ଆୟୋଗ ବିରୋଧରେ ଅପପ୍ରଚାରକୁ ଓପିଏସ୍‌ସିର ଖଣ୍ଡନ: -ଅପପ୍ରଚାର କଲେ ପରବର୍ତ୍ତୀ ପରୀକ୍ଷାରୁ ବଞ୍ଚିତ ହେବେ

ଭୁବନେଶ୍ୱର,୮।୮(ବ୍ୟୁରୋ)- ଓଡିଶା ସିଭିଲ୍‌ ସର୍ଭିସ୍‌-୨୦୧୫ ଏବଂ ସହକାରୀ ଉପବିଭାଗ ଅଧିକାରୀ-୨୦୧୮(ଏ.ଏସ୍‌.ଓ) ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଗୁରୁବାର ଏହାକୁ ଖଣ୍ଡନ କରାଯାଇଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ, କେତେକ ପ୍ରାର୍ଥୀ ଗଣମାଧ୍ୟମ ଆଗରେ ସେମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା ଦର୍ଶାଇ ମିଥ୍ୟା ଗୁଜବ ପ୍ରଚାର କରିବା ଲକ୍ଷ୍ୟ କରାଯାଉଛି। ଏହି ଅଭିଯୋଗଗୁଡିକୁ ଲୋକସେବା ଆୟୁକ୍ତ ଯାଞ୍ଚ କରିଛନ୍ତି। ଯାଞ୍ଚରୁ ଜଣାପଡିଛି ଯେ, ସେସବୁ ଅଭିଯୋଗ ଭିତ୍ତିହୀନ ଓ ସେଥିରେ ପୁନଃ ମୂଲ୍ୟାଙ୍କନ ପାଇଁ ଦାବିରେ ମନ୍ଦ ଉଦ୍ଦେଶ୍ୟ ନିହିତ। ଜଣେ ପ୍ରାର୍ଥୀ ମଧ୍ୟ ପରୀକ୍ଷକ ଏବଂ ମୁଖ୍ୟପରୀକ୍ଷକଙ୍କ ଦ୍ୱାରା କରାଯାଇଥିବା ମୂଲ୍ୟାଙ୍କନ ପ୍ରତି ସନ୍ଦେହ ପ୍ରକଟ କରିଛନ୍ତି। ତଦନ୍ତରୁ ଜଣାଯାଇଛି ଯେ, ଯଦିଓ ସେହି ପ୍ରାର୍ଥୀଙ୍କୁ ପରୀକ୍ଷକ ବା ମୁଖ୍ୟ ପରୀକ୍ଷକଙ୍କ ଦ୍ୱାରା ମୂଲ୍ୟାୟନ ପରେ ଅଧିକ ନମ୍ବର ମିଳିଛି। ସଂପୃକ୍ତ ବର୍ଗରେ ଧାର୍ଯ୍ୟ କଟ୍‌ ଅଫ୍‌ ନମ୍ବରଠାରୁ ସେହି ପରୀକ୍ଷାର୍ଥୀ ବହୁ ପଛରେ ଅଛନ୍ତି। ଏ ବିଷୟରେ ସେହି ପ୍ରାର୍ଥୀଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଜଣାଯାଇଛି।
ପରୀକ୍ଷା ପରିଚାଳନା କ୍ଷେତ୍ରରେ କମିଶନ ସର୍ବାଧିକ ସାଧୁତା ଓ ସ୍ବଚ୍ଛତା ଅବଲମ୍ବନ କରାଯାଇଛି। ସେହିପରି ବଳିଷ୍ଠ ଅଭିଯୋଗ ଶୁଣାଣି ପ୍ରକ୍ରିୟା ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଦକ୍ଷତାର ସହ ପରୀକ୍ଷା ପରିଚାଳନା ଯୋଗୁଁ କମିଶନଙ୍କ ଦ୍ୱାରା ଅତୀତରେ ସର୍ବାଧିକ ପ୍ରାର୍ଥୀ ମନୋନୀତ ହୋଇଥିବା ବେଳେ ଅଳ୍ପସଂଖ୍ୟକ ଆଇନ୍‌ଗତ ମାମଲା ଆସିଥିଲା।
ଆୟୋଗ ପକ୍ଷରୁ ସମସ୍ତ ପ୍ରାର୍ଥୀମାନଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନେ ସେମାନଙ୍କର ଅଭିଯୋଗଗୁଡିକୁ ସିଧାସଳଖ କମିଶନଙ୍କ ଦୃଷ୍ଟିକୁ ଆଣନ୍ତୁ। ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ବିଭ୍ରାନ୍ତିକର ତଥ୍ୟ ଦିଅନ୍ତୁ ନାହିଁ । ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଜଣେ ନିଜର ଦାବି ପୂରଣ ପାଇଁ ସହାୟତା ନେଇପାରେ। ମାତ୍ର ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି ମିଥ୍ୟା ଅପପ୍ରଚାର କରିବା ଉଚିତ ନୁହେଁ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି। ସେହିଭଳି ଅପପ୍ରଚାର କଲେ, ଓଡିଶା ଲୋକସଭା ଆୟୋଗ ଓ କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅଯୋଗ୍ୟ ବିବେଚିତ ହେବେ ବୋଲି ଆୟୋଗର ସଚିବ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri