ଆଣ୍ଡାମାନ ନିକଟରେ ଦାନା ବାନ୍ଧୁଛି ବାତ୍ୟା

ଭୁବନେଶ୍ୱର,୨୪ା୪(ବ୍ୟୁରୋ)-କରୋନା ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ସଙ୍କଟ ଦେଇ ଗତି କରୁଛି। ଏଭଳି ଘଡିସନ୍ଧି ସମୟରେ ସମ୍ଭାବ୍ୟ ବାତ୍ୟା ଡରାଇବା ଆରମ୍ଭ କଲାଣି। ମେ ୩ ତାରିଖ ବେଳକୁ ଓଡିଶା ପୁଣି ଏକ ବାତ୍ୟାର ସମ୍ମୁଖୀନ ହେବା ନେଇ ଆଶଙ୍କା ଦେଖାଦେଇଛି। ତେବେ ଏହା ଓଡ଼ିଶା ଆସିବ କି ନାହିଁ ସେ ନେଇ ଅଦ୍ୟାବଧି ସ୍ପଷ୍ଟ ହେଇନାହିଁ। ଆସନ୍ତା ୨୭ କିମ୍ବା ୨୮ ତାରିଖ ବେଳକୁ ବାତ୍ୟା ରୂପରେଖ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି।
ଚଳିତ ମାସ ୨୮ ତାରିଖ ବେଳକୁ ଏହା ଘୂର୍ଣ୍ଣିବଳୟର ରୂପ ନେବ। ୩୦ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବ। ଏହା ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟା ରୂପନେବ। ମେ ୨ରୁ ୩ ତାରିଖ ମଧ୍ୟରେ ଏହା ମ୍ୟାନ୍‌ମାର ଅତିକ୍ରମ କରିବ। ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟ୍ରପିକାଲ ମେଟ୍ରୋଲୋଜି(ଆଇଆଇଟିଏମ୍‌) ଏବଂ ଆମେରିକା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ(ଜିଏଫ୍‌ଏସ୍‌) ଏଭଳି ପୂର୍ବାନୁମାନ କରିଛି।
ସୂଚନା ଅନୁଯାୟୀ, ଆଣ୍ଡାମାନ ନିକୋବର ଦ୍ୱୀପ ନିକଟରେ ସୃଷ୍ଟି ହେବାକୁ ଥିବା ଏହି ବାତ୍ୟା ଭାରତୀୟ ଉପକୂଳ ଆଡକୁ ମୁହଁାଇ ମ୍ୟାନ୍‌ମାର ଏବଂ ବାଂଲାଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ତେବେ ଏହି ବାତ୍ୟା ଓଡିଶାକୁ ମୁହଁାଇବ କି ନାହିଁ ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ପୁଣେସ୍ଥିତ ଆଇଆଇଟିଏମ୍‌ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ, ମେ ୧ ବେଳକୁ ଲଘୁଚାପ ବାତ୍ୟାର ରୂପ ନେଇ ମ୍ୟାନ୍‌ମାର ଏବଂ ବାଂଲାଦେଶ ଆଡକୁ ମୁହଁାଇବା ସମ୍ଭାବନା ରହିଛି। ତେବେ ଏହାର ଗତି ପଥ ମଧ୍ୟ ବଦଳି ପାରେ ବୋଲି କୁହାଯାଇଛି। ସେହିପରି ଆମେରିକା ନ୍ୟାଶନାଲ ଓସେନିକ ଆଣ୍ଡ ଆଟମୋସ୍ପିୟରିକ୍‌ ଆଡ଼ମିନିଷ୍ଟ୍ରେସନ(ଏନ୍‌ଓଏଏ‌) ଏବଂ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ(ଜିଏଫ୍‌ଏସ୍‌) ତଥ୍ୟ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜ ନିକଟରେ ଏପ୍ରିିଲ ୩୦ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ। ମେ ୧ ରେ ଏହା ବାତ୍ୟା ରୂପ ନେଇ ଆଣ୍ଡାମାନ ଓ ନିକୋବରକୁ ଅତିକ୍ରମ କରିବ। ଏହା ଉତ୍ତର ଦିଗକୁ ଗତି କରି ମ୍ୟାନ୍‌ମାରରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ବିଭିନ୍ନ ପାଣିପାଗ ମଡେଲ ଜଣାଇଛି। ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଆଣ୍ଡାମାନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେବା ସମ୍ଭାବନା ରହିଛି। ତେବେ ଏହାର ଗତିବିଧି କେଉଁ ଆଡକୁ ହେବ ଏବେଠାରୁ ପୂର୍ବାନୁମାନ କରିବା ସମ୍ଭବ ନୁହେଁ। ଆସନ୍ତା ୨୭/୨୮ ତାରିଖ ବେଳକୁ ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତିି।
ସୂଚନାଯୋଗ୍ୟ, ୨୦୧୯ ମେ ୩ରେ ଅଦିନିଆ ବାତ୍ୟା ‘ଫନୀ’ ଓଡିଶା ଉପକୂଳବର୍ତ୍ତୀ ଜିଲାକୁ ଛାରଖାର କରି ଦେଇଥିଲା। ଫନୀକୁ ବର୍ଷେ ପୂରିବାକୁ ଯାଉଛି। ଏହାର କ୍ଷତି ଭରଣା ହୋଇ ନ ଥିବା ବେଳେ ଆଉ ଏକ ବାତ୍ୟା ଆଣ୍ଡାମାନ ନିକୋବର ଦୀପପୁଞ୍ଜ ନିକଟରେ ଦାନା ବାନ୍ଧବା ଆରମ୍ଭ କଲାଣି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?