ଆସିକା ଲୋକ ସଭା ଆସନ :ଭୋଟ ଗଣତି ପାଇଁ ପ୍ରାର୍ଥୀ ପ୍ରତିନିଧିଙ୍କୁ ନେଇ ବୈଠକ

ଛତ୍ରପୁର,୧୮ା୫(ଡି.ଏନ୍‌.ଏ.) -ଆସିକା ଲୋକସଭା ପାଇଁ ହୋଇଥିବା ଭୋଟର ଗଣତି ଚଳିତ ମାସ ୨୩ ତାରିଖରେ ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସିକା ଲୋକ ସଭା ଆସନ ପାଇଁ ରିଟର୍ନିଂ ଅଫିସର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଛନ୍ତି। ଏହି ଲୋକ ସଭା ଆସନ ଅଧୀନରେ ଖଲ୍ଲିକୋଟ, କବିସୂର୍ଯ୍ୟନଗର, ହିଞ୍ଜିଳିି, ପୋଲସରା, ସାନଖେମୁଣ୍ଡି, ଆସିକା ଓ ସୋରଡା ନିର୍ବାଚନମଣ୍ଡଳୀ ରହିଛି। ଏନେଇ ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଆସିକା ଲୋକସଭା ଆସନ ପାଇଁ ଥିବା ପ୍ରାର୍ଥୀ ଓ ତାଙ୍କ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଭୋଟ ଗଣତି କିଭିଳି ଶୃଙ୍ଖଳିତ ଭାବେ ହୋଇପାରିବ ଏବଂ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ ସେନେଇ ଜିଲାପାଳ ତଥା ରିଟର୍ନିଂ ଅଫିସର କୁଲାଙ୍ଗେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ୨୩ ତାରିଖ ପୂର୍ବାହ୍ନ ୮ଟା ବେଳେ ଛତ୍ରପୁରସ୍ଥିତ ଜିଲାପାଳଙ୍କ କୋର୍ଟ ହଲ୍‌ରେ ଆସିକା ଲୋକସଭା ଆସନ ପାଇଁ ହୋଇଥିବା ପୋଷ୍ଟାଲ ବାଲଟ୍‌ର ଗଣତି ହେବ। ଉକ୍ତଦିନ ପୂର୍ବାହ୍ନ ୮ଟା ୩୦ ରୁ ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର କେନ୍ଦ୍ରରେ ଇଭିଏମ୍‌ର ଭୋଟ ଗଣତି ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି। ଆସିକା ଲୋକସଭା ଆସନ ଅଧିନ ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ୭ ଟେବୁଲ୍‌ରେ ଇଭିଏମ୍‌ରେ ହୋଇଥିବା ଭୋଟର ଗଣତି ହେବ। ଆସିକା ଲୋକ ସଭା ଆସନ ପାଇଁ ଭୋଟ ଗଣତି ପାଇଁ ପ୍ରତି ପ୍ରାର୍ଥୀଙ୍କର ୬୭ ଜଣ ଏଜେଣ୍ଟ ରହିବେ। ଏହି ବୈଠକରେ ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁ, ଜିଲା ନିର୍ବାଚନ ଅଧିକାରୀ ବିଜୟାନନ୍ଦ ସେଠୀ, ବିଜେଡି ପ୍ରାର୍ଥୀଙ୍କ ପ୍ରତିନିଧି ପ୍ରଶାନ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ପ୍ରାର୍ଥୀଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୋନରେ କଥା ହେଉହେଉ ହଠାତ୍ ଟ୍ରମ୍ପଙ୍କ ଉପରେ ରାଗିଗଲେ ନେତାନ୍ୟାହୁ, କହିଦେଲେ ଏହି ବଡ଼ କଥା

ଓ୍ବାଶିଂଟନ,୨୧।୫: ଇରାନ ବିରୁଦ୍ଧରେ ଚାଲିଥିବା ସଂଘର୍ଷର ଭବିଷ୍ୟତ ରଣନୀତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ୍ ଆଲୋଚନା…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ: ପଠାଇଲେ ଯୁଦ୍ଧଜାହଜ

ଓ୍ବାଶିଂଟନ୍‌,୨୧।୫: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବା ଆଡକୁ ଧ୍ୟାନ ଦେଇଛନ୍ତି। ଟ୍ରମ୍ପ କ୍ୟୁବା ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ…

ବିଜ୍ଞାନରେ ଏତିକି ନମ୍ବର ରଖି ଦୁଇ ଜଣ ହେଲେ ବ୍ଲକ ଟପ୍ପର : ସଫଳତା ପାଇଁ ଅଧ୍ୟାପକ, ପରିବାରଙ୍କୁ ଦେଲେ ଶ୍ରେୟ

ଛତ୍ରପୁର,୨୧।୫(ଦିଲ୍ଲୀପ ସାମଲ): ପ୍ରକାଶ ପାଇଛି ଯୁକ୍ତ୨ ରେଜଲ୍ଟ । ଏହି ଅବସରରେ ବିଜ୍ଞାନ ବିଭାଗରେ ଦୁଇ ଛାତ୍ର ଛତ୍ରପୁର ବ୍ଲକ ଟପ୍ପର ହୋଇଛନ୍ତି । ଗୋବିନ୍ଦପୁର ସ୍ଥିତ…

ଦୁର୍ଗାମାଧବ ରାଜ୍ୟରେ ଦ୍ୱିତୀୟ: ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୨୧।୫(ବିଦ୍ୟାଧର ସାହୁ): ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛନ୍ତି ଦୁର୍ଗାମାଧବ ବାରିକ l ଗଞ୍ଜାମ ସହର ଦୁର୍ଗାଦେବୀ ସାହି ବାସିନ୍ଦା ତଥା ଶିକ୍ଷକ…

ଗୋଡାଇ ଗୋଡାଇ ଅପରାଧୀଙ୍କୁ ଏନକାଉଣ୍ଟର କଲା ପୋଲିସ: ପୋଲିସ ଡିଜିଙ୍କ ଚରମବାଣୀ ପରେ…

ବ୍ରହ୍ମପୁର, ୨୧/୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରାଯାଇଛି। ଡିଜିଙ୍କ ଚରମବାଣୀ ପରେ ଅପରାଧୀଙ୍କୁ କାଉଣ୍ଟର ପାଇଁ ଏନକାଉଣ୍ଟର…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

ଶହୀଦ ଭଗତ୍‌ ସିଂହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ବିଜ୍ଞାନରେ ସିମରନ ବ୍ଲକ ଟପ୍ପର

ଗଞ୍ଜାମ,୨୧।୫(ଅନାଥ ତରାଇ): +୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଗଞ୍ଜାମ ବ୍ଲକ ସ୍ଥିତ ସହିଦ ଭଗତ୍ ସିଂହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଏକ ଗୌରବମୟ…

ବିଦେଶ ଗସ୍ତରୁ ଫେରି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୋଦି: ସବୁ କେନ୍ଦ୍ରମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୧।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri