ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାକୁ ପୂରିଲା ବର୍ଷେ; ଏଯାଏ ଧରାପଡ଼ିନାହାନ୍ତି ୪ ଡକାୟତ

ଅନୁଗୋଳ ଅଫିସ, ୮।୭:  ଗତବର୍ଷ ଅନୁଗୋଳର ଦୁଇଟି ବ୍ୟାଙ୍କରେ କଳାକନା ବୁଲାଇଥିଲେ ଡକାୟତ। ପ୍ରଥମେ ୨୦୧୮ ଏପ୍ରିଲ ୬ରେ ସହରର ଶଙ୍କର ସିନେମା ହଲ ନିକଟ ଆନ୍ଧ୍ର ବ୍ୟାଙ୍କରୁ ୨୩ ଲକ୍ଷ ଟଙ୍କା ଓ ୩ କେଜି ସୁନା ଡକାୟତି ହୋଇଥିଲା। ସେହିପରି ଜୁଲାଇ ୭ରେ ହରିମହୁରି ଛକସ୍ଥିତ ଇଣ୍ଡିଆନ୍‌ ବ୍ୟାଙ୍କରୁ ୮ ଲକ୍ଷ ଟଙ୍କା ଓ ୭ କେଜି ସୁନା ଲୁଟି ନିଆଯାଇଥିଲା। ଏହି ଦୁଇଟି ଘଟଣାରେ ୮ ଜଣିଆ ବିହାରୀ ଗ୍ୟାଙ୍ଗର ହାତ ଥିବା ପୋଲିସ ତଦନ୍ତରୁ ଜାଣିପାରିଥିଲେ ବି ଗ୍ୟାଙ୍ଗର ସର୍ଦ୍ଦାରଙ୍କ ସହ ୪ଜଣଙ୍କୁ ଗିରଫ କରିପାରିଛି। ଅନ୍ୟ ୪ଜଣ ଏବେ ବି ଫେରାର ରହିଛନ୍ତି। ସେହିପରି ଦୁଇଟି ବ୍ୟାଙ୍କରୁ ଡକାୟତି ହୋଇଥିବା ଟଙ୍କା ଓ ସୁନା ଉଦ୍ଧାର କରିବାରେ ପୋଲିସକୁ ସଫଳତା ମିଳିପାରି ନାହିଁ। ଇଣ୍ଡିଆନ ବ୍ୟାଙ୍କ ଡକାୟତି ପରେ ପୋଲିସ ପ୍ରଥମେ ଯେଉଁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ସେମାନଙ୍କ ନିକଟରୁ ମାତ୍ର ୩୪୩ ଗ୍ରାମ ସୁନା ଜବତ ହୋଇଥିଲା। ବାକି ଟଙ୍କା ଓ ସୁନା କୁଆଡ଼େ ଗଲା ତାହା ତଦନ୍ତାଧୀନ ଥିବା ବେଳେ ଗିରଫ ଗ୍ୟାଙ୍ଗ ସର୍ଦ୍ଦାର ମାଧବ ରବି ଦାସ ଡକାୟତି ଅର୍ଥରେ ଦେଶର ବିଭିନ୍ନ ସ୍ଥାନରେ ସମ୍ପତ୍ତି କିଣିଥିବା ପୋଲିସ ଜାଣିବାକୁ ପାଇଛି। ତେଣୁ ଉକ୍ତ ସମ୍ପତ୍ତି ସିଜ୍‌ କରିବାକୁ ଏବେ ଉଦ୍ୟମ କରାଯାଉଥିବା ଅନୁଗୋଳ ପୋଲିସ ପକ୍ଷରୁ ସୂଚନା ମିଳିଛି।
ଡକାୟତି ଘଟଣାର ତଦନ୍ତ କରୁଥିବା ଅନୁଗୋଳ ପୋଲିସ ୨୦୧୮ ଜୁଲାଇ ୧୭ରେ ବିହାରର ଗୟା ଜିଲା ବାରଚାଟି ଅଞ୍ଚଳରୁ ଓମ୍‌ ପ୍ରକାଶ ଦାସ ଓ ରାଜେଶ ଦାସଙ୍କୁ ଗିରଫ କରି ଅନୁଗୋଳ ଆଣିଥିଲା। ଏହାପରେ ଅନୁଗୋଳରେ ରହି ଗ୍ୟାଙ୍ଗ ସଦସ୍ୟଙ୍କୁ ପରିଚାଳନା କରୁଥିବା ମାଷ୍ଟର ମାଇଣ୍ଡ ତଥା ସର୍ଦ୍ଦାର ମାଧବ ରବି ଦାସଙ୍କ ସମ୍ପର୍କୀୟ ଯୋଗିନ୍ଦର ଦାସଙ୍କୁ ଗିରଫ କରିଥିଲା। ପରେ ସର୍ଦ୍ଦାର ମାଧବଙ୍କୁ ରାଞ୍ଚତ୍ରୁ ଗିରଫ କରାଯାଇଥିଲା। ଏହି ଡକାୟତି ଗ୍ୟାଙ୍ଗ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ଡକାୟତିରେ ସମ୍ପୃକ୍ତ ଥିବାରୁ ୫ଟି ରାଜ୍ୟର ପୋଲିସ ଅନୁଗୋଳ ଆସି ଏମାନଙ୍କୁ ପଚରା ଉଚରା କରିଥିଲା। ଗିରଫ ୪ଜଣଙ୍କ ମଧ୍ୟରୁ ସର୍ଦ୍ଦାର ମାଧବ ରବି ଦାସ ଓ ଯୋଗିନ୍ଦର ଏବେ ଅନୁଗୋଳ ଜେଲରେ ଥିବା ବେଳେ ଓମ୍‌ ପ୍ରକାଶ ଓ ରାଜେଶଙ୍କୁ ବିହାର ବାରଚାଟି ଜେଲରେ ଛଡ଼ାଯିବା ପରେ ଆସାମସୋଲ ପୋଲିସ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗ୍ୟାଙ୍ଗ ସର୍ଦ୍ଦାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ସିଜ୍‌ କରିବା ସହ ଦେଶର ବିଭିନ୍ନ ସ୍ଥାନରେ ଥିବା ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଚିଠି ଲେଖାଯାଇଥିଲା। ଏବେ ଉକ୍ତ ସମ୍ପତ୍ତିକୁ ଚିହ୍ନଟ ପାଇଁ ବିହାର ଓ ଅନୁଗୋଳ ପୋଲିସ ଯୋଜନା କରିଥିବା ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବ୍ୟାଙ୍କ ଡକାୟତି ପରେ ମାଧବ ରବି ଦାସ ବିଭିନ୍ନ ଅଞ୍ଚଳରେ ଜମି କିଣି ଥିଲେ। ଉକ୍ତ ଜମିର ଚିହ୍ନଟ ପାଇଁ ଅନୁଗୋଳ ପୋଲିସ ଓ ଗୟା ପୋଲିସକୁ ଆୟକର ବିଭାଗ ଅଧିକାରୀମାନେ ସହଯୋଗ କରିବେ ବୋଲି ଚିଠି ଯିବା ପରେ ଉକ୍ତ ବିଭାଗ ପକ୍ଷରୁ ସହମତି ମିଳିଛି। ଏଥିସହ ପୂରା ଘଟଣାରେ ଓଡ଼ିଶା କ୍ରାଇମ୍‌ ବ୍ରାଞ୍ଚ ସହଯୋଗ କରୁଥିବା ଏସ୍‌ପି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri