ଉଠରେ ପୁତ ଉଠ

ଶକୁନ୍ତଳା ପଣ୍ଡା
ସମୟ ତା’ର ଚକ୍ରରେ ଘୂରି ଘୂରି ଛଅଟି ଋତୁ ଦିଏ ପୃଥିବୀକୁ। ସମସ୍ତେ ଜାଣିଛନ୍ତି ଛଅ ଋତୁରୁ ଆମେ ତିନୋଟି ଉପଭୋଗ କରୁଛେ, ଯଥା-ଗ୍ରୀଷ୍ମ, ବର୍ଷା ଓ ଶୀତ। ଶରତ, ହେମନ୍ତ ଓ ବସନ୍ତ ଯାହା ପାଠ୍ୟକ୍ରମରେ ପଢ଼ା ହେଉଛି।
ଆଉ ଗୋଟିଏ ଋତୁ ହେଲା ସ୍କୁଲରେ ନାଁ ଲେଖା ଋତୁ, ପିଲାଙ୍କର ପରୀକ୍ଷା ନ ସରୁଣୁ ବାପା ଓ ମା’ ବ୍ୟତିବ୍ୟସ୍ତ ପିଲାର କେଉଁ ସ୍କୁଲରେ ନାଁ ଲେଖାହେବ। ରାତିରେ ଆଖିରୁ ନିଦ ହଜିଯାଉଛି। ଇଂଲିଶମାଧ୍ୟମ ବେସରକାରୀ ସ୍କୁଲ ସବୁ ଗାଁଠୁ ସହରଯାଏ ଛତୁ ଫୁଟିଲାଣି। ଯାହାର ଟିକେ ଅଧିକ ରୋଜଗାର ଅଛି ସେ ଯେମିତି ହେଉ ତା’ ପିଲାକୁ ଇଂଲିଶମାଧ୍ୟମ ସ୍କୁଲକୁ ପଠାଇବ। ସରକାରୀ ସ୍କୁଲ ଉପରୁ ଆମମାନଙ୍କର ଆସ୍ଥା ତୁଟିଗଲାଣି। ଆଗ ଅପେକ୍ଷା ସରକାରୀ ବିଦ୍ୟାଳୟରେ ବହୁତ ସୁବିଧା ହେଲାଣି। ହେଲେ ସ୍କୁଲକୁ ଦେଖି ଅଭିଭାବକ ପିଲା ପଠାଇବାକୁ ନାରାଜ। ପୋଷାକ, ବହିପତ୍ର, ବ୍ୟାଗ୍‌, ଜୋତା, ସାଇକେଲ, ଖାଇବା ଦେଲେ ବି ପିଲା ହେଉନାହାନ୍ତି। କେଉଁ ସ୍କୁଲରେ ଶିକ୍ଷକ ଅଛନ୍ତି ପିଲା ନାହାନ୍ତି, କେଉଁଠି ପିଲା ଅଛନ୍ତି ତ ଶିକ୍ଷକ ନାହାନ୍ତି। ଛାଇ ଆଲୁଅ ଖେଳ ହେଉଛି। ବେସରକାରୀ ସ୍କୁଲରେ ଅଧିକ ଖର୍ଚ୍ଚ କରି ପାଠ ପଢ଼ାଉଛନ୍ତି।
ଦେଶରେ କ’ଣ ପାଇଁ ଏ ପରିସ୍ଥିତି? ପିଲାଟିକୁ ପାଠ ପଢାଇବେ ଭବିଷ୍ୟତ ଗଢିବେ। ଗାଁ ଘର ଭିଟାମାଟି ଛାଡି ଇଂଲିଶମାଧ୍ୟମ ସ୍କୁଲରେ ଆମ ପିଲା ପଢିଲେ ଭଲ ମଣିଷ ହେବ, ବଡ ଚାକିରି କରିବ ଓ ବହୁତ ଟଙ୍କା ରୋଜଗାର କରିବ। ଏ ସବୁ ପ୍ରତିଦ୍ୱନ୍ଦ୍ୱିତା ଦେଖି ପିଲାବେଳେ ବୁଢୀମା’ଠାରୁ ଶୁଣିଥିବା କାହାଣୀ ମନେପଡୁଛି-
”ତରୁ ଡାଳେ ବସି ବାହୁନି ବାହୁନି
କାନ୍ଦଇ କପୋତ ମାତ,
ସେରକ ପୂରିଲା ମାଣକ ପୂରିଲା
ଉଠରେ ଉଠରେ ପୁତ।“
ଏହାର ଅର୍ଥ ଗୋଟିଏ ଗଛରେ କୁଆ ଓ କପୋତ ସାଥିହୋଇ ରହୁଥିଲେ। କୁଆ ଗୋଟିଏ ଡାଳରେ ବସା ବାନ୍ଧି ତା’ର ଦୁଇଟି ପିଲାଙ୍କୁ ଧରି ଖୁସିରେ ରହେ। ଦୁଇ ବନ୍ଧୁ ଖୁସିରେ ରହନ୍ତି। ଏମିତି ହସଖୁସିରେ ସମୟ ବିତିଯାଏ। ଦିନକର କଥା- ଏମାନଙ୍କ ପିଲାମାନେ ବଡ଼ ହୋଇଗଲେଣି। ମା’ମାନେ ଭାବିଲେ ଆମ ପିଲା କେଡ଼େ ପାରିବାର ହେଲେଣି ପରୀକ୍ଷା କରିବା। ଦିନେ କୁଆ ମାଣରେ ମାଣେ ଧାନ ଦେଇ କହିଲା ପିଲାଏ, ଏହି ଧାନ ନେଇ କୁଟି ଚାଉଳ କରି ଆଣ ରୋଷେଇ ହେବ। କପୋତ ମଧ୍ୟ ସେହି କଥା ତା’ ପିଲାଙ୍କୁ କହିଲା ଏବଂ ଧାନ ଦେଇ ପଠାଇଲା।
କୁଆ ଓ କପୋତର ପିଲାମାନେ ଧାନ ନେଇ ଅଲଗା ଅଲଗା ଦିଗକୁ ଗଲେ କୁଟି ଚାଉଳ ଧରି ଫେରିବେ। ଯଥା ସମୟରେ ପିଲାମାନେ ବସାକୁ ଫେରିଲେ। କୁଆର ପିଲା ଧାନକୁ କୁଟି ତଳେ କୁଣ୍ଡା ଓ ଉପରେ ଚାଉଳ ରଖି ନେଇ ଆସିଛନ୍ତି। କପୋତର ପିଲାମାନେ ଚାଉଳ ଅଲଗା ଓ କୁଣ୍ଡା ଅଲଗା ଆଣିଛନ୍ତି।
କୁଆ ଭାରି ଚାଲାକ୍‌। ସେ କହିଲା, ଦେଖ ମିତ, ମୋ ପିଲା ବେଶି ଆଣିଛି। ତୋ ପିଲାର କମ୍‌ ଦିଶୁଛି। କପୋତର ଟିକେ ବୁଦ୍ଧି କମ୍‌। ସେ କିଛି ନ ବୁଝି ତା’ର ପିଲାଙ୍କୁ ପିଟିଲା, ଏତେ ପିଟିଲା ଯେ ସେମାନେ ବେହୋସ ହୋଇଗଲେ। ଆଉ ଜଣେ ସାଥୀ ଆସି କହିଲା, ତୁ ପିଲାକୁ ପିଟିଲୁ କାହିଁକି? କୁଣ୍ଡା ଚାଉଳ ମିଶାଇ ଦେଖ ତୋର ସେତିକି ହେଉଛି କି ନାହିଁ। କପୋତ ସଙ୍ଗେ ସଙ୍ଗେ ମିଶାଇ ଦେଲା। କୁଆର ଯେତିକି ତା’ର ମଧ୍ୟ ସେତିକି ହେଲା। ପିଲାମାନଙ୍କୁ ଖୁସିରେ ଡାକିଲା। ପିଲାଏ ଉଠ, ମୋର ମାଣ ପୂରିଲା ଉଠ, ହେଲେ ପିଲାଏ ଆଉ ଉଠିଲେ ନାହିଁ। ସବୁଦିନ ପାଇଁ ଆଖି ବୁଜିଦେଇଥିଲେ। ସେବେଠାରୁ ଗଛଡାଳରେ ବସି କପୋତୀ ଗୁମୁରି ଗୁମୁରି କାନ୍ଦେ। ପିଲାମାନଙ୍କର କଥା ମନେପକାଏ। କୁଆର ପିଲାଙ୍କୁ ଦେଖି ସେ ମନେ ମନେ ଅନୁତାପ କରେ।
ବର୍ତ୍ତମାନ ସମାଜରେ ପିଲା କ’ଣ ଚାହୁଁଛି, ତା’ର କେଉଁ ପାଠରେ ଲକ୍ଷ୍ୟ ଅଛି ନ ବୁଝି ଅଭିଭାବକମାନେ କୁଆ ଓ କପୋତ ପରି ଲଢେଇ କରୁଛନ୍ତି। ପାଠ ବୋଝରେ ପେଷି ହେଉଛନ୍ତି ପିଲାଏ। ସ୍କୁଲ, ଟ୍ୟୁଶନ୍‌ ଓ ବିଭିନ୍ନ କମ୍ପିଟିଶନ୍‌ ପରୀକ୍ଷା ଦେଇ ଦେଇ ଥକି ପଡୁଛନ୍ତି। ଟିକେ ଖେଳକୁଦ କରିବାକୁ ସମୟ ପାଉନାହାନ୍ତି। ସେମାନେ ପୁସ୍ତକକୀଟ ପାଲଟି ଯାଉଛନ୍ତି। ଶୈଶବ କେତେ ସୁନ୍ଦର। ଅଢେଇବର୍ଷ ହେଉ ହେଉ ଖେଳ ସ୍କୁଲ ଯାଅ। ଘରେ ନିଦ ଭାଙ୍ଗି ନ ଥିବ, ଏଣେ ସ୍କୁଲ ଭ୍ୟାନ୍‌ ଆସି ପେଁ ପେଁ କରି ହର୍ନ ମାରିବ। ଖାଅ ନ ଖାଅ ଡ୍ରେସ୍‌ ଜୋତା ପିନ୍ଧି ରେଡି ହୋଇଯାଅ।
ଯେଉଁ ବୟସରେ ମା’ ଓ ଜେଜେମା’ ପଣତରେ ମୁହଁ ପୋଛୁଥିବେ, ନିଦ ଭାଙ୍ଗିବା ପାଇଁ କାହାଣୀ ଶୁଣିବା କଥା, ସେହି ବୟସରେ ବହିବସ୍ତାନି ମୁଣ୍ଡେଇ ଗାଡି ପାଖକୁ ଧାଇଁବାକୁ ବାଧ୍ୟ। ଏହା ହେଉଛି ଆଧୁନିକ ଶିକ୍ଷା ବ୍ୟବସ୍ଥା। ଆଜିକାଲି ଯୁଗରେ କେହି ଅଜଣା ନୁହନ୍ତି। ଦୂରଦର୍ଶନ ଓ ମୋବାଇଲ ଫୋନ ମାଧ୍ୟମରେ ସମସ୍ତେ ସବୁ ଜାଣି ପାରୁଛନ୍ତି। ବିଜ୍ଞାନ ବହୁତ ଆଗେଇଯାଇଛି। ହେଲେ ପୁରାତନ ଯେତେ ପୁରୁଣା ହେଲେ ବି ସେ ସ୍ମୃତି ମଧୁର। ସବୁ ଶିକ୍ଷା ଓ ସଂସ୍କୃତିକୁ ସମ୍ମାନ ଦିଅ। କାରଣ ଜୀବନ ବଡ଼।
ଓଷକା, ଭାଗବତପୁର, କେନ୍ଦ୍ରାପଡ଼ା, ମୋ-୯୪୩୭୪୯୩୯୦୭


Enter your email to get our daily news in your inbox.

All Right Reserved By Dharitri.Com

୪ର୍ଥରୁ ୬ଷ୍ଠକୁ ଖସିଲା

ନିକଟରେ ଏପ୍ରିଲ ୨୦୨୬ରେ ପ୍ରକାଶିତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ୱ ଅର୍ଥନୈତିକ ଆଉଟ୍‌ଲୁକ୍‌ ରିପୋର୍ଟ ଅନୁସାରେ ଭାରତ ଭଲ ଅଭିବୃଦ୍ଧି ହାସଲ କରିବା ସତ୍ତ୍ୱେ ଜାପାନ ଏବଂ ବ୍ରିଟେନଠାରୁ…

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

ଭୂଗର୍ଭ ଜଳ ସମସ୍ୟା

ଜୀବଜଗତ ବଞ୍ଚିବା ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ‘ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ’। ଜଳର…

୨୦୨୬ ନିର୍ବାଚନ: ଏକ ବିଶ୍ଳେଷଣ

କେବଳ ଆସାମ ଓ ପୁଡୁଚେରୀକୁ ବାଦ୍‌ ଦେଲେ ଚଳିତ ବିଧାନସଭା ନିର୍ବାଚନରେ ୩ ରାଜ୍ୟରେ ଜନମତ ଶାସକ ଦଳ ବିରୋଧରେ ଯାଇଛି। ଏପରି କି ପଶ୍ଚିମବଙ୍ଗ ଓ…

୭ ବିନ୍ଦୁ

ଗତ ରବିବାର ୧୦ ମେ’ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ସବୁ ଶ୍ରେଣୀ ପାଇଁ ଥିବା ଭଳି ମନେହେଲା। ସ୍ବୀକାର କରିବାକୁ ହେବ…

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

ବିଜୟ ପରେ ବିଳମ୍ବ

ତାମିଲାଗା ଭେଟ୍ରି କାଜାଗାମ (ଟିଭିକେ) ନେତା ତଥା ଅଭିନେତାରୁ ରାଜନେତା ପାଲଟିଥିବା ଯୋଶେଫ୍‌ ବିଜୟ ଚନ୍ଦ୍ରଶେଖର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୧୦ ମେ’ରେ ଶପଥ ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri