ଆଜି ମହାନବମୀ : ଧରାପୃଷ୍ଠରେ ମହାମାୟା

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ଅନ୍ୟାୟ ଓ ଅତ୍ୟାଚାରକୁ ନାଶ କରିବା ପାଇଁ ଧରାବତରଣ କରିଛନ୍ତି ମା’ ମହିଷା ମର୍ଦ୍ଦିନୀ। ମହାମାୟାଙ୍କ ଆରାଧନାର ମନ୍ତ୍ରପାଠ ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ସୋମବାର ମଣ୍ଡପଗୁଡ଼ିକରେ ମା’ଙ୍କ ମହାନବମୀ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ସହରୀ ପୂଜା ପରିବେଶ ମନ ଛୁଉଁଛି। ମହଣ ମହଣ ସୁନା, ଚାନ୍ଦି ଅଳଙ୍କାରରେ ସଜେଇହୋଇ ମା’ ଝଟକୁଛନ୍ତି। କଟକରୁ ଭୁବନେଶ୍ୱର ପର୍ଯ୍ୟନ୍ତ, ରାଉରକେଲାରୁ ବାରିପଦା ପର୍ଯ୍ୟନ୍ତ ଆକାଶଚୁମ୍ବୀ ତୋରଣ, ଆଖି ଝଲସାଇଦେଲା ଭଳି ଡିଜାଇନ୍‌, ପରିବେଶ ଉପଯୋଗୀ ଥିମ୍‌ ପେଣ୍ଡାଲ ଓ କିଛି ଭିନ୍ନ କରିବାର ନିଶା ଚଳିତବର୍ଷ ଓଡ଼ିଶା ଦୁର୍ଗାପୂଜାକୁ ଲୋକପ୍ରିୟ କରାଇଛି। କେବଳ କଟକରେ ଏଥର ୧୬୭ଟି ପୂଜା ପେଣ୍ଡାଲ ହୋଇଥିବାବେଳେ ସେଥିରୁ ୨୭ଟି ଚାନ୍ଦିମେଢ଼ ରହିଛି। ୭ଟି ମଣ୍ଡପରେ ମା’ ସୁନାମୁକୁଟ ପରିଧାନ କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ୧୭୧ଟି ଛୋଟବଡ଼ ପେଣ୍ଡାଲ ଦେଖିବାକୁ ମିଳୁଛି। ସେହିପରି ରାଉରକେଲା ସହରରେ ୧୦୪, ବାଲେଶ୍ୱର ସହରରେ ୭୨, ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୫୨, ବ୍ରହ୍ମପୁରରେ ୪୪, ବାରିପଦାରେ ୨୬, ଭଦ୍ରକ ସହରରେ ୨୦, ଅନୁଗୋଳରେ ୧୧, ଜୟପୁରରେ ୧୦, ରାୟଗଡ଼ାରେ ୬, ଢେଙ୍କାନାଳରେ ୫ଟି ପେଣ୍ଡାଲ ତିଆରି ହୋଇଛି।
ମହାସପ୍ତମୀରେ ମା’ଙ୍କୁ ଚକ୍ଷୁଦାନ, ଜୀବନ୍ୟାଶ ନୀତି ପରେ ରବିବାର ଅନୁଷ୍ଠିତ ହୋଇଯାଇଛି ମା’ଙ୍କ ମହାଷ୍ଟମୀ ତଥା ଦୁର୍ଗାଷ୍ଟମୀ ପୂଜା। ମହାଷ୍ଟମୀ ପୂଜାର ନୀତି ଅନୁସାରେ ମା’ଙ୍କ ମହାସ୍ନାନ ନୀତି ପରେ ଷୋଡଶ ଉପଚାର ପୂଜା କରାଯାଇଥିଲା। ଏହି ଅବସରରେ କେତେକ ସ୍ଥାନରେ କୁମାରୀ ପୂଜା ମଧ୍ୟ ଅନୁଷ୍ଠିତ ହୋଇଥିଲା। ମହାଷ୍ଟମୀ ବ୍ରତ ରଖିଥିବା ଭକ୍ତମାନେ ପୂଜାମଣ୍ଡପକୁ ଯାଇ ମା’ଙ୍କ ଦର୍ଶନ କରିବା ସହ ନୂଆ ଶାଢି, ଚୁଡି ପ୍ରଭୃତି ପୂଜା କରି ବ୍ରତ ଭାଙ୍ଗିଥିଲେ। ନବରାତ୍ର ପୂଜାର ସବୁଠାରୁ ପବିତ୍ର ସମୟ ସନ୍ଧିକାଳ ତଥା ସନ୍ଧିପୂଜାରେ ଅନୁଷ୍ଠିତ ହୋଇଥିଲା ବଳିଦେବା ପରମ୍ପରା। ସାଙ୍କେତିକ ବଳିଭାବେ କେତେକ ସ୍ଥାନରେ ପାଣିକଖାରୁ ବଳି ଚଢ଼ାଯାଇଥିବାବେଳେ ଆଉ କେତେକ ସ୍ଥାନରେ କାକୁଡି ବଳି ଭାବେ ମା’ଙ୍କୁ ଅର୍ପଣ କରାଯାଇଥିଲା। ସୋମବାର ନବରାତ୍ର ଶେଷ ହେଉଥିବାରୁ ଗୁଜରାଟୀ ସମାଜ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଶାରଦୀୟ ପୂଜାରେ ତୋରଣକୁ ସର୍ବୋତ୍କୃଷ୍ଟ କରିବା ପାଇଁ ଗତ କିଛିବର୍ଷ ହେବ ରାଜଧାନୀର ପୂଜା ମଣ୍ଡପଗୁଡ଼ିକରେ ଜୋରଦାର ପ୍ରତିଯୋଗିତା ହେଉଥିବାବେଳେ ଚଳିତବର୍ଷଠାରୁ କଟକ  ଭଳି ସୁନା, ଚାନ୍ଦିରେ ମା’ଙ୍କୁ ସଜାଇବାକୁ ରାଜଧାନୀରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ପୁରୁଣା ଷ୍ଟେଶନ ବଜାର, ନୟାପଲ୍ଲୀ, ବରମୁଣ୍ଡା, ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର(ବ୍ରାହ୍ମଣ ନିଯୋଗ) ଭଳି ପ୍ରମୁଖ ପୂଜାମଣ୍ଡପରେ ମା’ଙ୍କୁ ସୁନା ଓ ଚାନ୍ଦିରେ ସଜାଯାଇଥିବାବେଳେ ଏଥର ଶହୀଦନଗର ପୂଜାମଣ୍ଡପରେ ପ୍ରଥମଥର ପାଇଁ ମା’ଙ୍କୁ ସୁନା ମୁକୁଟ ଓ ଚାନ୍ଦିମେଢରେ ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ଚଳିତବର୍ଷ ପଦ୍ମାବତ୍‌ ପ୍ୟାଲେସ୍‌, ଲକ୍ଷ୍ନୌ ରାଜପ୍ରାସାଦ, ଡିଜ୍‌ନୀ ଲ୍ୟାଣ୍ଡ୍‌, ଇନ୍ଦ୍ରପୁରୀ, ଅକ୍ଷରଧାମ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଗୁମ୍ଫା ଆକୃତିର ତୋରଣ ଆକର୍ଷଣ ସାଜିଛି। ଭୁବନେଶ୍ୱର, କଟକ ବ୍ୟତୀତ ରାଉରକେଲା, ବାଲେଶ୍ୱର ଓ ବାରିପଦା ଭଳି ସହରଗୁଡିକ ମଧ୍ୟ ଏଥର ତୋରଣ ଦୌଡ଼ରେ ସାମିଲ ହୋଇଛନ୍ତି। ମୂର୍ତ୍ତି ଓ ମେଢ ଅପେକ୍ଷା ତୋରଣ ନିର୍ମାଣ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଯେଉଁଥିପାଇଁ ଚଳିତବର୍ଷ ରାଜ୍ୟର ଅଧିକାଂଶ ସହରରେ ତୋରଣ ପ୍ରମୁଖ ଆକର୍ଷଣ ପାଲଟିଛି। ଅନ୍ୟପକ୍ଷରେ ପୂଜାଭିଡ଼କୁ ଦୃଷ୍ଟିରେ ରଖି ପୂର୍ବରୁ ଭୁବନେଶ୍ୱର ଓ କଟକରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଟ୍ରାଫିକ୍‌ ପରିଚାଳନାରେ ପୋଲିସ ବିଫଳ ହୋଇଛି। ଯେଉଁଥିପାଇଁ ଭୁବନେଶ୍ୱରରେ ୧୦ ମିନିଟର ରାସ୍ତା ଅତିକ୍ରମ କରିବାକୁ ୩୦ ମିନିଟ ସମୟ ଲାଗିଯାଉଛି।
ଚଳିତବର୍ଷ ପ୍ରଦୂଷଣ ଓ ପଲିଥିନ୍‌ମୁକ୍ତ ଦଶହରା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟର ଅଧିକାଂଶ ପୂଜାମଣ୍ଡପ। ଭୁବନେଶ୍ୱରରେ ୧୭୧ଟି ପୂଜାମଣ୍ଡପ ମଧ୍ୟରୁ ୧୧୫ଟି ପୂଜାମଣ୍ଡପ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି। କେତେକ ପୂଜାମଣ୍ଡପ ଫ୍ଲେକ୍ସ ଲଗାଇ ଲୋକଙ୍କୁ ସଚେତନ କରିବା ସହ କିଛି ଚାରା ବାଣ୍ଟି ଇକୋ-ଫ୍ରେଣ୍ଡ୍‌ଲି ପୂଜାର ବାର୍ତ୍ତା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?