ଆମ୍ବ, ପରିବା ଚାଷ ଦେଇଛି ରୋଜଗାର

ଫିରିଙ୍ଗିଆ, ୧୦ା୬-ଚାଷ କରି ଆତ୍ମ ନିର୍ଭରଶୀଳ ହୋଇ ପାରିଥିଲେ ମଧ୍ୟ ଦିନକୁ ଦିନ ପାଣି ସମସ୍ୟା ଏଥିରେ ଅନ୍ତରାୟ ସାଜୁଛି। ନଦୀ, ଚୂଆରୁ ପାଣି ଆଣି ଆଉ ଚାଷ କରିବା ସମ୍ଭବ ହେଉନାହିଁ। ଚାଷ ପାଇଁ ସରକାର ବହୁ ପ୍ରୋତ୍ସାହନ ଦେବା ସହ ଯୋଜନା କରୁଥିଲେ ମଧ୍ୟ ତାହା କେତେଜଣ ଚାଷୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏଭଳି ଜଣେ ଚାଷୀ ଫିରିଙ୍ଗିଆ ବ୍ଲକ ଅଞ୍ଚଳର ଶିବ ଦେହୁରୀ। ସେ ଦୀର୍ଘ ବର୍ଷ ହେଲା ୨ ଏକର ଜମିରେ ଆମ୍ବ ଓ ପନିପରିବା ଚାଷ କରି ଆସୁଛନ୍ତି। ତେବେ ପାଣି ଅସୁବିଧା ହେତୁ ଆଗ ଭଳି ଆଉ ଚାଷ ହେଉନାହିଁ। ଉଦ୍ୟାନ କୃଷି ବିଭାଗକୁ ସେ ଏ ନେଇ ଜଣାଇଥିଲେ। କୂଅଟିଏ ଖୋଳାଇବା ପାଇଁ ଆବେଦନ କରିଥିଲେ ସୁଦ୍ଧା ଏ ଯାଏ ହୋଇ ପାରିନାହିଁ। ପାଣି ସୁବିଧା ହେଲେ ଚାଷ କରି ଅଧିକ ଲାଭବାନ ହୋଇପାରନ୍ତେ ବୋଲି ଶିବ କହିଛନ୍ତି।
ଶିବଙ୍କ ପରିବାର କହିଲେ ପାଖରେ ଅଛନ୍ତି କେବଳ ସ୍ତ୍ରୀ। ପିଲାମାନେ ଅଲଗା ହୋଇ ରହୁଛନ୍ତି। ସ୍ତ୍ରୀଙ୍କ ସହ ମିଶି ଶିବ ୨ ଏକର ଜମିରେ ଆମ୍ବ ସମେତ ବାଇଗଣ, ବିନ୍ସ, କଲରା, ଟମାଟୋ, କାକୁଡି ଆଦି ବିଭିନ୍ନ ପ୍ରକାର ପରିବା ଚାଷ କରୁଛନ୍ତି। ଏଥିରୁ ବର୍ଷକୁ ଭଲ ଆୟ ହୋଇଥାଏ। ନିକଟସ୍ଥ ନାଳରୁ ପାଣି ଭାର କରି ଆଣି ଚାଷରେ ଲଗାଯାଉଥିଲା। ଚାଷ ବଢ଼ୁ ଥିବାରୁ ପାଣି ଆଉ ଯୋଗାଇ ହେଉନାହିଁ। ବୟସ ବି ୭୦ ଟପିଲାଣି। ପାଣି ବୋହିଆଣି ଚାଷ କରିବା ସମ୍ଭବ ହେଉନାହିଁ। ସରକାରଙ୍କ ପକ୍ଷରୁ କୌଣସି ଯୋଜନାରେ କୂଅ ଟିଏ ଖୋଳାଇ ଦେଲେ ଉପକୃତ ହୁଅନ୍ତି ବୋଲି ଶିବ କହିଛନ୍ତି। ବର୍ଷକୁ ତାଙ୍କର ଆୟ ପାଖପାଖି ୮୦ ହଜାର ଟଙ୍କା ହୁଏ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ଏ ନେଇ ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଜ୍ଞାନ ରଞ୍ଜନ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ଆମର କୂଅ ଯୋଜନା ନାହିଁ। ବିଡିଓଙ୍କୁ ଲେଖି ଜଣାଇଲେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କୂଳ ଖୋଳି ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri