Posted inଖେଳ

ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ହେବାକୁ ଭୂତିଆ ଆଗ୍ରହୀ

ନୂଆଦିଲ୍ଲୀ,୧୧।୪(ପି.ଟି.): ଭବିଷ୍ୟତରେ ଦିନେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବି ବୋଲି ପୂର୍ବତନ ଭାରତୀୟ ଫୁଟବଲ ଅଧିନାୟକ ବାଇଚୁଙ୍ଗ୍‌ ଭୂତିଆ କହିଛନ୍ତି। ଭାରତ ପାଇଁ ଦୀର୍ଘ ଏକ ଦଶନ୍ଧି ଧରି ଫୁଟବଲ ଖେଳିଆସିଥିବା ଓ ଭାରତୀୟ ଫୁଟବଲର ପୋଷ୍ଟର ବଏ ବିବେଚିତ ହୋଇ ଆସୁଥିବା ଭୂତିଆ ୨୦୧୧ରେ ଅବସର ଘୋଷଣା କରିଥିଲେ। ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ ଭବିଷ୍ୟତରେ ଏହି ପଦ ପାଇଁ ନିର୍ବାଚନରେ ଅବତୀର୍ଣ୍ଣ ହେବେ ବୋଲି କହିଛନ୍ତି। ଏବେ ଦେଶରେ ତୃଣମୂଳ ସ୍ତରରେ କିପରି ଫୁଟବଲର ଉନ୍ନତି ହେବ ସେ ନେଇ ପ୍ରୟାସ ଜାରି ରଖିବି। ବାଇଚୁଙ୍ଗ ଭୂତିଆ ଫୁଟବଲ ସ୍କୁଲ, ୟୁନାଟେଡ ସିକ୍କିମ କ୍ଲବ ଓ ଜିଲାସ୍ତରରେ ତୃଣମୂଳସ୍ତରରେ ଫୁଟବଲ ଉନ୍ନତି ପାଇଁ ଏବେ ଫୋକସ କରୁଛି ବୋଲି ସେ କହିଛନ୍ତି।
ଏବେ ୨୦୦୮ରୁ ପ୍ରଫୁଲ୍ଲ ପଟେଲ ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଆସୁଛନ୍ତି। ପ୍ରିୟରଞ୍ଜନ ଦାସ ମୁନ୍‌ସୀ ଅସୁସ୍ଥ ହେବା ପରେ ସେ ଏହି ଗୁରୁ ଦାୟିତ୍ୱ ବହନ କରି ଆସୁଛନ୍ତି। ସେ ୨୦୧୨ରେ ଓ ପରେ ୨୦୧୬ରେ ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ତେବେ ସେ ଦେଶରେ ଲାଗୁ ହୋଇଥିବା ସ୍ପୋଟର୍‌ସ କୋଡ୍‌ ଯୋଗୁଁ ଚଳିତ ବର୍ଷ ପୁଣି ଥରେ ନିର୍ବାଚନ ନ ଲଢିବା ନିଶ୍ଚିତ ହୋଇଛି।
ଭାରତ ପ୍ରଥମ ଫୁଟବଲ ଭାବେ ୪୩ ବର୍ଷୀୟ ଭୂତିଆ ୧୦୦ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ୍‌ ଖେଳି ରେକର୍ଡ କରିଥିଲେ। ନିଜର ଗୋଲ ସ୍କୋରିଂ କୌଶଳ ପାଇଁ ଭୂତିଆ ବେଶ୍‌ ଜଣାଶୁଣା ଥିଲେ। ଏବେ ଭାରତୀୟ ଦଳ ତଥା ଏଫ୍‌ସି ଗୋଆ ଖେଳାଳି ବ୍ରାଣ୍ଡନ ଫର୍ନାଣ୍ଡିଜ୍‌ ଦେଶର ଶ୍ରେଷ୍ଠ ମିଡ୍‌ ଫିଲ୍ଡର ବୋଲି ଭୂତିଆ କହିଛନ୍ତି। ଫର୍ନାଣ୍ଡିଜ୍‌ଙ୍କ ଖେଳ ମୋତେ ପ୍ରଭାବିତ କରିଛି। ଗୋଆ ପାଇଁ ସେ ଭଲ ପ୍ରଦର୍ଶନ କରୁଛନ୍ତି। ମିଡ୍‌ଫିଲ୍ଡରେ ସେ ପ୍ରଭାବୀ ପ୍ରଦର୍ଶନ କରି ଦଳକୁ ଏକାଧିକବାର ଜିତାଉଛନ୍ତି ବୋଲି ଭୂତିଆ କହିଛନ୍ତି। ଫୁଟବଲର ଉନ୍ନତି ପାଇଁ ଉତ୍ତରପୂର୍ବାଞ୍ଚଳର ଯୁବ ବ୍ୟବସାୟୀମାନେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିବେ ବୋଲି ସେ କହିଛନ୍ତି। କ୍ଲବ୍‌ଗୁଡିକୁ ପ୍ରାୟୋଜକ ମିଳିବା, ଖେଳାଳିମାନଙ୍କୁ ସମର୍ଥନ ଦେବା ସହ କ୍ରୀଡ଼ା ସରଞ୍ଜାମ ଓ ଟ୍ରେନିଂ ଦିଆଗଲେ ଉତ୍ତରପୂର୍ବାଞ୍ଚଳରେ ଫୁଟବଲର ଉନ୍ନତି ଆହୁରି ହୋଇପାରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri