ଉନ୍ନୟନ ବିଭାଗ ଅଧୀନରୁ ହଟିପାରେ ବିଏମ୍‌ସି ହସ୍ପିଟାଲ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଉନ୍ନୟନ ବିଭାଗ ଅଧୀନରୁ କଢାଯାଇପାରେ ରାଜଧାନୀର ଅନ୍ୟତମ ପୁରାତନ ତଥା ପ୍ରମୁଖ ହସ୍ପିଟାଲ ଭୁବନେଶ୍ୱର ମହାନଗର ନିଗମ ବା ବିଏମ୍‌ସି ହସ୍‌ପିଟାଲର ପରିଚାଳନା ଦାୟିତ୍ୱ। ଏନେଇ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବିଏମ୍‌ସି ହସ୍ପିଟାଲ ସମସ୍ୟା ସଂକ୍ରାନ୍ତରେ ବିଜ୍ଞାନ ଓ କାରିଗରି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରିଚାଳନାରେ ଅବହେଳା ତଥା ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ହସ୍ପିଟାଲ ଦାୟିତ୍ୱ ସ୍ବାସ୍ଥ୍ୟ ବିଭାଗ ନେବା ଉପରେ ଗୁରୁତ୍ୱ ପ୍ରକାଶ ପାଇଛି।
ବୈଠକରେ ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହି ହସ୍ପିଟାଲର ସମସ୍ୟା ବାବଦରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହି ହସ୍ପିଟାଲର ବହିର୍ବିଭାଗକୁ ଦୈନିକ ୧ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଆସୁଥିବାବେଳେ ଡାକ୍ତର ଅଭାବ ଯୋଗୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆସିଷ୍ଟାଣ୍ଟ ସର୍ଜନ, ଶଲ୍ୟ ଚିକିତ୍ସା ବିଶେଷଜ୍ଞ, ନିଶ୍ଚେତକ ବିଶେଷଜ୍ଞ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ନ ଥିବାରୁ ଗୁରୁତର ସମସ୍ୟା ଉପୁଜୁଛି। ସେହିଭଳି ଅସ୍ତ୍ରୋପଚାର କକ୍ଷ ନିମନ୍ତେ ଆବଶ୍ୟକ ଆସବାବପତ୍ର ଏଠାରେ ନାହିଁ। ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ ଆହୁରି ଖରାପ। ଏଭଳିସ୍ଥଳେ ସାଧାରଣ ରୋଗୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ହସ୍ପିଟାଲ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଥିଲା।
ଏହାପରେ ବିଏମ୍‌ସି ହସ୍‌ପିଟାଲର ପରିଚାଳନା ଦାୟିତ୍ୱ ନଗର ଉନ୍ନୟନ ବିଭାଗରୁ କାଢ଼ି ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରାଗଲେ ଏହି ଚିକିତ୍ସାଳୟର ପ୍ରତ୍ୟକ୍ଷ ପରିଚାଳନା ସହଜ ହେବାସହ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଉପରେ ପଡ଼ୁଥିବା ଭାର ଲାଘବ ହୋଇପାରିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି। ଭୁବନେଶ୍ୱର ମହାନଗର ଅଞ୍ଚଳରେ ରହିଥିବା ୨୨ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ତିନୋଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଂପର୍କରେ ମଧ୍ୟ ମନ୍ତ୍ରୀ ଏହି ଅବସରରେ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଦାସ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହିତ ଆନୁଷଙ୍ଗିକ ସମସ୍ୟାକୁ ଦୂର କରିବାକୁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଓ ବିଏମ୍‌ସି ହସ୍‌ପିଟାଲ୍‌ର ମୁଖ୍ୟ ଚିକିତ୍ସାଧିକାରୀ ଡ. ଗଣେଶ ପ୍ରସାଦ ଦାସ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିଲେ ପ୍ରକାଶ ବେହେରା

ଭୁବନେଶ୍ୱର,୨୯ା୩: ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଭାଜପା ଛାଡ଼ିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି।

‘ନୋଟାରେ ଦେବୁ ପଛେ ଅପରାଜିତାଙ୍କୁ ନୁହଁ’

ଖୋର୍ଦ୍ଧା,୨୯ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱରରୁ ବେଗୁନିଆ ଏବେ ସବୁଠି ଭାଜପାର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଉଛି। ଭାଜପା ପକ୍ଷରୁ ଲୋକ ସଭା ପ୍ରଥମ ପର୍ଯ୍ୟାୟ ତାଲିକାରେ...

ସନାତନ ଭାଜପାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କେନ୍ଦୁଝର,୨୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ପ୍ରଥମେ କଂଗ୍ରେସ, ପରେ କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଚମ୍ପୁଆ ବିଧାୟକ ହେଲେ। ଚଳିତ ନିର୍ବାଚନ ତାରିଖ ଘୋଷଣା...

ରାତିସାରା ଚାଲିଛି ମୋରମ ଲୁଟ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୯ା୩ : ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି।...

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri