ଆରମ୍ଭ ହେଲା ଗୋଲ୍ଡେନ୍‌ ଟ୍ରାଇଙ୍ଗଲ୍‌ ଫିଲ୍ମ ଫେଷ୍ଟିଭାଲ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଗୋଲ୍ଡେନ୍‌ ଟ୍ରାଇଙ୍ଗଲ୍‌ ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ଗୋଲ୍ଡେନ୍‌ ଟ୍ରାଇଙ୍ଗଲ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲର ପଞ୍ଚମ ସଂସ୍କରଣ ସୋମବାର ସୂଚନା ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି। ୩ଦିନ ଧରି ଚାଲିବାକୁ ଥିବା ଏହି ଚଳଚ୍ଚିତ୍ର ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ ଏହାକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟଶାଣୀ, କାନାଡାର ଫିଲ୍ମମେକର ଆଲ୍‌ସନ ରିଚାର୍ଡସ ଏବଂ ଇଟାଲୀର ଫିଲ୍ମ ଜର୍ନାଲିଷ୍ଟ ସିଞ୍ଜିଆ ଘିଆନୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତବର୍ଷ ଉତ୍ସବରେ ଭାରତର ବିଭିନ୍ନ ରାଜ୍ୟ ସମେତ, ଚାଇନା, ଇରାନ, ଇଟାଲୀ ଏବଂ ରୁଷିଆ ଭଳି ରାଷ୍ଟ୍ରରୁ ଆସିଥିବା ମୋଟ ୩୭ଟି ଫିଲ୍ମ ପ୍ରଦର୍ଶିତ ହେବ। ଉଦ୍‌ଘାଟନୀ ଦିବସରେ ବିଭିନ୍ନ ଭାଷାର ୧୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିବାବେଳେ ତେଲୁଗୁ ଫିଲ୍ମ ‘ଦି ଡେଥ୍‌ ସେଣ୍ଟେନ୍ସ’ ପ୍ରଦର୍ଶନରୁ ଉତ୍ସବ ଆରମ୍ଭ ହୋଇଥିଲା। ରଙ୍ଗନାଥ ସ୍ବାମୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଜଣେ ହ୍ୟାଙ୍ଗ୍‌ମ୍ୟାନ୍‌ଙ୍କ କାହାଣୀ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ଫିଲ୍ମ ‘ଉଡ଼ା’, ‘ଲଞ୍ଚ୍‌ ବ୍ରେକ୍‌’, ‘ଡିଟେକ୍ଟିଭ୍‌ ଚାଇନାଟାଉନ୍‌’, ‘ଏ ଗିଫ୍ଟ ଫର୍‌ ଏ ଗ୍ଲୁମି ଡେ’, ‘କିଙ୍ଗ୍‌ ଅଫ୍‌ ଡ୍ୟାମେଜେସ୍‌’, ‘ଡିୟର ଡେଥ୍‌’ ଫିଲ୍ମ ଉଦ୍‌ଘାଟନୀ ଦିବସରେ ପ୍ରଦର୍ଶିତ ହୋଇଥିଲା। ସେହିଭଳି ଓଡ଼ିଆ ଫିଲ୍ମ ‘କଥା’ ଏବଂ ‘ମହା ନାଟକ’ ଉତ୍ସବର ପ୍ରଥମ ଦିନରେ ଅନ୍ୟତମ ଆକର୍ଷଣ ରହିଥିଲା।
କାର୍ଯ୍ୟକ୍ରମରେ ଗୋଲ୍ଡେନ୍‌ ଟ୍ରାଇଙ୍ଗଲ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲର ସଭାପତି ପ୍ରିୟରଞ୍ଜନ ସାହୁ ଯୋଗଦେଇ କହିଥିଲେ, ଚଳିତବର୍ଷ ଇଟାଲୀ ଏବଂ କାନାଡାରୁ ପ୍ରତିନିଧିମାନେ ଏହି ଫେଷ୍ଟିଭାଲରେ ଯୋଗଦେଇଛନ୍ତି। ପରିବେଶ ପ୍ରଦୂଷଣ ରୋକିବା ଏବଂ ଜୈବିକ ଇନ୍ଧନର କୁପରିଣାମ ସମ୍ପର୍କରେ ଫିଲ୍ମ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ଏହି ଫିଲ୍ମ ଫେଷ୍ଟିଭାଲର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ଫେବୃୟାରୀ ୧୨ରେ ଶେଷ ହେବାକୁ ଥିବା ଉତ୍ସବରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ଫିଲ୍ମ ଏବଂ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ୟୁଜିସି-ଏନ୍‌ଇଟି: ଚଳିତ ସପ୍ତାହରେ ପ୍ରକାଶ ପାଇବ ୮୪ ବିଷୟର ପରୀକ୍ଷାଫଳ

ନୂଆଦିଲ୍ଲୀ, ୨୭ା୮ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)ର ୮୪ଟି ବିଷୟର ଫଳାଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ବୁଧବାର…

ଭାଜପାର ବଡ଼ ଘୋଷଣା: ୧୭ରୁ ମାସେବ୍ୟାପୀ…

ଭୁବନେଶ୍ୱର, ୨୭।୮(ସୁନିତ୍‌ ମିଶ୍ର): ଶାସକ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୭ରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ…

ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା

କଟକ,୨୭।୮(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ପୂର୍ବାପେକ୍ଷା ଅଧିକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଛି। ଚଳିତବର୍ଷ…

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri