ଆରମ୍ଭରୁ ଅବ୍ୟବସ୍ଥା

ଭୁବନେଶ୍ୱର,୧୭।୩ (ବ୍ୟୁରୋ): ରାଜ୍ୟରେ କରୋନା ମୁକାବିଲା ପାଇଁ ୨ଶହ କୋଟିର ବ୍ୟୟବରାଦ ରହିଛି। ଚିକିତ୍ସା, ସଚେତନତାଠାରୁ ଆରମ୍ଭ କରି ବ୍ୟାପକ ବ୍ୟବସ୍ଥା କରାଯାଉଥିବା କୁହାଯାଉଛି। ଘନଘନ ନିର୍ଦ୍ଦେଶନାମା ଜାରି କରାଯାଇ କଟକଣା ଲଗାଯାଉଛି। ବିମାନ ବନ୍ଦରରେ କଡ଼ା ଯାଞ୍ଚ, ହସ୍ପିଟାଲରେ ଆସୋଲେଶନ ଓ୍ବାର୍ଡ ସହ ଡାକ୍ତରୀ ଟିମ୍‌ ପ୍ରସ୍ତୁତ ହୋଇ ରହିଥିବା ବହୁଦିନ ହେବ କୁହାଯାଉଛି। ହେଲେ କରୋନା ଓଡ଼ିଶା ମାଟି ମାଡ଼ିବାକ୍ଷଣି ସବୁ ପ୍ରସ୍ତୁତି ଫିକା ହେଲା ଭଳି ମନେ ହେଉଛି। ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିକିତ୍ସା ଚାଲିଥିବା କ୍ୟାପିଟାଲ ହସ୍ପିଟାଲର ନାନା ଅବ୍ୟବସ୍ଥା ଏବେ ପଦାରେ ପଡିଛି।
ବିଭିନ୍ନ ଆଡୁ ଅଭିଯୋଗ ଆସିବା ପରେ ଆମ ପ୍ରତିନିଧି ସୋମବାର ହସ୍ପିଟାଲରେ ପହଞ୍ଚତ୍ ବାସ୍ତବ ସ୍ଥିତି ପରଖିଛନ୍ତି। ହଇଜା ଓ ସଂକ୍ରାମକ ରୋଗ ଓ୍ବାର୍ଡ ନିକଟ ଜଟିଳ ଯକ୍ଷ୍ମା ଚିକିତ୍ସା କେନ୍ଦ୍ର (ପୁରୁଣା ଆଇଡିଏଚ୍‌ ଓ୍ବାର୍ଡ)ରେ ହୋଇଥିବା ଆଇସୋଲେଶନ ଓ୍ବାର୍ଡରେ ଆକ୍ରାନ୍ତ କରୋନା ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଥିଲା। ଫଳରେ ହଇଜା ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ରୋଗୀ ଓ ସମ୍ପର୍କୀୟମାନେ ସଂକ୍ରମଣ ଆଶଙ୍କା କରି ଭୟଭୀତ ଅବସ୍ଥାରେ ରହିଛନ୍ତି। ସବୁଠାରୁ ବଡ଼ କଥା ହେଲା ଆଇସୋଲେଶନ ଓ୍ବାର୍ଡରେ ଆକ୍ରାନ୍ତ ଓ ସନ୍ଦିଗ୍ଧମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶୌଚାଳୟର ବ୍ୟବସ୍ଥା ନ ଥିବାବେଳେ ଖାଇବା ଓ ପିଇବାରେ ଅବହେଳା କରାଯାଉଛି। ଡାକ୍ତରୀ ପରାମର୍ଶଠାରୁ ଆରମ୍ଭ କରି ଦେଖାଶୁଣା ମଧ୍ୟ ମନଇଚ୍ଛା କରାଯାଉଥିବା ସେମାନେ କହିଛନ୍ତି। ଓ୍ବାର୍ଡ ଜଗିବା ପାଇଁ ସୁରକ୍ଷା କର୍ମୀ ନ ଥିବାବେଳେ ଯିଏ ଯେତେବେଳେ ଚାହୁଁଥିଲେ ସେମାନଙ୍କୁ ଭେଟୁଥିବା ଦେଖିବାକୁ ମିଳିଥିଲା। ସେମିତି କଟକଣା ଓ ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ସଂକ୍ରମଣର ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଦୁଇ ସନ୍ଦିଗ୍ଧଙ୍କୁ ରଖାଯାଇଥିବା ଓ୍ବାର୍ଡରେ ତାଲା ପଡିଥିଲା। ପରିବାର ଲୋକେ ଓ ସମ୍ପର୍କୀୟମାନେ ଝରକା ବାଟେ ବିସ୍କୁଟ ଦେଉଥିବା ଦେଖାଯାଇଥିଲା। ସେମାନଙ୍କୁ ପଚରାଉଚରା ପରେ ଅସନ୍ତୋଷ ପ୍ରକାଶ କରି ହସ୍ପିଟାଲ କର୍ତ୍ତୃପକ୍ଷ ଓ ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ।
ଏନେଇ କ୍ୟାପିଟାଲ ହସ୍ପିଟାଲରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଧନଞ୍ଜୟ ଦାଶ କହିଛନ୍ତିଣ୍‌, ହଇଜା ଓ୍ବାର୍ଡ ନିକଟରେ ରହିଲେ କରୋନା ବ୍ୟାପିବ ନାହିଁ। ଏହା ମିଥ୍ୟା ପ୍ରଚାର। ଏପରିକି ରୋଗୀଙ୍କ ପାଇଁ ସବୁ ସୁବିଧା ଯୋଗାଇ ଦିଆଯାଉଛି।

ଆଇସୋଲେଶନ ଓ୍ବାର୍ଡ ନିକଟରେ ବିନା ମାସ୍କରେ କାର୍ଯ୍ୟ କରୁଛନ୍ତି ଶ୍ରମିକ

କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଆଗରୁ ସେପରି ପ୍ରସ୍ତୁତ ରହି ନ ଥିଲେ। ବାହାଘରବେଳେ ବାଇଗଣ ରୁଆ ଭଳି କରୋନା ସଂକ୍ରମଣ ସନ୍ଦିଗ୍ଧ ହସ୍ପିଟାଲରେ ପହଞ୍ଚତ୍ବା ପରେ ହଇଜା ଓ୍ବାର୍ଡ ନିକଟ ଯକ୍ଷ୍ମା ଓ୍ବାର୍ଡକୁ ସଫାସୁତୁରା କରିବା ସହ ସେଠାରେ ଏସି ଲଗାଇ ଆଇସୋଲେଶନ ଓ୍ବାର୍ଡ କରିଛନ୍ତି। ଏବେ ଆକ୍ରାନ୍ତ ଚିହ୍ନଟ ହେବା ପରେ ତରବରିଆ ଭାବେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯିବା ସହ ଅଧିକ ଓ୍ବାର୍ଡ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସୋମବାର ହଇଜା ଓ୍ବାର୍ଡ ନିକଟରେ ଥିବା ଏକ ଘରକୁ କରୋନା ସଂକ୍ରମଣ ରୋଗୀଙ୍କ ପାଇଁ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଥିଲା। ହେଲେ ସେଠାରେ ନିର୍ମାଣ କରୁଥିବା ଶ୍ରମିକ ଓ ଠିକାଦାର ବିନା ମାସ୍କରେ କାମ କରୁଥିଲେ। ସେମାନେ କେରୋନା ରୋଗୀ ଥିବା ଘର କାନ୍ଥରେ ଥିବା ବୋର୍ଡରୁ ବିଦ୍ୟୁତ୍‌ ନେଇ ଲୁହା କଟାକଟି କରୁଥିଲେ।

ଘରୋଇ କ୍ଲିନିକ୍‌ ଡାକ୍ତର, କର୍ମଚାରୀ ଓ ଦୁଇ ବିଦେଶ ଫେରନ୍ତାଙ୍କ ସ୍ବାବ୍‌ ନମୁନା ନିଆଗଲା

ଇଟାଲି ଫେରନ୍ତା ଭୁବନେଶ୍ୱରର ଯୁବକ ଜଣକ କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ସେ ଅସୁସ୍ଥ ଅନୁଭବ କରିବାରୁ ଭୁବନେଶ୍ୱର ବୁଦ୍ଧନଗରସ୍ଥିତ ଘରୋଇ କ୍ଲିନିକ୍‌ରେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ତେଣୁ ସୋମବାର କ୍ଲିନିକ୍‌ର ଡାକ୍ତର ଓ ଦୁଇଜଣ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ଡକାଯାଇ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି। ହେଲେ ସେମାନେ ମଧ୍ୟ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହସ୍ପିଟାଲରେ ବସାଇ ରଖାଯାଇଥିଲା। ଫଳରେ ୭୪ବର୍ଷୀୟ ଡାକ୍ତର ଓ ଦୁଇ କର୍ମଚାରୀ ଚେୟାର ଉପରେ ଭୋକରେ ବସି ରହି ହଟହଟା ହୋଇଥିଲେ ମଧ୍ୟ କେହି ଶୁଣି ନ ଥିଲେ କି ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିଲା। ସେମାନେ ପ୍ରତିକ୍ରିୟା ପ୍ରକାଶ କରିବା ପରେ ଅପରାହ୍ନ ସାଢ଼େ ୪ଟାରେ ସ୍ବାବ୍‌ ନିଆଯାଇଥିଲା। ସେହିଭଳି ବିଦେଶରୁ ଫେରିଥିବା କଳାରାହାଙ୍ଗ ଅଞ୍ଚଳର ଦୁଇ ଯୁବକଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି।

ସଂକ୍ରମଣ ଆଶଙ୍କାରେ ସନ୍ଦିଗ୍ଧ
ହସ୍ପିଟାଲରେ ଏବେ ଦୁଇଜଣ ସନ୍ଦିଗ୍ଧଙ୍କୁ ଅବ୍‌ଜରଭେଶନରେ ରଖାଯାଇଛଇ। ସେମାନଙ୍କର ନମୁନା ନେଗେଟିଭ ଆସିଛି। ହେଲେ ସେମାନେ କରୋନା ଆକ୍ରାନ୍ତ ଯୁବକଙ୍କ ସହ ଦୁଇଦିନ ରହିଥିବାରୁ ନାନା ଆଶଙ୍କା ମଧ୍ୟରେ କାଳାତିପାତ କରୁଛନ୍ତି। କାରଣ କରୋନା ଆକ୍ରାନ୍ତ ଯୁବକଙ୍କଠାରୁ ଭାଇରସ୍‌ ଉକ୍ତ ଘରେ ସଂକ୍ରମିତ ହୋଇଥିବ ତେଣୁ ଆଉଥରେ ପରୀକ୍ଷା କରିବାକୁ ସେମାନଙ୍କ ସମ୍ପର୍କୀୟ ଲୋକେ ଦାବି କରିଛନ୍ତି। ଏଥିସହ ପ୍ରତି ସନ୍ଦିଗ୍ଧଙ୍କୁ ଅଲଗା ଅଲଗା ରଖାଯାଉ ବୋଲି ସେମାନେ କହିଛନ୍ତି।

ଆକ୍ରାନ୍ତଙ୍କ ପରିବାର ଲୋକ, ହସ୍ପିଟାଲ ଡାକ୍ତରଙ୍କ ସ୍ବାବ୍‌ ପରୀକ୍ଷା ହେବା ଜରୁରୀ

କରୋନା ଆକ୍ରାନ୍ତ ଯୁବକ ଘରେ ଦୁଇଦିନ ରହିଥିଲେ। ତାଙ୍କ ସହ ପରିବାର ସଦସ୍ୟମାନେ ମିଳାମିଶା କରିଥିବା ଜଣାପଡିଛି। ସେହିଭଳି ସେ କ୍ୟାପିଟାଲ ହସ୍ପିଟାଲକୁ ଆସି ଡାକ୍ତରଙ୍କୁ ମଧ୍ୟ ଦେଖାଇଥିଲେ। ସେହିଭଳି ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ମଧ୍ୟ ଆକ୍ରାନ୍ତ ଜଣକ ଯାଇ ଡାକ୍ତରଙ୍କୁ ଦେଖାଇଥିବା ଜଣାପଡିଛି। ସେତେବେଳେ ଯେଉଁ ଡାକ୍ତର ଓ କର୍ମଚାରୀ ସେଠାରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କର ମଧ୍ୟ ସ୍ବାବ୍‌ ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି। ତେଣୁ ସୋମବାର ଏସବୁ କରାଯାଇ ନ ଥିବାରୁ ସଂକ୍ରମଣ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?