ଆହୁରି ବିଗିଡ଼ିବ ରାଜ୍ୟ ଅଭିବୃଦ୍ଧି

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ରାଜ୍ୟର ଆର୍ଥିକ ଅବସ୍ଥା ସରକାରଙ୍କ ଚିନ୍ତା ବଢ଼ାଇଦେଇଥିବାବେଳେ କର୍ମଚାରୀଙ୍କ ଦରମା, ପେନ୍‌ସନ ଏବଂ ଯୋଜନା ଖର୍ଚ୍ଚ ରାଜକୋଷ ଉପରେ ଅତିରିକ୍ତ ବୋଝ ପାଲଟିଛି। ରାଜସ୍ବ ଆଦାୟ ମଧ୍ୟ ଆଖିଦୃଶିଆ ହେଉନାହିଁ। ରାଜସ୍ବ ଅଭିବୃଦ୍ଧି ୨୮% ଅଧିକ ହେଉଥିବା କୁହାଯାଉଥିଲେ ହେଁ ବାସ୍ତବ ସ୍ଥିତି ଅଲଗା। ରାଜ୍ୟ ଅର୍ଥ ବ୍ୟବସ୍ଥାର ପ୍ରମୁଖ ଭାଗ ଖଣି ଭଳି ଅଣଟିକସ କ୍ଷେତ୍ରରୁ ଆସିଥାଏ। ଖଣିଜ ପଦାର୍ଥର ମାନ୍ଦାବସ୍ଥା ସାଙ୍ଗକୁ ଇସ୍ପାତ ଓ କୋଇଲାର ଚାହିଦା ମଧ୍ୟ ହ୍ରାସ ପାଇଛି। କେନ୍ଦ୍ର ସରକାର ଦେଉଥିବା ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ବାବଦ କ୍ଷତିପୂରଣ ଉପରେ ରାଜ୍ୟ ଆର୍ଥିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡୁଛି। ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟଗୁଡ଼ିକ ଯେପରି ରାଜସ୍ବ କ୍ଷତି ନ ସହିବେ ସେଥିପାଇଁ ୫ ବର୍ଷ ସକାଶେ କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ଦେଉଛନ୍ତି। ୨୦୧୫-୧୬ ଆର୍ଥିକ ବର୍ଷର ସଂଗୃହୀତ ଟିକସ ପରିମାଣକୁ ମୂଳ ବର୍ଷ ରୂପେ ଧରି ବାର୍ଷିକ ୧୪ ପ୍ରତିଶତ ହାରରେ କେନ୍ଦ୍ର ସରକାର ରାଜ୍ୟକୁ ଜିଏସ୍‌ଟି କ୍ଷତି ଭରଣା କରୁଛନ୍ତି। ଏଥିଯୋଗୁ ରାଜ୍ୟକୁ ପ୍ରାୟ ୪ରୁ ୫ ହଜାର କୋଟି ଟଙ୍କା ଅତିରିକ୍ତ ମିଳୁଛି। ୨୦୨୨-୨୩ ଆର୍ଥିକ ବର୍ଷ ଯାଏ ଏହି କ୍ଷତି ଭରଣା ରାଜ୍ୟ ଅର୍ଥନୀତିକୁ ସମ୍ଭାଳିନେବ ବୋଲି କୁହାଯାଉଛି। ରାଜ୍ୟର ବାର୍ଷିକ ଟିକସ ବୃଦ୍ଧି ପରିମାଣ ୯ ରୁ ୧୦ ପ୍ରତିଶତ ମଧ୍ୟରେ ରହୁଛି। ଜିଏସ୍‌ଟି କ୍ଷତିପୂରଣ ବନ୍ଦ ହେଲେ ରାଜ୍ୟକୁ ସିଧା ୪ ରୁ ୫ ପ୍ରତିଶତ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟର ଖଣି କ୍ଷେତ୍ରର କଞ୍ଚାମାଲ ସମସ୍ୟା ଯୋଗୁ ଶିଳ୍ପ କ୍ଷେତ୍ର ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇଛି। ୨୦୧୬-୧୭ରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ୩୩.୨ ପ୍ରତିଶତ ରେକର୍ଡ ଅଭିବୃଦ୍ଧି ହୋଇଥିବାବେଳେ ୨୦୧୭-୧୮ରେ ୮.୬%, ୨୦୧୮-୧୯ରେ ୭.୬ ଏବଂ ୨୦୧୯-୨୦ରେ ୫.୯ ପ୍ରତିଶତକୁ ଖସିବ ବୋଲି ଆକଳନ କରାଯାଇଛି। ସରକାର ମଧ୍ୟ ମାନିଛନ୍ତି ଯେ ଖଣି , ମାନୁଫାକ୍ଚରିଂ, ବିଦ୍ୟୁତ୍‌, ଗ୍ୟାସ, ଜଳ ଯୋଗାଣ ଏବଂ ନିର୍ମାଣ କ୍ଷେତ୍ର ଅଭିବୃଦ୍ଧି ହ୍ରାସ ଯୋଗୁ ଶିଳ୍ପ ଅଭିବୃଦ୍ଧି ମାନ୍ଦା ହୋଇଛି । ଖଣି କ୍ଷେତ୍ରର ଅଭିବୃଦ୍ଧି ୨୦୧୬-୧୭ରେ ୧୩.୭୪% ଥିବାବେଳେ ୨୦୧୮-୧୯ରେ ୩.୩୮% ଏବଂ ୨୦୧୯-୨୦ରେ ୩.୪୨%କୁ ଖସିବ ବୋଲି ଆକଳନ କରାଯାଇଛି। କୋଇଲା ଓ କ୍ରୋମାଇଟର ୨୦୧୬-୧୭ରୁ ୨୦୧୭-୧୮ରେ ଯଥାକ୍ରମେ ୩୪ % ଏବଂ ୨୭ ପ୍ରତିଶତକୁ ଖସିଯିବାରୁ ଶିଳ୍ପ କ୍ଷେତ୍ର ଅତିମାତ୍ରାରେ ପ୍ରଭାବିତ ହୋଇଛି। ମାନୁଫାକ୍ଚରିଂ କ୍ଷେତ୍ର ମଧ୍ୟ ଏହି ସମୟରେ ୩୩.୧୭ ପ୍ରତିଶତରୁ ୫.୨୯%କୁ ଖସି ଯାଇଛି । ଆର୍ଥିକ ମାନ୍ଦାବସ୍ଥା ଯୋଗୁ ନିର୍ମାଣ କ୍ଷେତ୍ର ୭.୮୮%ରୁ ୪.୪୨%କୁ ଖସିବ ବୋଲି ଆକଳନ ହୋଇଛି। ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଏଥିଯୋଗୁ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିବା ୧୦ଟି ଶିଳ୍ପ ସଂସ୍ଥା ସେମାନଙ୍କର ଉତ୍ପାଦନ ବନ୍ଦ କରିଛନ୍ତି ା କରୋନା ଭୂତାଣୁ ଯୋଗୁ ରାଜ୍ୟ ଅଭିବୃଦ୍ଧି ହାର ଆହୁରି ଖସିଯିବ ବୋଲି ଅର୍ଥନୈତିକ ବିଶାରଦ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?