ଏଇ ଭାରତରେ

କରଓ୍ବାଚୌଥରେ ପ୍ରତ୍ୟେକ ମହିଳା ତାଙ୍କ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରୁଥିବାବେଳେ ମଥୁରାର ଏକ ଗାଁରେ ମହିଳାମାନେ କରଓ୍ବାଚୌଥ ଦିନ ସ୍ବାମୀଙ୍କ ପାଇଁ ବ୍ରତ ରଖନ୍ତିନି। ଏହା ପଛରେ କୌଣସି ବୈଜ୍ଞାନିକ ତର୍କ ନାହିଁ, କିନ୍ତୁ ସେଠାକାର ଲୋକକଥାକୁ ବିଶ୍ୱାସ କରି ସେମାନେ ଏହା କରୁଛନ୍ତି। ସେମାନଙ୍କ ମଧ୍ୟରେ ରହିଥିବା ଅଜବ ଭୟ ଯୋଗୁ ସେମାନେ କରଓ୍ବାଚୌଥଠାରୁ ପୂରା ଦୂରେଇ ଯାଇଛନ୍ତି। ଯଦି ସେମାନେ କରଓ୍ବାଚୌଥ ବ୍ରତ ପାଳନ କରନ୍ତି, ତେବେ ତାଙ୍କ ସ୍ବାମୀଙ୍କ ଆୟୁଷ କମିଯିବ ବୋଲି ସେମାନଙ୍କ ମଧ୍ୟରେ ବିଶ୍ୱାସ ରହିଆସିଛି। ପ୍ରାୟ ୨୦୦ ବର୍ଷ ପୂର୍ବେ ରାମ ନଗଲା ଗାଁର ଜଣେ ବ୍ରାହ୍ମଣ ତାଙ୍କ ସ୍ତ୍ରୀଙ୍କୁ ନେଇ କରବାଚୌଥ ଦିନ ଯାଉଥିବାବେଳେ ରାସ୍ତାରେ କେତେଜଣ ଲୋକ ଚୋର ସନ୍ଦେହରେ ତାଙ୍କୁ ଅଟକାଇ ପିଟିପିଟି ମାରିଦେଇଥିଲେ। ଏହାପରେ ତାଙ୍କ ସ୍ତ୍ରୀ ଗାଁ ଲୋକଙ୍କୁ ଅଭିଶାପ ଦେଇ ସ୍ବାମୀଙ୍କ ଚିତାରେ ଝାସ ଦେଇଥିଲେ। ଗାଁରେ ପୁରୁଷ ପୁରୁଷ ଧରି ଏହି ଅସାମୟିକ ମୃତ୍ୟୁରୁ ଏଭଳି ଅନ୍ଧବିଶ୍ୱାସ ଚଳିଆସୁଛି। ଏଣୁ ଗଁାର ମହିଳାମାନେ ଏହାକୁ ଆଜିଯାଏ ମାନି କରଓ୍ବାଚୌଥ ବ୍ରତ ରଖୁନାହାନ୍ତି। ମହିଳାମାନେ ବ୍ରତ ନ ରଖି କରଓ୍ବାଚୌଥ ଦିନ ଗାଁରେ ଥିବା ସତୀ ମନ୍ଦିର ଯାଇ ସ୍ବାମୀଙ୍କ ପାଇଁ ଦୀର୍ଘ ଜୀବନ କାମନା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ହିଂସାରୁ ହିଂସା

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍‌ପି ତଥା ମମତା ବାନାର୍ଜୀଙ୍କ…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri