଯାଇ ଏଣୁ ତେଣୁ କଥା ଗପିବାକୁ ଲାଗିଲେ। ମୋର ମଧ୍ୟ ସମୟ ନ ଥିଲା। ମୁଁ ଆଲୋଚନାର ପରିସମାପ୍ତି ଚାହୁଁଥିଲି। ତେଣୁ ମୁଁ ତାଙ୍କୁ କହିଲି, ରମେଶବାବୁ ବୋଧହୁଏ ଦୁନିଆରେ ଆପଣ ଜଣେ ଭଲଲୋକ, ଆଉ ସମସ୍ତେ ଖରାପ ଲୋକ। ମୋ କଥା ଶୁଣି ରାଗରେ ତମତମ ହୋଇ ରୁମ୍‌ରୁ ବାହାରିଗଲେ। ବାହାରେ ଅସ୍ପଷ୍ଟ ଭାବେ ମୋ ବିରୁଦ୍ଧରେ ଗୁଣୁଗୁଣୁ ହୋଇ କ’ଣ କହୁଥିବା ଲକ୍ଷ୍ୟ କଲି। ସେ କଥାକୁ ମୁଁ ଗୁରୁତ୍ୱ ଦେବାକୁ ଉଚିତ ମନେକଲି ନାହିଁ। ଏହାର କିଛିଦିନ ପରେ ସେ ଅଫିସରୁ ମୋର ବଦଳି ହୋଇଗଲା। ମୁଁ ମଧ୍ୟ ରମେଶବାବୁଙ୍କୁ ପାଶୋରି ଦେଇଥିଲି।
ଦୀର୍ଘଦିନ ପରେ ରମେଶବାବୁଙ୍କ ସହିତ ଦେଖାହେବା ପରେ ଭାବିଲି ଇତି ମଧ୍ୟରେ ତାଙ୍କ ଚିନ୍ତାଚେତନାରେ କିଛିଟା ପରିବର୍ତ୍ତନ ଆସିଥିବ। କିନ୍ତୁ ସେ ତାଙ୍କ ପୁରୁଣା ଅଭ୍ୟାସବଶତଃ କେବଳ ପରନିନ୍ଦା କରିବାକୁ ଲାଗିଲେ। ସଂକ୍ଷେପରେ ତାଙ୍କର ଅଭିଭାଷଣ ଥିଲା, ଦୁନିଆରେ କେହିହେଲେ ଭଲ ଲୋକ ନାହାନ୍ତି। ମୁଁ ତାଙ୍କୁ ବୁଝାଇବାକୁ ଯାଇ କହିଲି ଯେ, ପାଞ୍ଚ ଆଙ୍ଗୁଠି ସମାନ ନୁହେଁ। ସମାଜରେ ଉଭୟ ଭଲ ଏବଂ ମନ୍ଦ ଲୋକ ଅଛନ୍ତି। ଏହାକହି ମୁଁ ତାଙ୍କୁ ସତ୍ୟଯୁଗର ହିରଣ୍ୟକଶିପୁ ଓ ପ୍ରହ୍ଲାଦ, ଦ୍ୱାପର ଯୁଗର ଯୁଧିଷ୍ଠିର ଓ ଦୁର୍ଯ୍ୟୋଧନ, ତ୍ରେତୟା ଯୁଗର ରାମ ଓ ରାବଣଙ୍କ ଉଦାହରଣ ଦେଲି। ସେ ତତ୍‌କ୍ଷଣାତ୍‌ କହିଲେ, ମୋର ସେ ପୁରାଣ କଥାରେ ବିଶ୍ୱାସ ନାହିଁ। ଯାହାକୁ ଆମେ ଦେଖିନାହୁଁ; ତାକୁ ବିଶ୍ୱାସ କରିବୁ କିପରି?
ତା’ପରେ ମୁଁ କଥାର ମୋଡ଼ ବଦଳାଇ କହିଲି, ଖ୍ରୀଷ୍ଟପୂର୍ବ ଯୁଗରେ ଗ୍ରୀକ୍‌ ଦାର୍ଶନିକ ଡାୟୋଜିନିସ ଦିନରେ ଲଣ୍ଠନ ଲଗାଇ ଭଲ ଲୋକ ଖୋଜୁଥିଲେ। ସେତେବେଳେ ନିଶ୍ଚୟ କିଛି ଭଲ ଲୋକ ଥିବେ ବୋଲି ତାଙ୍କର ବିଶ୍ୱାସ ଥିଲା। ତା’ପରେ ମୁଁ ତାଙ୍କୁ ଋଷିପ୍ରତିମ ଆଚାର୍ଯ୍ୟ ହରିହରଙ୍କ କଥା କହିଲି। ଆଚାର୍ଯ୍ୟ ହରିହରଙ୍କୁ ଯଦି କେହି ନମସ୍କାର କରୁଥିଲା, ସେ ପ୍ରତିନମସ୍କାର ଜଣାଇ ତାକୁ ଭଲ ମଣିଷ ହୁଅ ବୋଲି କହୁଥିଲେ। କିନ୍ତୁ ରମେଶବାବୁ ମୋର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ତା’ପରେ ମୁଁ ତାଙ୍କୁ ଧୈର୍ଯ୍ୟ ନ ହରାଇ ବୁଝାଇବାକୁ ଚେଷ୍ଟା କଲି। ମୁଁ ତାଙ୍କୁ ସିଧା ସିଧା ପଚାରିଲି ଆପଣ ମୋତେ ବିଶ୍ୱାସ କରନ୍ତି ନା ନାହିଁ? ଉତ୍ତରରେ ସେ କହିଲେ, ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ ବିଶ୍ୱାସ କରେ।
ଏହାପରେ ମୁଁ ତାଙ୍କୁ କହିଲି; ମୁଁ ତିନିଟି ସତ ଘଟଣା ଆପଣଙ୍କୁ କହୁଛି। ପ୍ରାୟ ପନ୍ଦର ବର୍ଷ ତଳେ ବାପାଙ୍କୁ ନେଇ ରାଜଧାନୀ ହାସ୍‌ପାତାଳକୁ ଯାଇଥିଲି। ଆମର ଚିହ୍ନା ଡାକ୍ତର ନ ଥିବାରୁ ଆମେ ତାଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ସେଠାରେ ଠିଆ ହୋଇଥିଲୁ। ଭିଡ଼ ଭିତରୁ ଜଣେ ଭଦ୍ରଲୋକ ମୋତେ ଚିହ୍ନିପାରି ଆଗ ନମସ୍କାର କଲେ ଓ ମୋ ଆସିବାର କାରଣ ପଚାରିଲେ। ମୁଁ ବାପାଙ୍କୁ ଜଣେ ଭଲ ଭେଷଜ ବିଶେଷଜ୍ଞଙ୍କ ନିକଟକୁ ପରାମର୍ଶ ପାଇଁ ନେଇଆସିଛି ବୋଲି କହିଲି। ସେ କହିଲେ, ଆସନ୍ତୁ ମୋର ଏଇ ହାସ୍‌ପାତାଳରେ ବହୁ ଚିହ୍ନା ଡାକ୍ତର ଅଛନ୍ତି। ମୁଁ ଆପଣଙ୍କ ବାପାଙ୍କୁ ତାଙ୍କ ନିକଟକୁ ନେଇଯିବି। ମୁଁ ତାଙ୍କୁ ପଚାରିଲି, ମୁଁ ତ ଆପଣଙ୍କୁ ଚିହ୍ନିପାରୁନାହିଁ; ଆପଣ ମୋତେ ଜାଣିଲେ କିପରି? ସେ କହିଲେ, ସାର୍‌! ଆପଣ ସେତେବେଳେ ଭୁବନେଶ୍ୱର ଟ୍ରେଜେରିରେ ଆଡିଶ୍‌ନାଲ ଟ୍ରେଜେରି ଅଫିସର ଥିଲେ। ମୁଁ ବାପାଙ୍କ ପେନ୍‌ସନ ପାଇଁ ଆପଣଙ୍କ ନିକଟକୁ ଯାଇଥିଲି ଓ ଆପଣ ନିଜେ ଚେୟାରରୁ ଉଠିଆସି ଆକାଉଣ୍ଟାଣ୍ଟଙ୍କୁ ଡାକି ବାପାଙ୍କ ପେନ୍‌ସନ ବିଲ ପ୍ରସ୍ତୁତ କରିବାକୁ କହିଲେ। ଆପଣଙ୍କ ତପତ୍ରତା ଯୋଗୁ ପନ୍ଦର କୋଡ଼ିଏ ମିନିଟରେ ମୋର କାମ ହୋଇଗଲା। ସେଦିନର ଉପକାର ମୁଁ ଭୁଲିପାରିବି ନାହିଁ। କଥାଟି ହାଲୁକା କରିବାପାଇଁ ମୁଁ କହିଲି, ଛାଡ଼ନ୍ତୁ ସେକଥା। ଆମେ ସରକାରଙ୍କଠାରୁ ଦରମା ପାଉଛୁ ଏବଂ ତା’ ବଦଳରେ ଯଦି କିଛି ସେବା ପ୍ରଦାନ କରୁଛୁ; ଏଥିରେ ବଡ଼କଥା କିଛି ନାହିଁ। ଏହାପରେ ସେ ହାସ୍‌ପାତାଳରେ ତାଙ୍କର ଚିହ୍ନା ଡାକ୍ତରଙ୍କ ପାଖକୁ ନେଇଗଲେ ଏବଂ ବାପାଙ୍କ କାମ ମଧ୍ୟ ସୁବିଧାରେ ହୋଇଗଲା। ଆସିଲାବେଳେ ଭାବିଲି ଏଇ ଲୋକ ଯଦି ନିଜେ ଆଗୁଆ ଆସି ମୋତେ ତାଙ୍କ ପରିଚୟ ଦେଇ ନ ଥାନ୍ତେ ବା ମୋତେ ସାହାଯ୍ୟ କରି ନ ଥାନ୍ତେ ମୋର କିଛି କରିବାର ନ ଥିଲା।
ଦ୍ୱିତୀୟ ଘଟଣାଟି ହେଉଛି ସେହି ରାଜଧାନୀ ହାସ୍‌ପାତାଳ କଥା, ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସେଠି ଅଶୀତିପର ବୃଦ୍ଧା ନର୍ସ ଶଶୀଦିଦି ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ମୁଁ ପଞ୍ଚମଶ୍ରେଣୀରେ ପଢ଼ିବା ବେଳୁ ଜାଣେ। ରୋଗୀମାନଙ୍କର ସେବା କରିବାରେ ତାଙ୍କର ବିକଳ୍ପ ନାହିଁ ବୋଲି ମୋର ମନେହୁଏ। ବାର୍ଦ୍ଧକ୍ୟରେ ତାଙ୍କ ଅଣ୍ଟା ନଇଁ ଆସିଲାଣି, ତଥାପି ସେ ଅବିଶ୍ରାନ୍ତ କାର୍ଯ୍ୟ କରିଚାଲିଛନ୍ତି। ସବୁଠାରୁ ବଡ଼ କଥା ହେଲା ଅବସର ପରେ ମଧ୍ୟ ସେ ବିନା ପାରିଶ୍ରମିକରେ ରୋଗୀ ସେବା କରୁଛନ୍ତି। ତାଙ୍କୁ ଦେଖି ମନେହେଲା ସତେଯେପରି ସେ ହେଉଛନ୍ତି ଏଯୁଗର ମଦରଟେରେସା।
ତୃତୀୟ ଘଟଣାଟି ଗଣମାଧ୍ୟମରୁ ଜାଣିବାକୁ ପାଇଲି। ଜଣେ ଭଉଣୀ ଦାମ୍ପତ୍ୟ ଜୀବନରେ ଅଶାନ୍ତି ହେତୁ ଚଳନ୍ତା ଟ୍ରେନ୍‌ଆଗକୁ ଧାଇଁ ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଉଥିବା ବେଳେ ଜଣେ ଭଦ୍ରବ୍ୟକ୍ତି ତାଙ୍କୁ ଉଦ୍ଧାର କଲେ। ତାଙ୍କ ସଂସ୍ଥାରେ ଭଉଣୀ ଜଣକ ଏକ ମହତ୍‌ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ବାଟରେ ବହୁ ଅଚିହ୍ନା ଶବ ପଡ଼ିରହୁଛି। ଏ କ୍ଷେତ୍ରରେ ଭଉଣୀ ଜଣକ ତାଙ୍କ ସହକର୍ମୀଙ୍କ ସହ ମିଶି ଏପରି ଶବକୁ ନେଇ ଦାହ କରନ୍ତି। ଏସବୁ କଥା କହିବା ପରେ ରମେଶବାବୁଙ୍କୁ କହିଲି, ବର୍ତ୍ତମାନ କ’ଣ ଆପଣ କହିବେ ଯେ ଏ ଦୁନିଆରେ ଭଲ ଲୋକ ବୋଲି କେହି ନାହାନ୍ତି। ତାଙ୍କ ପାଖରେ ଆଉ କୌଣସି ଉତ୍ତର ନ ଥିଲା।
ଭୁବନେଶ୍ୱର, ମୋ- ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri