ଆସିକା: ସ୍କୁଲରେ ବିସ୍ଫୋରଣ, ୨ ଛାତ୍ର ଗୁରୁତର

ଆସିକା, ୨୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା କୋଟିନଡ଼ା ଫାଣ୍ଡି ଅନ୍ତର୍ଗତ ମାଗୁରା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ସକାଳ ପ୍ରାୟ ସାଢ଼େ ୯ଟାରେ ବୋମା ବିସ୍ଫୋରଣଘଟି ୨ ଛାତ୍ର ଗୁରୁତର ହୋଇଛନ୍ତି। ସେମାନେ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ର ଚନ୍ଦନ ସ୍ବାଇଁ ଏବଂ ସପ୍ତମ ଶ୍ରେଣୀ ଛାତ୍ର ରାଜା ନାୟକ।
ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବବିତା ଆଚାର୍ଯ୍ୟଙ୍କ କହିବା ଅନୁସାରେ, ଶନିବାର ସକାଳୁଆ ସ୍କୁଲ ଥିଲା। ବିଦ୍ୟାଳୟର ସମୁଦାୟ ୮ଟି ଶ୍ରେଣୀର ୬୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଶନିବାର ୫୩ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ୯ଟାରୁ ସାଢ଼େ ୯ଟା ମଧ୍ୟରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ବିରତି ସମୟ ଚାଲିଥିଲା। ଏହି ସମୟରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ପରିସରରେ ଥିବା ଶୌଚାଳୟ ଆଡ଼କୁ ଯାଇଥିଲେ। ଉକ୍ତ ସମୟରେ ଶୌଚାଳୟ ସଂଲଗ୍ନ ପଡ଼ିଆରେ ପୋତାଯାଇଥିବା ବୋମାକୁ ଛାତ୍ର ଦ୍ୱୟ ଦେଖିବା ପରେ ତାକୁ ଖୋଳିବାରୁ ଏହି ବିସ୍ଫୋରଣ ଘଟିଥିଲା। ଆହତ ଛାତ୍ର ଦ୍ୱୟଙ୍କୁ ପ୍ରଥମେ ଚିକିତ୍ସା ଲାଗି ଆସିକା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ଖବର ପାଇଁ ଆସିକା ପୋଲିସ ଏସ୍‌ଡିପିଓ ସୂର୍ଯ୍ୟମଣୀ ପ୍ରଧାନ, ତହସିଲଦାର ସୁବାଶ ଚନ୍ଦ୍ର ସେଠୀଆ, ଥାନା ଅଧିକାରୀ ପିତବାସ ଧାରୁଆ, ବିଡିଓ ଗାୟତ୍ରୀ ଦତ୍ତ ନାୟକ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରଣସ୍ଥଳରୁ ପୋଲିସ ମାଟି ସଂଗ୍ରହକରି ପରୀକ୍ଷା ପାଇଁ ପଠାଇବ ବୋଲି କହିଛି। ଏହି ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏହା ବୋମା ନୁହେଁ ବରଂ ଡିଟୋନେଟର ବୋଲି ଏସ୍‌ଡିପିଓ ପ୍ରଧାନ କହିଛନ୍ତି।

ପ୍ରକାଶ ଯୋଗ୍ୟ, ପୂର୍ବରୁ କଟକ ସଦର ବ୍ଲକ ଅନ୍ତର୍ଗତ ଆୟତପୁର ହାଇସ୍କୁଲର ନବମ ଶ୍ରେଣୀ ଗୃହରେ ବୋମା ବିସ୍ଫୋରଣ ଘଟି ୨୮ ଛାତ୍ରୀଛାତ୍ର ଆହତ ହୋଇଥିଲେ। ଜଣେ ଛାତ୍ର ବ୍ୟାଗରେ ବୋମା ରଖିଥିବା ବେଳେ ହଠାତ୍‌ ତାହା ବିସ୍ଫୋରଣ ଘଟିଥିଲା। ଏହି ଘଟଣା ପାଇଁ ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ କ୍ଷତିଗ୍ରସ୍ତ ପିଲାଙ୍କୁ ଆର୍ଥିକ ସହାୟତା ଦିଆଯାଇଥିଲା। ପରେ ଅଭିଯୁକ୍ତ ଛାତ୍ର ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝଡବର୍ଷା ସମ୍ଭାବନା: ୯ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୭ା୧୦ (ବନ୍ଦନା ସେଠୀ):ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୧୦(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚଳିତମାସ ୧୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ଅଭାବ ଆଗରେ ହାର୍‌ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା

ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?