Posted inରାଜ୍ୟ

ଆଳତୁମା ରଜ ମହୋତ୍ସବ: ହରାଇନି ମହକ, କମିନି ଚମକ

କାମାକ୍ଷାନଗର, ୧୪।୬ – ସରିଛି ସଜବାଜ। ଶୁକ୍ରବାର ପହିଲି ରଜ। ଏହାକୁ ନେଇ ସବୁଠି ଉତ୍ସାହର ମାହୋଲ। ଆମ୍ବତୋଟାରେ ସରିଲାଣି ଦୋଳିବନ୍ଧା। ଖୋଲିଲାଣି ରଜପାନ ଦୋକାନ। ପିଠାପଣା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ଘରେ ଘରେ ଲାଗିଲାଣି ବନ୍ଧୁବାନ୍ଧବଙ୍କ ଭିଡ଼। ୧୧ତମ ବାର୍ଷିକ ରଜ ମହୋତ୍ସବ ପାଇଁ ଏଭଳି ମାହୋଲ ଦେଖିବାକୁ ମିଳିଛି କାମାକ୍ଷାନଗର ବ୍ଲକ ଆଳତୁମାରେ। ଆଧୁନିକତାର ଭିଡ଼ ଭିତରେ ଆଳତୁମା ରଜ ମହୋତ୍ସବ ମହକ ହରାଇନି କି ଏହାର ଚମକ ମଧ୍ୟ କମିନି।
ରଜ ମହୋତ୍ସବ କେବଳ ଗ୍ରାମାଞ୍ଚଳରେ ସୀମିତ ହୋଇ ରହିନାହିଁ। ଏହାର ପରିସର ଏବେ ବ୍ୟାପିଲାଣି ସହରକୁ। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ମଲ୍‌ ସର୍ବୋପରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ରଜ ମହୋତ୍ସବ ଭଳି ପରମ୍ପରା ବଞ୍ଚାଇ ରଖିବାକୁ ପ୍ରୋତ୍ସାହିତ କରାଯାଉଛି। ଏସବୁ ସତ୍ତ୍ୱେ ରଜ ଆସିଲେ ମନେ ପଡ଼େ ଗଁା। ଗହଳିଆ ଆମ୍ବତୋଟାରେ ସାଙ୍ଗସାଥୀଙ୍କ ମେଳରେ ଦୋଳି ଖେଳିବା, ଦୂରଦୂରାନ୍ତରେ ରହୁଥିବା ପରିବାର ସଦସ୍ୟ ଏକାଠି ହେବା ପାଇଁ ଅବସର ଆଣିଦିଏ ରଜ। ଏଭଳି ନିଆରା ପରମ୍ପରା ଆଜି ବି ବଞ୍ଚତ୍ଛି ଆଳତୁମାରେ।
ଓଡ଼ିଆ ଘରର ପରମ୍ପରାକୁ ସୁଦୂରପ୍ରସାରୀ କରାଇବାକୁ ଏଠାରେ ଦୀର୍ଘ ୧୧ବର୍ଷ ହେଲା ପାଳିତ ହୋଇଆସୁଛି ରଜ ମହୋତ୍ସବ। ବାର୍ଷିକ ରଜ ମହୋତ୍ସବ କମିଟି ଏହାକୁ ଆୟୋଜନ କରୁଥିବାବେଳେ ୩ଦିନ ଧରି ଜାକଜମକର ସହ ପାଳିତ ହୁଏ ମହୋତ୍ସବ। ଏଥିସହ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ନୃତ୍ୟ, ସଙ୍ଗୀତ, ପୁଚି, ରଙ୍ଗୋଲି, ପୋଡ଼ପିଠା ପ୍ରତିଯୋଗିତା ହୁଏ। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଞ୍ଚଳିକ କଳାକାରମାନେ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଥାନ୍ତି। ସେହିପରି ଦର୍ଶକଙ୍କ ମନୋରଞ୍ଜନ କରିବାକୁ ନିମନ୍ତ୍ରିତ ହୋଇ ଆସିଥାନ୍ତି ରାଜ୍ୟର ପ୍ରତିଷ୍ଠିତ କଳାକାର।
ଏ ନେଇ ବାର୍ଷିକ ରଜ ମହୋତ୍ସବ କମିଟି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା କୁହନ୍ତି, ଜିଲାର ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ପାଳିତ ହେଉଛି। ହେଲେ ଆଳତୁମା ରଜପର୍ବର ଆକର୍ଷଣ ନିଆରା। ଏଠାରେ ପରମ୍ପରାକୁ ସମ୍ମାନ ଜଣାଇ ସମସ୍ତଙ୍କ ସହଯୋଗରେ ମହୋତ୍ସବ ପାଳିତ ହୋଇଥାଏ। ଗତଦିନ ଅପେକ୍ଷା ଏହାର କଳେବର ବଢ଼ିଛି। ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। ବହୁତ କଷ୍ଟ କରିବାକୁ ପଡୁଛି। ତଥାପି ଏହା ସମସ୍ତଙ୍କୁ ଭାଇଚାରାରେ ବାନ୍ଧି ରଖିଛି। ଏବେ ୪ଟି ଦୋଳି ବନ୍ଧାଯାଉଛି।

(ସୁଧୀର କୁମାର ପରିଡ଼ା)


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri