ଆବାସ ଯୋଜନା ଗୋଚ୍ଛାବାରୀରେ ସାତସପନ

ଖଣ୍ଡପଡା,୭ା୬(ସ୍ବ.ପ୍ର.) : ସମାଜରେ ଦଳିତ ଓ ଅସହାୟଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ୨୦୧୯ ମସିହା ସୁଦ୍ଧା କେଉଁଠି ଚାଳ ଛପର ରହିବ ନାହିଁ ବୋଲି ରାଜ୍ୟ ସରକାର ମଧ୍ୟ ଘୋଷଣା କରିଛନ୍ତି। ସମସ୍ତଙ୍କୁ ବିଜୁ ପକ୍କାଘର ବା ପ୍ରଧାନମନ୍ତ୍ରୀ ଆବାସ ମିଳିବ ବୋଲି କୁହାଯାଉଛି। ମାତ୍ର ନୟାଗଡ ଜିଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କିଆଝର ପଞ୍ଚାୟତରେ ପ୍ରଶାସନିକ ଅବହେଳା ଯୋଗୁ ସରକାରଙ୍କ ଏହି ଯୋଜନାର ସଫଳ ରୂପାୟନ ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି।
ଅଧ୍ୟୁଷିତ କିଆଝର ପଞ୍ଚାୟତ ଅନ୍ତର୍ଗତ ଗୋଚ୍ଛାବାରୀ ଗ୍ରାମର କେତେଜଣ ଗରିବ ନିସ୍ବ ପରିବାର ଏହାର ଜ୍ୱଳନ୍ତ ଉଦାହରଣ। ଗୋଚ୍ଛାବାରୀ ଗ୍ରାମ ୫ନଂ ୱାର୍ଡର ନିଶା ପରିଡା (୫୦)ଦୀର୍ଘ ବର୍ଷ ହେବ ଏକ ଭଙ୍ଗା ଟାଇଲ ଛାତ ତଳେ ପରିବାର ସହ ରହୁଥିବା ବେଳେ ଘରର କାନ୍ଥ ଓ ଛାତ ଫାଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏପରିସ୍ଥିତିରେ ନିଶାଙ୍କ ସ୍ବାମୀ ସହଦେବ ରୋଗାକ୍ରାନ୍ତ ଥିବାବେଳେ ଭଙ୍ଗା ଦଦରା ଗୋଟିଏ ବଖରାରେ ଚଳିବା କଷ୍ଟକର ହୋଇପଡିଛି। ବର୍ଷାଋତୁରେ କିମ୍ବା ଅଦିନିଆ ବର୍ଷା ହେଲେ ଘରେ ପାଣି ଜମୁ ଥିବାରୁ ଅନ୍ୟ ଘରେ ଆଶ୍ରା ନେବାକୁ ସେମାନେ ବାଧ୍ୟ ହୁଅନ୍ତି। ଦୀର୍ଘ ବର୍ଷରୁ ଆବାସ ଯୋଜନାରେ ଘର ପାଇବା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ବେଳେ କେହି ତାଙ୍କ ପ୍ରତି ସଦୟ ହେଉ ନ ଥିବା ନିଶା ଅଭିଯୋଗ କରିଛନ୍ତି। ସେହିପରି ନିଶାଙ୍କର ୩୨ବର୍ଷୀୟ ପୁଅ ପଦ୍ମଲୋଚନ ବିବାହ ପାଇଁ ଉପଯୁକ୍ତ ହୋଇଥିବାବେଳେ ଭଙ୍ଗା ଘର ପାଇଁ ସେ ପୁଅର ବିବାହ କରାଇ ପାରୁ ନଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି।
ସେହିପରି ଉକ୍ତ ଗ୍ରାମର ସ୍ବର୍ଗତ ଅର୍ଜୁନ ପରିଡାଙ୍କ ସ୍ତ୍ରୀ କମଳା ପରିଡା (୬୫)ପର ଦୁଆରେ ମୂଲ ଲାଗି ଚଳୁଛନ୍ତି। ପଲ୍ଲିସଭାରେ ଘରଟିଏ ପାଇବା ପାଇଁ ତାଙ୍କର ନାମ ରହିଥିଲେ ମଧ୍ୟ ଦୀର୍ଘ ୧୦ ବର୍ଷ ହେଲା ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ କେହି ତାଙ୍କ ଦୁଃଖ ବୁଝୁ ନଥିବା ସେ କହିଥିଲେ । ଗତ ବାତ୍ୟାରେ ତାଙ୍କ ଝାଟିମାଟି ଘରର ଚାଳ ଉଡି ଯାଇଥିଲା, ଏ ପର୍ଯ୍ୟନ୍ତ ପଲିଥିନିଟିଏ ବି ମିଳି ପାରିଲା ନାହିଁ। ସେହିପରି ଗୟା ବାରିକ(୬୫) ଓ ତାଙ୍କ ସ୍ତ୍ରୀ ସୁମତି ଗୋଟିଏ ଇନ୍ଦିରା ଆବାସ ପାଇବା ପାଇଁ ଦୀର୍ଘ ୧୦ ବର୍ଷ ତଳେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେଇଥିବା ବେଳେ ତାଙ୍କ କାର୍ଯ୍ୟକାଳ ଶେଷ ହେଲା ପଛେ ତାଙ୍କୁ ଘର ଖଣ୍ଡେ ମିଳିଲା ନାହିଁ କି ଟଙ୍କା ଫେରସ୍ତ ମିଳିଲା ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନର ସରପଞ୍ଚଙ୍କୁ ବାରମ୍ବାର ନିବେଦନ କରି ଆସୁଥିଲେ ମଧ୍ୟ ତାଙ୍କ ଦୁଃଖ ତାଙ୍କ କାନରେ ବାଜୁ ନଥିବା ସେ କହିଛନ୍ତି ା ଅନ୍ୟମାନଙ୍କ ମଧ୍ୟରେ ଦଣ୍ଡୁ ବାହୁକ, ଜାହାଜ ବେହେରା(୫୦), ଚଞ୍ଚଳା ପରିଡା, ପ୍ରମିଳା ପରିଡା, ଶାନ୍ତି ବାହୁକ, ପ୍ରତିମା ବେହେରା, ଟୁନି ବାରିକଙ୍କ କରୁଣ କାହାଣୀ ଅନ୍ୟମାନଙ୍କ ମନରେ କଷ୍ଟ ଜାତ କରୁଥିବା ବେଳେ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ କତ୍ତୃପକ୍ଷଙ୍କ ପାଖରେ ପହଞ୍ଚତ୍ ପାରୁ ନାହିଁ ବୋଲି କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଲ୍ଲିସଭାରେ ସେମାନଙ୍କ ନାମ ରହିଥିବାବେଳେ ତାକୁ ବାଦ ଦିଆଯାଇ ଅନେକ ଥିଲାବାଲାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଫଳରେ ଭଙ୍ଗା ଚାଳ ଛପର ଘରେ ଅବା ଚାଳ ନ ଥିବାରୁ ପଲିଥିନ ଘୋଡାଇ ବହୁ ପରିବାର ରହୁଛନ୍ତି। ଦୀର୍ଘ ବର୍ଷରୁ ସଂପୃକ୍ତ ପରିବାର ପକ୍ଷରୁ ଇନ୍ଦିରା ଆବାସ, ମୋ କୁଡିଆ, ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ପଞ୍ଚାୟତଠାରୁ ବ୍ଲକ ପ୍ରଶାସନକୁ ଆବେଦନ କରି ଆସୁଥିଲେ ମଧ୍ୟ ସେମାନଙ୍କ ନିବେଦନକୁ ବିଚାରକୁ ନିଆ ଯାଉ ନାହିଁ। ବାରମ୍ବାର ସେମାନଙ୍କ ନାମ ପଲ୍ଲିସଭାରେ ଯାଇଥିବା ବେଳେ ସେମାନଙ୍କ ଆବେଦନ ପତ୍ର ବ୍ଲକ କାର୍ଯ୍ୟାଳୟରୁ କେଉଁ ଆଡେ ଉଭାନ ହୋଇଯାଉଥିବା ଅଭିଯୋଗ କରିଛନ୍ତି। ଏହି ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ହେଲେ ୨୦/୨୫ ହଜାର ଟଙ୍କା ଲାଞ୍ଚ ଦାବି କରାଯାଉଥିବା ଚଞ୍ଚଳା ପରିଡା ଓ ତାଙ୍କ ସ୍ବାମୀ ବସନ୍ତ ପରିଡା ପ୍ରକାଶ କରିଥିଲେ। ଏ ସମ୍ପର୍କରେ କିଆଝର ସରପଞ୍ଚ ଚନ୍ଦ୍ରକାନ୍ତ ବଳିୟାରସିଂଙ୍କୁ ପଚାରିବାରୁ ସେ କହିଥିଲେ ଆମ ପଞ୍ଚାୟତରେ ଆବାସ ଯୋଜନାରେ କୌଣସି ଅନିୟମିତତା ହୋଇ ନାହିଁ ା ପଞ୍ଚାୟତକୁ ଟାରଗେଟ କମ ଆସୁଛି। ବିଶେଷ କରି ଗତ ୨୦୧୧ ମସିହା ସେନସସ୍‌ ତାଲିକାର ଆବାସ ଯୋଜନାରେ ଯେଉଁମାନେ ଘର ପାଇବାକୁ ଯୋଗ୍ୟ ସେମାନଙ୍କୁ କ୍ରମାନ୍ବୟରେ ଏହି ଯୋଜନାରେ ସାମିଲ କରାଯାଉଛି ା ଅନ୍ୟମାନେ ସେହି ତାଲିକା କ୍ରମାନୁସାରେ ଅପେକ୍ଷା କରିବାକୁ ପଡିବ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

ସରକାରୀ କଟକଣା ମାନୁନାହାନ୍ତି ଅଧିକାରୀ

ଓଡ଼ଗାଁ,୨୧ା୪ (ଆଦର୍ଶ କୁମାର ପଟ୍ଟନାୟକ)ସକାଳ ୮ଟାରୁ ପ୍ରଚଣ୍ତ ଖରାରେ ସିଝୁଛି ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲା ଓଡ଼ଗାଁ ବାଦ ଯାଇନି। ଏପଟେ ରାଜ୍ୟ ସରକାର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri