ଆଜି ମହାନବମୀ : ଧରାପୃଷ୍ଠରେ ମହାମାୟା

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ଅନ୍ୟାୟ ଓ ଅତ୍ୟାଚାରକୁ ନାଶ କରିବା ପାଇଁ ଧରାବତରଣ କରିଛନ୍ତି ମା’ ମହିଷା ମର୍ଦ୍ଦିନୀ। ମହାମାୟାଙ୍କ ଆରାଧନାର ମନ୍ତ୍ରପାଠ ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ସୋମବାର ମଣ୍ଡପଗୁଡ଼ିକରେ ମା’ଙ୍କ ମହାନବମୀ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ସହରୀ ପୂଜା ପରିବେଶ ମନ ଛୁଉଁଛି। ମହଣ ମହଣ ସୁନା, ଚାନ୍ଦି ଅଳଙ୍କାରରେ ସଜେଇହୋଇ ମା’ ଝଟକୁଛନ୍ତି। କଟକରୁ ଭୁବନେଶ୍ୱର ପର୍ଯ୍ୟନ୍ତ, ରାଉରକେଲାରୁ ବାରିପଦା ପର୍ଯ୍ୟନ୍ତ ଆକାଶଚୁମ୍ବୀ ତୋରଣ, ଆଖି ଝଲସାଇଦେଲା ଭଳି ଡିଜାଇନ୍‌, ପରିବେଶ ଉପଯୋଗୀ ଥିମ୍‌ ପେଣ୍ଡାଲ ଓ କିଛି ଭିନ୍ନ କରିବାର ନିଶା ଚଳିତବର୍ଷ ଓଡ଼ିଶା ଦୁର୍ଗାପୂଜାକୁ ଲୋକପ୍ରିୟ କରାଇଛି। କେବଳ କଟକରେ ଏଥର ୧୬୭ଟି ପୂଜା ପେଣ୍ଡାଲ ହୋଇଥିବାବେଳେ ସେଥିରୁ ୨୭ଟି ଚାନ୍ଦିମେଢ଼ ରହିଛି। ୭ଟି ମଣ୍ଡପରେ ମା’ ସୁନାମୁକୁଟ ପରିଧାନ କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ୧୭୧ଟି ଛୋଟବଡ଼ ପେଣ୍ଡାଲ ଦେଖିବାକୁ ମିଳୁଛି। ସେହିପରି ରାଉରକେଲା ସହରରେ ୧୦୪, ବାଲେଶ୍ୱର ସହରରେ ୭୨, ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୫୨, ବ୍ରହ୍ମପୁରରେ ୪୪, ବାରିପଦାରେ ୨୬, ଭଦ୍ରକ ସହରରେ ୨୦, ଅନୁଗୋଳରେ ୧୧, ଜୟପୁରରେ ୧୦, ରାୟଗଡ଼ାରେ ୬, ଢେଙ୍କାନାଳରେ ୫ଟି ପେଣ୍ଡାଲ ତିଆରି ହୋଇଛି।
ମହାସପ୍ତମୀରେ ମା’ଙ୍କୁ ଚକ୍ଷୁଦାନ, ଜୀବନ୍ୟାଶ ନୀତି ପରେ ରବିବାର ଅନୁଷ୍ଠିତ ହୋଇଯାଇଛି ମା’ଙ୍କ ମହାଷ୍ଟମୀ ତଥା ଦୁର୍ଗାଷ୍ଟମୀ ପୂଜା। ମହାଷ୍ଟମୀ ପୂଜାର ନୀତି ଅନୁସାରେ ମା’ଙ୍କ ମହାସ୍ନାନ ନୀତି ପରେ ଷୋଡଶ ଉପଚାର ପୂଜା କରାଯାଇଥିଲା। ଏହି ଅବସରରେ କେତେକ ସ୍ଥାନରେ କୁମାରୀ ପୂଜା ମଧ୍ୟ ଅନୁଷ୍ଠିତ ହୋଇଥିଲା। ମହାଷ୍ଟମୀ ବ୍ରତ ରଖିଥିବା ଭକ୍ତମାନେ ପୂଜାମଣ୍ଡପକୁ ଯାଇ ମା’ଙ୍କ ଦର୍ଶନ କରିବା ସହ ନୂଆ ଶାଢି, ଚୁଡି ପ୍ରଭୃତି ପୂଜା କରି ବ୍ରତ ଭାଙ୍ଗିଥିଲେ। ନବରାତ୍ର ପୂଜାର ସବୁଠାରୁ ପବିତ୍ର ସମୟ ସନ୍ଧିକାଳ ତଥା ସନ୍ଧିପୂଜାରେ ଅନୁଷ୍ଠିତ ହୋଇଥିଲା ବଳିଦେବା ପରମ୍ପରା। ସାଙ୍କେତିକ ବଳିଭାବେ କେତେକ ସ୍ଥାନରେ ପାଣିକଖାରୁ ବଳି ଚଢ଼ାଯାଇଥିବାବେଳେ ଆଉ କେତେକ ସ୍ଥାନରେ କାକୁଡି ବଳି ଭାବେ ମା’ଙ୍କୁ ଅର୍ପଣ କରାଯାଇଥିଲା। ସୋମବାର ନବରାତ୍ର ଶେଷ ହେଉଥିବାରୁ ଗୁଜରାଟୀ ସମାଜ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଶାରଦୀୟ ପୂଜାରେ ତୋରଣକୁ ସର୍ବୋତ୍କୃଷ୍ଟ କରିବା ପାଇଁ ଗତ କିଛିବର୍ଷ ହେବ ରାଜଧାନୀର ପୂଜା ମଣ୍ଡପଗୁଡ଼ିକରେ ଜୋରଦାର ପ୍ରତିଯୋଗିତା ହେଉଥିବାବେଳେ ଚଳିତବର୍ଷଠାରୁ କଟକ  ଭଳି ସୁନା, ଚାନ୍ଦିରେ ମା’ଙ୍କୁ ସଜାଇବାକୁ ରାଜଧାନୀରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ପୁରୁଣା ଷ୍ଟେଶନ ବଜାର, ନୟାପଲ୍ଲୀ, ବରମୁଣ୍ଡା, ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର(ବ୍ରାହ୍ମଣ ନିଯୋଗ) ଭଳି ପ୍ରମୁଖ ପୂଜାମଣ୍ଡପରେ ମା’ଙ୍କୁ ସୁନା ଓ ଚାନ୍ଦିରେ ସଜାଯାଇଥିବାବେଳେ ଏଥର ଶହୀଦନଗର ପୂଜାମଣ୍ଡପରେ ପ୍ରଥମଥର ପାଇଁ ମା’ଙ୍କୁ ସୁନା ମୁକୁଟ ଓ ଚାନ୍ଦିମେଢରେ ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ଚଳିତବର୍ଷ ପଦ୍ମାବତ୍‌ ପ୍ୟାଲେସ୍‌, ଲକ୍ଷ୍ନୌ ରାଜପ୍ରାସାଦ, ଡିଜ୍‌ନୀ ଲ୍ୟାଣ୍ଡ୍‌, ଇନ୍ଦ୍ରପୁରୀ, ଅକ୍ଷରଧାମ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଗୁମ୍ଫା ଆକୃତିର ତୋରଣ ଆକର୍ଷଣ ସାଜିଛି। ଭୁବନେଶ୍ୱର, କଟକ ବ୍ୟତୀତ ରାଉରକେଲା, ବାଲେଶ୍ୱର ଓ ବାରିପଦା ଭଳି ସହରଗୁଡିକ ମଧ୍ୟ ଏଥର ତୋରଣ ଦୌଡ଼ରେ ସାମିଲ ହୋଇଛନ୍ତି। ମୂର୍ତ୍ତି ଓ ମେଢ ଅପେକ୍ଷା ତୋରଣ ନିର୍ମାଣ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଯେଉଁଥିପାଇଁ ଚଳିତବର୍ଷ ରାଜ୍ୟର ଅଧିକାଂଶ ସହରରେ ତୋରଣ ପ୍ରମୁଖ ଆକର୍ଷଣ ପାଲଟିଛି। ଅନ୍ୟପକ୍ଷରେ ପୂଜାଭିଡ଼କୁ ଦୃଷ୍ଟିରେ ରଖି ପୂର୍ବରୁ ଭୁବନେଶ୍ୱର ଓ କଟକରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଟ୍ରାଫିକ୍‌ ପରିଚାଳନାରେ ପୋଲିସ ବିଫଳ ହୋଇଛି। ଯେଉଁଥିପାଇଁ ଭୁବନେଶ୍ୱରରେ ୧୦ ମିନିଟର ରାସ୍ତା ଅତିକ୍ରମ କରିବାକୁ ୩୦ ମିନିଟ ସମୟ ଲାଗିଯାଉଛି।
ଚଳିତବର୍ଷ ପ୍ରଦୂଷଣ ଓ ପଲିଥିନ୍‌ମୁକ୍ତ ଦଶହରା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟର ଅଧିକାଂଶ ପୂଜାମଣ୍ଡପ। ଭୁବନେଶ୍ୱରରେ ୧୭୧ଟି ପୂଜାମଣ୍ଡପ ମଧ୍ୟରୁ ୧୧୫ଟି ପୂଜାମଣ୍ଡପ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି। କେତେକ ପୂଜାମଣ୍ଡପ ଫ୍ଲେକ୍ସ ଲଗାଇ ଲୋକଙ୍କୁ ସଚେତନ କରିବା ସହ କିଛି ଚାରା ବାଣ୍ଟି ଇକୋ-ଫ୍ରେଣ୍ଡ୍‌ଲି ପୂଜାର ବାର୍ତ୍ତା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri