ଉପଖଣ୍ଡସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ: ଛତ୍ରପୁର ବଜାର ରାସ୍ତାରୁ ହଟିବ ଫାଷ୍ଟଫୁଡ୍‌ ଦୋକାନ

ଛତ୍ରପୁର,୧୨ା୧୨(ଡି.ଏନ.ଏ)-ଛତ୍ରପୁର ଉପଖଣ୍ଡସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ବୁଧବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ। ଛତ୍ରପୁର ସହରରେ କିଭଳି ଟ୍ରାଫିକ୍‌ ସମସ୍ୟା ଦୂର ହେବ ସେ ଉପରେ ଉପଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ସହାରୁ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥଲା। ରିକାପଲ୍ଲୀଠାରୁ ଅପରବସଷ୍ଟାଣ୍ଡ ଓ ଲୋୟର ବସଷ୍ଟାଣ୍ଡରେ ବହୁ ଫାଷ୍ଟ ଫୁଡ୍‌ ଦୋକାନ ଖୋଲିଛି ା ଏଥିଯୋଗୁ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି ା ଛତ୍ରପୁର ଏସ୍‌ଡିପିଓ ଓ ଏନ୍‌ଏସି ନିର୍ବାହୀ ଅଧିକାରୀ ସର୍ଭେ କରି ଏହା ଉପରେ ପଦକ୍ଷେପ ନେବାକୁ କୁହାଯାଇଛି। ବଜାର ମୁଖ୍ୟ ରାସ୍ତାରେ ଥିବା ଫାଷ୍ଟ୍‌ଫୁଡ୍‌ ଦୋକାନଗୁଡିକୁ ଅପରବସଷ୍ଟାଣ୍ଡରୁ ପୁତିଗୋପାଳପୁର ରାସ୍ତାକୁ ସ୍ଥାନାନ୍ତର କରିବାକୁ ପୂର୍ବ ବୈଠକରେ ଆଲୋଚନା ହୋଇଥିଲା। ହେଲେ ଏ ଯାଏ କୌଣସି ପଦକ୍ଷେପ ନିଆଯାଇନି ା ଠାକୁରାଣୀ ମନ୍ଦିର ଛକରୁ ବଜାର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ରାସ୍ତାରେ ଚାରି ଚକିଆଯାନ ଯାତାୟତ ଉପରେ କଟକଣା କରାଯିବ ା ଏହି ରାସ୍ତାରେ ସର୍ବଦା ଟ୍ରାଫିକ୍‌ ସମସ୍ୟା ଦେଖାଦେଉଥିବାରୁ କେବଳ ଦୁଇ ଚକିଆ ଯାନ ଯାତାୟାତର କରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ା ଛତ୍ରପୁର ଏସଡିପିଓ ଏହାର ସର୍ଭେ କରି ପଦକ୍ଷେପ ନେବେ। ପୋଲିସକୁ ସହଯୋଗ କରି ୟୁଥ୍‌ ମାସ୍‌ ସେବା ସଂଘର ସଭ୍ୟମାନେ ବ୍ୟାରିକେଡିଂ କରିବାକୁ ପରାମର୍ଶ ଦିଆଯାଇଥିଲା ା ପରିବା ମାର୍କେଟରେ ପାର୍କିଂ ଓ ଟ୍ରାଫିକ୍‌ ବ୍ୟବସ୍ଥା କରାଯିବ ା ହେଲମେଟ୍‌ ନ ପିନ୍ଧି ଗାଡି ଚଳାଇଲେ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା ଛତ୍ରପୁର ବାଇପାସ୍‌ରେ ଜାତୀୟ ରାଜପଥ ଯାଇଛି। ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ଏଠାରେ ଥିବା ଉପଖଣ୍ଡ ହସ୍ପିଟାଲକୁ ଅଣାଯାଉଛି। ଏଠାରେ ଡାକ୍ତର ଅଭାବ ଥିବାରୁ ଆହତଙ୍କୁ ପ୍ରାଥମିକ ଚିକିସତ୍ା କରି ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଉଥିବା ଆଲୋଚନା ହୋଇଥିଲା ା ଏହାଉପରେ ପଦକ୍ଷେପ ନେବାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଗଞ୍ଜାମ ଏମଭିଆଇ ଶାନ୍ତନୁ କୁମାର ପରିଡା, ଛତ୍ରପୁର ଏସଡିପିଓ ଗୌତମ କିଶାନ, ଛତ୍ରପୁର ହସ୍ପିଟାଲର ପରାମର୍ଶଦାତା ଡା. ଜିତେନ୍ଦ୍ର ମୋହନ ବେବର୍ତ୍ତା, ଏନଏସି ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଛତ୍ରପୁର ଓକିଲ ସଂଘ ସଭାପତି କେ ଶିବରାମ ରେଡ୍ଡୀ, ଓକିଲ ବି. ଶ୍ରୀନିବାସ, ୟୁଥ୍‌ ମାସ୍‌ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର, ଆର ଏଣ୍ଡ ବି ର ସହକାରୀ ନିର୍ବାହୀ ଯନ୍ତ୍ରୀ ଟି. ଲୋକେଶ୍ୱର, ମିନିବସ୍‌ ସଂଘ ସଭାପତି ବିଜୟ କୁମାର ପଣ୍ଡାଙ୍କ ସମେତ ଛତ୍ରପୁର, ପୋଲସରା, ହିଞ୍ଜିଳି ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଓ କମିଟି ସଭ୍ୟମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri