ଆନ୍ଧ୍ରରୁ ଉଦ୍ଧାର ହେଲେ ୧୭ ଓଡ଼ିଆ ଯୁବତୀ, ନାବାଳିକା

ଭୁବନେଶ୍ୱର, ୧ା୫ (ବ୍ୟୁରୋ)- ଓଡିଶାରୁ ମୁମ୍ବାଇ ଚାଲାଣବେଳେ ୧୭ଜଣ ନାବାଳିକା, ଯୁବତୀ ଓ ମହିଳାଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ଏବଂ ଚାଇଲ୍ଡ ଲାଇନ  ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତ ପରେ ମଙ୍ଗଳବାର ସେମାନଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା କମିଶନଙ୍କୁ ହସ୍ତାନ୍ତର କରିଛି।

ସୂଚନା ମୁତାବକ,  ବାଲିଗୁଡ଼ା, ଫୁଲବାଣୀ ସମେତ ରାଜ୍ୟ ବିଭିନ୍ନ ଅଞ୍ଚଳରୁ ଏହି ଅସହାୟ ନାବଳିକା ଓ ଯୁବତୀମାନଙ୍କୁ କେତେଜଣ ଦଲାଲ କୋଣାର୍କ ଏକ୍ସପ୍ରେସ୍‌ରେ ମୁମ୍ବାଇ ଚାଲାଣ କରୁଥିଲେ। ଗତ ୧୬ ତାରିଖରେ ଆନ୍ଧ୍ରପ୍ରଦେଶ ପୋଲିସ ଓ ସ୍ଥାନୀୟ ଚାଇଲ୍ଡ ଲାଇନକୁ ଉକ୍ତ ଟ୍ରେନରୁ କେତେଜଣ ଲୋକ ଫୋନ୍‌ କରି ଜଣାଇଥିଲେ। ତୁରନ୍ତ ପୋଲିସ ଓ ଚାଇଲ୍ଡ ଲାଇନ୍‌ର ସ୍ବତନ୍ତ୍ର ଟିମ ରାଜମଣ୍ଡ୍ରୀ ଷ୍ଟେଶନ ନିକଟରେ କୋଣାର୍କ ଏକ୍ସପ୍ରେସରେ ଚଢ଼ାଉ କରି ସେମାନଙ୍କୁ ଉଦ୍ଧାର କରିଥିଲା।  ପଚରାଉଚରା କରିବାରୁ ସେମାନେ ବମ୍ବେସ୍ଥିତ ଏକ ଚୁଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଉଥିବା ଜଣେ ମହିଳା କହିଥିଲେ। ସେଠାରେ ମହିଳା ଜଣକ ୮ବର୍ଷ ହେବ କାମ କରୁଥିବା କହିବା ସହ  ତାଙ୍କ ସହ ୬ଜଣ ଯାଉଥିବା ସେ କହିଥିଲେ। ଅନ୍ୟମାନେ ମୁମ୍ବାଇର ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରିବାକୁ ଯାଉଥିବା କହିଥିଲେ।  ତେବେ ଉଦ୍ଧାର ନାବାଳିକା, ଯୁବତୀ ଓ ମହିଳା ଓଡ଼ିଶା ଫେରିଆସିବା ପରେ ସେମାନଙ୍କୁ  ସ୍ବାଧାର ଗୃହକୁ ପଠାଇ ଦିଆଯାଇଛି। ତେବେ ବାସ୍ତବରେ ସେମାନେ କମ୍ପାନୀରେ କାର୍ଯ୍ୟ କରିବାକୁ ଯାଉଥିଲେ ନା ଦଲାଲମାନେ ଅନୈତିକ କାର୍ଯ୍ୟରେ ନିୟୋଜିତ କରିବାକୁ ଚାଲାଣ କରୁଥିଲେ ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।  ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ କରିବାକୁ  ମହିଳା କମିଶନ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ହେବ ରାସ୍ତାରେ ପୂର୍ବମୁହାଁ ବସିଛନ୍ତି ବାପା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଭୁବନେଶ୍ବର/ଜଗନ୍ନାଥପ୍ରସାଦ, ୨୧ା୫(ପ୍ରସନଜିତ୍‌ ସାହୁ)/ବିଭୁପ୍ରସାଦ ପଟ୍ଟନାୟକ):୭ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ…

ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ: ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ

ପୁରୀ,୨୧୫(ଅଜିତ୍‌ କୁମାର ମହାନ୍ତି):ପଞ୍ଜାବରେ ଅଦିନିଆ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି…

କ୍ୟାବିନେଟ୍‌ ବୈଠକ, ୭ ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର,୨୦।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ଏଥିରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ…

ପ୍ରକାଶ ପାଇଲା ଯୁକ୍ତ ୨ ଫଳାଫଳ: ଏମିତି ଚେକ୍‌ କରନ୍ତୁ ରେଜଲ୍ଟ

ଭୁବନେଶ୍ୱର, ୨୦।୫: ପ୍ରକାଶ ପାଇଲା ଯୁକ୍ତ ୨ ଫଳାଫଳ। CHSE ଅଫିସରେ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫଳାଫଳ ଘୋଷଣା କରିଛନ୍ତି। ଏକାସଙ୍ଗେ…

‘ଇଚ୍ଛାଧୀନ କୋଟା’ ଭେଳିକି: ୧୨ବର୍ଷରେ ମାତ୍ର ୭ ପ୍ଲଟ୍‌ ଉଚ୍ଛେଦ

ଭୁବନେଶ୍ୱର,୨୦।୫(ରବିନାରାୟଣ ଜେନା):ପୂର୍ବ ସରକାରରେ ବହୁ ଚର୍ଚ୍ଚିତ ଇଚ୍ଛାଧୀନ କୋଟା(ଡିକ୍ୟୁ)ରେ ବିଭିନ୍ନ ବର୍ଗଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଆବଣ୍ଟନ କରାଯାଇଥିବା ପ୍ଲଟ୍‌ ସଂକ୍ରାନ୍ତରେ ତାରା ଦତ୍ତ କମିଟି…

ଆଜି ପ୍ରକାଶ ପାଇବ ଯୁକ୍ତ୨ ରେଜଲ୍ଟ: ଜାଣନ୍ତୁ କେମିତି କରିବେ ଚେକ୍‌

ଭୁବନେଶ୍ୱର,୨୦।୫(ସୁଚିସ୍ମିତା ସାହୁ):ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ମଧ୍ୟାହ୍ନ…

ଆଜି ସମଗ୍ର ଦେଶରେ ବନ୍ଦ ରହିବ ଔଷଧ ଦୋକାନ: ଜାଣନ୍ତୁ କୋଉଠୁ କିଣିବେ

ଭୁବନେଶ୍ୱର,୨୦ା୫(ବନ୍ଦନା ସେଠୀ):ଅଲ୍‌ ଇଣ୍ଡିଆ ଅର୍ଗାନାଇଜେଶନ ଅଫ୍‌ କେମିଷ୍ଟ୍‌ସ ଆଣ୍ଡ୍‌ ଡ୍ରଗିଷ୍ଟ୍‌ସ (ଏଆଇଓସିଡି) ପକ୍ଷରୁ ବୁଧବାର ସମଗ୍ର ଦେଶରେ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇଛି। ଅନ୍‌ଲାଇନ ଔଷଧ…

ସୌମ୍ୟ ହତ୍ୟା ମାମଲା: ଆଉ ୨ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୯।୫: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ମଙ୍ଗଳବାର ଆଉ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଟିମ୍‌ ନୟାଗଡ଼ ରଣପୁର ଅଞ୍ଚଳରେ ଚଢାଉ କରି ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri