Posted inଖେଳ

ଆଫଗାନିସ୍ତାନର ଐତିହାସିକ ବିଜୟ

ଚଟ୍ଟଗ୍ରାମ (ବାଂଲାଦେଶ), ୯।୯ (ଏଏଫ୍‌ପି)- ଅଧିନାୟକ ତଥା ରଶିଦ ଖାଁଙ୍କ ଚମତ୍କାର ବୋଲିଂ ବଳରେ ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶକୁ ୨୨୪ ରନର ବୃହତ୍‌ ବ୍ୟବଧାନରେ ପରାସ୍ତ କରି ଆଫଗାନିସ୍ତାନ ଐତିହାସିକ ବିଜୟ ହାସଲ କରିଛି। ୩୯୮ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୧୭୩ ରନରେ ଅଲ୍‌ଆଉଟ୍‌ ହୋଇଥିଲା। ମ୍ୟାଚ୍‌ର ଅନ୍ତିମ ତଥା ୫ମ ଦିବସରେ ସୋମବାର ନାଟକୀୟ ଖେଳ ଦେଖିବାକୁ ମିଳିଥିଲା। ବିଜୟ ପାଇଁ ଆଫଗାନିସ୍ତାନକୁ ୪ ଉଇକେଟ୍‌ ଓ ବାଂଲାଦେଶକୁ ଆହୁରି ୨୬୨ ରନ ଆବଶ୍ୟକ ହେଉଥିବାବେଳେ ବର୍ଷା କିନ୍ତୁ ସବୁ ଓଲଟପାଲଟ କରିଦେଇଥିଲା। ଦିବସର ପ୍ରଥମ ଓ ୨ୟ ସେସନ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ଅନ୍ତିମ ସେସନରେ ବର୍ଷା ଛାଡ଼ିବା ପରେ ଖେଳ ଆରମ୍ଭ ହୋଇଥିବାବେଳେ ଆଫଗାନିସ୍ତାନ ୧୭.୨ ଓଭରରେ ବଳକା ୪ ଉଇକେଟ୍‌ ଅକ୍ତିଆର କରି ବାଂଲାଦେଶକୁ ୧୭୩ ରନରେ ସୀମିତ ରଖିବା ସହ ସ୍ମରଣୀୟ ବିଜୟ ହାସଲ କରିଥିଲା। ପୂର୍ବଦିନର ଅପରାଜିତ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ଶାକବି ଅଲ୍‌ ହାସନ ନିଜ ସ୍କୋରରେ ଆଉ ୫ ରନ ଯୋଡ଼ି ୪୪ ରନରେ ଆଉଟ୍‌ ହେବାପରେ ଘରୋଇ ଦଳର ଡ୍ର’ ଆଶା ମଉଳି ଯାଇଥିଲା। ଦ୍ୱିତୀୟ ଇନିଂସରେ ୬ ସହ ମ୍ୟାଚ୍‌ରେ ମୋଟ୍‌ ୧୧ ଉଇକେଟ୍‌ ହାସଲ କରି ଲେଗ୍‌-ସ୍ପିନର ରଶିଦ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ମ୍ୟାଚ୍‌ ଶେଷ ହେବାକୁ ଆଉ ୨୦ ବଲ୍‌ ବାକି ରହିଥିବାବେଳେ ସୌମ୍ୟ ସର୍କାରଙ୍କୁ ଆଉଟ୍‌ କରି ରଶିଦ୍‌ ଆଫଗାନିସ୍ତାନ ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ଆଫଗାନିସ୍ତାନ ଟେଷ୍ଟ ଇତିହାସରେ ୩ ମ୍ୟାଚ୍‌ରୁ ୨ୟ ବିଜୟ ଲାଭ କରିଛି। ଏହାପୂର୍ବରୁ ଦଳ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ବିଜୟ ସ୍ବାଦ ଚାଖିଥିଲା। ଏଥିସହ ଆଫଗାନିସ୍ତାନ କମ୍‌ ମ୍ୟାଚ୍‌ ଖେଳି ୨ ଟେଷ୍ଟ ଜିତିବାରେ ଅଷ୍ଟ୍ରେଲିଆ ସହ ସମକକ୍ଷ ହୋଇଛି। ଅଷ୍ଟ୍ରେଲିଆ ୧୮୭୯ରେ ୩ ମ୍ୟାଚ୍‌ ଖେଳି ୨ ବିଜୟ ଲାଭ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ପ୍ରଥମ ଇନିଂସ- ୩୪୨/୧୦
ବାଂଲାଦେଶ ପ୍ରଥମ ଇନିଂସ- ୨୦୫/୧୦
ଆଫଗାନିସ୍ତାନ ୨ୟ ଇନିଂସ- ୨୬୦/୧୦
ବାଂଲାଦେଶ ୨ୟ ଇନିଂସ- ୧୭୩/୧୦, ୬୧.୪ ଓଭର (ଇସଲାମ ୪୧, ଶାକିବ ୪୪, ମୁଶଫିକର ୨୩, ସୌମ୍ୟ ସର୍କାର ୧୫, ରଶିଦ ୬/୪୯)


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ: ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ୩ ଛାତ୍ରୀ

ଭବାନୀପାଟଣା ୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri