ଆଜି ଭୋଟଗଣତି, ପ୍ରସ୍ତୁତି ଶେଷ: ୩୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଢେଙ୍କାନାଳ ଅଫିସ, ୨୩ା୫

ସାଧାରଣ ନିର୍ବାଚନର ଫଳାଫଳକୁ ମାତ୍ର କେଇଘଣ୍ଟା ବାକି। ରାଜ୍ୟରେ ଅନ୍ୟତମ ଚର୍ଚ୍ଚିତ ଢେଙ୍କାନାଳ ଲୋକ ସଭା ଆସନ ଉପରେ ଏବେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି। ଇଭିଏମ୍‌ରେ କଏଦ ୯ ଏମ୍‌ପି ପ୍ରାର୍ଥୀ, ୨ ମନ୍ତ୍ରୀଙ୍କ ସମେତ ଜିଲାର ୪ ବିଧାନସଭା ଆସନ ଅନ୍ତର୍ଗତ ମୋଟ ୩୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। କିଏ ବାଜିମାତ୍‌ କରିଛି ଆଉ କାହାକୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ଫଳାଫଳରୁ ସ୍ପଷ୍ଟ ହେବ। ଏଥିପାଇଁ କାଉଣ୍ଟ୍‌ଡାଉନ ଆରମ୍ଭ ହୋଇସାରିଥିବାବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ଗୁରୁବାର ସକାଳ ୮ଟାରୁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ ହେବ। ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବା ସମ୍ଭାବନା ରହିଛି। ଜିଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ୨୨ ଓ ୨୩ ତାରିଖରେ ସମସ୍ତ ମଦ ଦୋକାନ, ବିୟର ପାର୍ଲର ବନ୍ଦ ରଖାଯାଇଛି। ଶକ୍ତିସୁଗାର କମ୍ପାନୀ, ନବଭାରତ ଭେଞ୍ଚର୍ସ ଲିମିଟେଡ୍‌, ଟାଟା ଷ୍ଟିଲ ବିଏସ୍‌ଏଲ୍‌ ବ୍ୟବହାର କରୁଥିବା ମୋଲାସେସ ସ୍ପିରିଟ୍‌ ଆଣିବା ଓ ପଠାଇବା ଉପରେ କଟକଣା ଜାରି କରାଯାଇଛି।
ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ବୁଧବାର ପୂର୍ବାହ୍ନ ୧୧ଟାରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଆୟୋଜିତ ମିଳିତ ଖବରଦାତା ସମ୍ମିଳନୀରେ ଭୋଟଗଣତି ସମ୍ପର୍କରେ ସୂଚନା ଦେଇ ଜିଲାପାଳ ତଥା ରିଟର୍ନିଂ ଅଫିସର ନିଖିଲ ପଓ୍ବନ କଲ୍ୟାଣ କହିଲେ, ଢେଙ୍କାନାଳ ଲୋକ ସଭା (୯) ଏବଂ ବିଧାନସଭା ଆସନ (୫୫) ପାଇଁ ମହିଷାପାଟ ଓୟାରହାଉସ, ହିନ୍ଦୋଳ ସଂରକ୍ଷିତ ଆସନ (୫୬) ପାଇଁ ହିନ୍ଦୋଳ ହାଇସ୍କୁଲ, କାମାକ୍ଷାନଗର ନିର୍ବାଚନମଣ୍ଡଳୀ (୫୭) ପାଇଁ କାମାକ୍ଷାନଗର କଲେଜ ରୁମ୍‌ ନଂ. ୩ ଏବଂ ପରଜଙ୍ଗ ବିଧାନସଭା ଆସନ (୫୮) ରୁମ୍‌ ନଂ. ୪ରେ ଭୋଟ ଗଣତି ହେବ। ଢେଙ୍କାନାଳ ବିଧାନସଭା କ୍ଷେତ୍ର ପାଇଁ ୨୮ ରାଉଣ୍ଡ, ହିନ୍ଦୋଳ ପାଇଁ ୩୯ ରାଉଣ୍ଡ୍‌, କାମାକ୍ଷାନଗର ପାଇଁ ୩୪ ରାଉଣ୍ଡ, ପରଜଙ୍ଗ ପାଇଁ ୩୫ ରାଉଣ୍ଡ ଗଣତି କରାଯିବ। ଢେଙ୍କାନାଳ ବିଧାନସଭା ଓ ଲୋକ ସଭା ପାଇଁ ୧୦ ଏବଂ ଅନ୍ୟ ୩ଟି ବିଧାନସଭା ତଥା ତତ୍‌ସଂଲଗ୍ନ ଲୋକ ସଭା ଆସନ ପାଇଁ ୭ଟି ଲେଖାଏ ଟେବୁଲ କରାଯାଇଛି। ଢେଙ୍କାନାଳ ବିଧାନସଭା କ୍ଷେତ୍ରରେ ଭୋଟ ଗଣତି ଲାଗି ୨୧ଜଣ କାଉଣ୍ଟିଂ ସୁପରଭାଇଜର ଓ ସହକାରୀ, ୨୩ ଜଣ ମାଇକ୍ରୋ ଅବଜର୍ଭରଙ୍କୁ ନିୟୋଜିତ କରାଯାଇଛି। ସେହିପରି ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗ ପାଇଁ ୧୫ଜଣ ଲେଖାଏ କାଉଣ୍ଟିଂ ସୁପରଭାଇଜର ଓ ସହକାରୀ ଏବଂ ୧୭ଜଣ ଲେଖାଏଁ ମାଇକ୍ରୋ ଅବଜର୍ଭର ନିଯୁକ୍ତ ହୋଇଛନ୍ତି।
ସକାଳ ୭ଟାରୁ ବିଭିନ୍ନ ରାଜନୈତିକ ଦଳର ପୋଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମ୍‌ ଖୋଲାଯାଇ ଇଭିଏମ୍‌ ଓ ଭିଭିପିଏଟି ମେଶିନ ଗଣତି କେନ୍ଦ୍ରକୁ ଅଣାଯିବ। ଏହାପରେ ପୋଷ୍ଟାଲ ବାଲଟ୍‌ ଗଣତି ହେବ। ଏଥିପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ୪ଜଣ ପର୍ଯ୍ୟବେକ୍ଷକ ଭୋଟଗଣତି କେନ୍ଦ୍ରରେ ପହଞ୍ଚତ୍ ସାରିଛନ୍ତି। ଢେଙ୍କାନାଳ ବିଧାନସଭା ପାଇଁ ତାରାନନ୍ଦ ମାହାତୋ ୱାଇଓଗି, ହିନ୍ଦୋଳ ପାଇଁ ସୁଧାଂଶୁ କୁମାର, କାମାକ୍ଷାନଗର ପାଇଁ ବି.ଏଲ୍‌. ବଞ୍ଜାରେ ଏବଂ ପରଜଙ୍ଗ ବିଧାନସଭା ପାଇଁ ସୁଜିତ କୁମାର ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଛନ୍ତି। ଭୋଟଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍‌, କ୍ୟାମେରା ସମେତ କୌଣସି ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଜାରି କରାଯାଇଥିବା ଏସ୍‌ପି ଅନୁମପା ଜେମ୍‌ସ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ନ ୫ଟାରେ ଜିଲାପାଳ, ଏସ୍‌ପି, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର ପ୍ରମୁଖ ଢେଙ୍କାନାଳ ବିଧାନସଭା ଭୋଟ ଗଣତି କେନ୍ଦ୍ର ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି।
ସୂଚନାଯୋଗ୍ୟ, ଢେଙ୍କାନାଳ ଲୋକ ସଭା ଆସନରୁ ୯ଜଣ ପ୍ରାର୍ଥୀ, ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୧, ହିନ୍ଦୋଳରୁ ୬, କାମାକ୍ଷାନଗରରୁ ୭ ଏବଂ ପରଜଙ୍ଗ ବିଧାନସଭା ଆସନରୁ ୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସେମାନଙ୍କ ମଧ୍ୟରେ ହେଭିଓ୍ବେଟ ନେତା ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ଡା. ନୃସିଂହ ଚରଣ ସାହୁ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri