Posted inଭଦ୍ରକ

ଉଚ୍ଛେଦ ବେଳେ ଭାଙ୍ଗିଲା ବିପ୍ଳବୀ କବିଙ୍କ ପ୍ରତିମୂର୍ତ୍ତି

ବାସୁଦେବପୁର,୨୧ା୭(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଧାମରା-ବାସୁଦେବପୁର ରାସ୍ତାର ପ୍ରଶସ୍ତୀକରଣ ପାଇଁ ସୋମବାରଠାରୁ ବାସୁଦେବପୁର ମୁଖ୍ୟ ବଜାର ରାସ୍ତାର ଦୁଇପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ଉଚ୍ଛେଦ କାର୍ଯ୍ୟ ବେଳେ ସହର ମଧ୍ୟଭାଗ ଏବି ହାଇସ୍କୁଲ ଛକରେ ଥିବା ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀ କବି ବାଞ୍ଛାନିଧି ମହାନ୍ତିଙ୍କର ପ୍ରତିମୂର୍ତ୍ତି ଖଣ୍ଡ ବିଖଣ୍ଡତ ହୋଇ ଧରାଶାୟୀ ହୋଇଥିଲା। ପ୍ରଶାସନ ପକ୍ଷରୁ ଏହି ପ୍ରତିମୂର୍ତ୍ତି ଭଙ୍ଗାଯିବା ପରେ ଏହାର ପ୍ରତିଷ୍ଠାତା ବୈଲୋଚନ ଜେନା ଉକ୍ତ ସ୍ଥାନରେ ପହଞ୍ଚି ପ୍ରତିବାଦ କରିବା ସହ ଧାରଣାରେ ବସିରହିଥିଲେ। ଏପରି ଉଚ୍ଛେଦ ସ୍ବାଧୀନତା ସଂଗ୍ରାମୀ ଓ କବି ଜାତି ପ୍ରତି ଅସମ୍ମାନ ବୋଲି ସେ ଅଭିଯୋଗ କରିଥିଲେ। ଖବର ପାଇ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ଆଇଆଇସି ପ୍ରଦୀପ କୁମାର ମାଝୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ଧାରଣାରେ ବସିଥିବା ବୈଲୋଚନ ଜେନାଙ୍କୁ ବୁଝାଶୁଝା କରି ଧାରଣାରୁ ଉଠାଇବା ସହିତ ଆଗାମୀ ଦିନରେ ଉଚିତ୍‌ ସ୍ଥାନରେ ଏହି ପ୍ରତିମୂର୍ତ୍ତିକୁ ସ୍ଥାନିତ କରାଯିବ ବୋଲି କୁହାଯାଇଛି। ସେହିପରି ଭାବେ ଜବରଦଖଲ ଉଚ୍ଛେଦ ବେଳେ ମାତାଜୀ ମଠ ଓ ହାଇସ୍କୁଲଠାରେ ଥିବା ୨ଟି ଶିବ ମନ୍ଦିରକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଟ୍ରାଫିକ ଛକଠାରୁ ଚାଚେରି ଛକ ପର୍ଯ୍ୟନ୍ତ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଛି। ୨୧୭ଟି ଉଠା ଦୋକାନ ଓ ଘର ଭଙ୍ଗାଯିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?