ଆରମ୍ଭ ହେଲା ‘ପୁରୀ ପଢ଼େ, ପୁରୀ ବଢ଼େ’ କାର୍ଯ୍ୟକ୍ରମ ବହି ହେଉଛି ବନ୍ଧୁ: ଚିତ୍ରା ଅରୁମୁଗମ୍‌

ପୁରୀ ଅଫିସ, ୮ା୧୨:

ଆଗକୁ ଯିବାର ଏକମାତ୍ର ରାସ୍ତା ହେଉଛି ଶିକ୍ଷା। ଯାହା ପାଖରେ ଶିକ୍ଷା ଅଛି ତାଙ୍କୁ କେହି ଅଟକାଇ ପାରିବେ ନାହିଁ। ସ୍କୁଲ ଶିକ୍ଷା ଜଣଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ। ସ୍କୁଲରେ ଯାହା ପଢା ହେଉଛି ତାହାକୁ ଭଲ ଭାବେ ପ୍ରତ୍ୟେକ ପିଲା ଗ୍ରହଣ କରନ୍ତୁ। ଏଥିସହିତ ଅନ୍ୟ ବହି ପଢିବା ଅଭ୍ୟାସ କରିବା ଦରକାର। କାରଣ ଗୋଟିଏ ଗୋଟିଏ ବହି ହେଉଛି ଜଣେ ଜଣେ ବନ୍ଧୁ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଚିତ୍ରା ଅରୁମୁଗମ୍‌। ବାତ୍ୟା ପରବର୍ତ୍ତୀ ଛାତ୍ରୀଛାତ୍ରଙ୍କୁ ବହି ପଢିବା ପାଇଁ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ୟୁନିସେଫ୍‌ ଏବଂ ବକୁଳ ଫାଉଣ୍ଡେଶନର ମିଳିତ ଉଦ୍ୟମରେ ଶନିବାର ବେଳାଭୂମିସ୍ଥିତ ହୃଦୟ ପାର୍କ ଆମ୍ପିଥିଏଟରରେ ସ୍ନେହ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ‘ପୁରୀ ପଢେ, ପୁରୀ ବଢେ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ଅରୁମୁଗମ୍‌ ଛାତ୍ରୀଛାତ୍ରମାନଙ୍କୁ ପୁସ୍ତକମନସ୍କ ହେବାକୁ ପରାମର୍ଶ ଦେଇଥିଲେ। ବଜାରରୁ କେବଳ ଅଧିକ ବହି କିଣି ଆଣିଲେ ହେବ ନାହିଁ, ଏହାକୁ ପଢିବା ପାଇଁ ଆଗ୍ରହ ଥିବା ଦରକାର। ଜଣେ ଶିକ୍ଷିତ ହେଲେ ତାଙ୍କ ଜୀବନ ଅମୃତମୟ ହୋଇଯିବ। ତୁମର ଜ୍ଞାନ ଅନ୍ୟମାନଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେବ ବୋଲି ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସେ କହିଥିଲେ। ଏହି ଅବସରରେ ଅରୁମୁଗମ୍‌ ନିଜ ପିଲାଦିନର ସ୍ମୃତିଚାରଣ କରି କହିଥିଲେ, ତାଙ୍କ ବାପା ମଧ୍ୟାହ୍ନ ଭୋଜନ ନ ଖାଇ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଗୋଟିଏ ଲେଖାଏ ବହି କିଣି ଆଣୁଥିଲେ। ସେହି ବହି ପଢିବା ଆଗ୍ରହ ଯୋଗୁ ସେ ଏବଂ ତାଙ୍କ ଭଉଣୀ (ଜଣେ ଚକ୍ଷୁ ଡାକ୍ତର) ଆଜି ଏତେ ବାଟରେ ପହଞ୍ଚତ୍ ପାରିଛନ୍ତି। ସେହିପରି ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ମୋନିକା ନିଲ୍‌ସନ କହିଥିଲେ, ବହି ହେଉଛି ଏକ ଝରକା। ଏହା ମାଧ୍ୟମରେ ଦୁନିଆକୁ ଦେଖିହେବ। ସମସ୍ତେ ବଡ଼ ବଡ଼ ସ୍ବପ୍ନ ଦେଖିବା ଭଲ। କିନ୍ତୁ ସ୍ବପ୍ନ ପୂରଣ ହେବା ଦରକାର। ଆଉ ଏହି ସ୍ବପ୍ନ ପୂରା କରିବାର ମାଧ୍ୟମ ହେଉଛି ପୁସ୍ତକ। ଜିଲାପାଳ ବଲୱନ୍ତ ସିଂ କହିଥିଲେ, ହୃଦୟ ଯୋଜନାରେ ନିର୍ମିତ ଏହି ପାର୍କ ଫନୀରେ କ୍ଷତିଗ୍ରସ୍ତ ହୋଇଥିଲା। ପୁନରୁଦ୍ଧାର ପରେ ଏହି କାର୍ଯ୍ୟକ୍ରମ ପିଲାଙ୍କ ଗହଣରେ ସବୁଠୁ ଭଲ ଉଦ୍‌ଘାଟନ ବୋଲି କହିବି। ହସଖୁସିରେ ପିଲାଙ୍କ ମଧ୍ୟରେ ବହି ପଢିବାର ଆଗ୍ରହ ବୃଦ୍ଧି କରିବା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ପିଲାଦିନେ ତାଙ୍କର ବି ବହି ପଢିବାରେ ବିଶେଷ ରୁଚି ଥିଲା। ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବ୍‌ଦୁଲ କଲାମଙ୍କ ଆତ୍ମଜୀବନୀ ତାଙ୍କର ପ୍ରିୟ ପୁସ୍ତକ ବୋଲି ସେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ୟୁନିସେଫ୍‌ର ଲଳିତା ପଟ୍ଟନାୟକ, ଅଭିନେତା କୁନା ତ୍ରିପାଠୀ ଅତିଥି ଭାବେ ଯୋଗଦେଇଥିଲେ। ବକୁଳ ଫାଉଣ୍ଡେଶନର ସୁଜିତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁଦର୍ଶନଙ୍କ ବାଲୁକାକଳା ବେଶ୍‌ ଆକର୍ଷଣ ପାଲଟି ଥିଲା। କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟମଞ୍ଜରୀ ଦାସ, ଜିଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨ମାସ ଧରି ପ୍ରତି ଶନିବାର ଅପରାହ୍ନ ୩ଟାରୁ ୫ଟା ଏହି କାର୍ଯ୍ୟକ୍ରମ ହେବ ବୋଲି ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଯୋଗଦେଇଥିଲେ। ପିଲାମାନଙ୍କୁ ବିଭିନ୍ନ ପୁସ୍ତକ ପଢିବାକୁ ଦିଆଯାଇଥିଲା। କିଏ କ’ଣ ପଢିଲେ ତାକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ସୁନ୍ଦର ଭାବେ ସେମାନେ ଉତ୍ତର ରଖିଥିଲେ। କେହି ଗଳ୍ପ ତ ଆଉ କେହି ଚମତ୍କାର ଢଙ୍ଗରେ କବିତା ଆବୃତ୍ତି କରିଥିଲେ। ଅଭିନେତା କୁନା ତ୍ରିପାଠୀ ପିଲାମାନଙ୍କୁ ପାଠ ପଢିବାର ଗୁରୁତ୍ୱ ସମ୍ପର୍କରେ କହିବା ସହ ଯେତେ ପଢିବ ସେତେ ବଢିବ ବୋଲି ପ୍ରେରଣା ଦେଇଥିଲେ। ଆର୍ଯ୍ୟଶ୍ୱେତା ମିଶ୍ର, ଶାଶ୍ୱତ ମିଶ୍ର, ପ୍ରିୟାଲି ପ୍ରିୟଦର୍ଶିନୀ, ସଂଘମିତ୍ରା ବେହେରା ପ୍ରମୁଖ ଛାତ୍ରୀଛାତ୍ର ଗଳ୍ପ, କବିତା ଓ ଅଧିକାର ସମ୍ପର୍କରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସୂଚନା; ଆଇସିୟୁ, ଭେଣ୍ଟିଲେଟର୍‌ ବିନା ଆୟୁଷ୍ମାନ୍‌ ଅପରେଶନ ମନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଆଇସିୟୁ ଓ ଭେଣ୍ଟିଲେଟର୍‌ ନ ଥିଲେ ଆୟୁଷ୍ମାନ ଅନୁଦାନରେ ଅପରେଶନ ହୋଇପାରିବନି । ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍‌’

ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍‌…

ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ: ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌

ଭୁବନେଶ୍ୱର, ୧୨।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?