Posted inଜାତୀୟ

ଉଦ୍ଧବ ସରକାରଙ୍କ ଅଗ୍ନିପରୀକ୍ଷା ପୂର୍ବରୁ ଭାଜପା ସହ କଥା ହେଲେ ଅଜିତ

ମୁମ୍ବାଇ,୩୦।୧୧: ଶିବସେନା ନେତା ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ହୋଇଛି। ମେଣ୍ଟ କରି ଶିବସେନା ସରକାର ଗଠନ କରିଥିବାରୁ ତା’ମନରେ ସବୁବେଳେ ଦ୍ୱନ୍ଦ୍ୱ ଲାଗି ରହିଛି। ଶନିବାର ମଧ୍ୟାହ୍ନରେ ସେ ବହୁମତ ସାବ୍ୟସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଅର୍ଥାତ୍‌ ଉଦ୍ଦବଙ୍କ ସରକାର ଶନିବାର ଅଗ୍ନିପରୀକ୍ଷା ଦେବ। ଏଥିପାଇଁ ଶିବସେନା ନିକଟରେ ୫୬, ଏନ୍‌ସିପି ୫୪ ଓ କଂଗ୍ରେସ ପାଖେ ୪୪ ଆସନ ରହିଛି। ୨୮୮ ଆସନ ବିଶିଷ୍ଟ ଏହି ବିଧାନସଭା ପାଇଁ ମ୍ୟାଜିକ୍‌ ନମ୍ବର ରହିଛି ୧୪୫। ଆଉ ଶିବସେନା ମେଣ୍ଟ ସରକାର ନିକଟରେ ରହିଛି ୧୫୪। ଏହାପରେ ବି ଉଦ୍ଧବଙ୍କ ମନରେ ଭୟ ଜାତ ହେଉଛି। କାରଣ ଶନିବାର ବହୁମତ ପୂର୍ବରୁ ଏନସିପି ନେତା ଅଜିତ ପାଓ୍ବାର କୁଆଡେ ଭାଜପା ଏମ୍‌ପିଙ୍କ ସହ କଥା ହୋଇଛନ୍ତି। କିନ୍ତୁ ଏହାକୁ ନେଇ ଅଜିତ୍‌ ସଫେଇ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯଦିଓ ସେ ଭାଜପା ଏମ୍‌ପିଙ୍କ ସହ ମିଶିଛନ୍ତି ସେଠାରେ ବହୁମତକୁ ନେଇ କୌଣସି ଆଲୋଚନା ହୋଇନାହିଁ। ଆମେ ଭିନ୍ନ ଭିନ୍ନ ଦଳର ହେଲେ ମଧ୍ୟ ଆମର କିଛି ବ୍ୟକ୍ତିଗତ ସମ୍ପର୍କ ରହିଛି ବୋଲି ଅଜିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri