ଆଜି ବୟଫ୍ରେଣ୍ଡ୍‌ ଡେ’ : ଜାଣନ୍ତୁ ବଲିଉଡ୍‌ର ସଫଳ ଅଭିନେତାଙ୍କ ବିଫଳ ପ୍ରେମ ସମ୍ପର୍କରେ…

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ-ଅଭିନେତା ଏକାଠି କାମ କରୁକରୁ କେତେବେଳେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥାଏ। ଏଥିରୁ କିଛି ପ୍ରେମ ସଫଳ ହୋଇଥିବାବେଳେ ଆଉ କିଛି ବିଫଳ ହୋଇଛି। ଅକ୍ଟୋବର ୩ ଅର୍ଥାତ୍‌ ଆଜି ବୟଫ୍ରେଣ୍ଡ୍‌ ଡେ’। ଆଜିର ଏହି ଖାସ୍‌ ଦିନରେ ଆସନ୍ତୁ ଜାଣିନେବା ବଲିଉଡ୍‌ର କେଉଁ ଅଭିନେତାମାନେ ଅଭିନୟରେ ବେଶ୍‌ ସଫଳ ହୋଇଥିବାବେଳେ ପ୍ରେମରେ ବିଫଳ ହୋଇଛନ୍ତି।

ଅକ୍ଷୟ କୁମାର-ଶିଳ୍ପା ସେଟ୍ଟୀ:

ଖିଲାଡି ଅକ୍ଷୟ କୁମାର ଶିଳ୍ପା ସେଟ୍ଟୀଙ୍କୁ ପ୍ରେମ କରୁଥିଲେ। ଏପରିକି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ସେତେବେଳେ ଚର୍ଚ୍ଚା ଜୋର୍‌ ଧରିଥିଲା। ଅକ୍ଷୟ ଚାହଁୁଥିଲେ ସେ ଯାହାକୁ ବିବାହ କରିବେ ସେ ଫିଲ୍ମ ଲାଇନ୍‌ରେ କାମ କରିବେନି। କିନ୍ତୁ ଶିଳ୍ପା ଚାହୁଁଥିଲେ ବଲିଉଡ୍‌ରେ ନିଜକୁ ସଫଳ କରି ଦେଖାଇବେ। ଏହା ପରେ ଦୁହିଁଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଅକ୍ଷୟ ଟ୍ବିଙ୍କିଲ୍‌ ଖାନ୍ନାଙ୍କୁ ବିବାହ କରିଥିବାବେଳେ ଶିଳ୍ପା ପ୍ରତିଷ୍ଠିତ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କୁ ବିବାହ କରିଛନ୍ତି।

ସଲମାନ୍‌ ଖାନ୍‌ – ଐଶ୍ୱର୍ଯ୍ୟା ରାୟ:

୯୦ ଦଶକରେ ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଐଶ୍ୱର୍ଯ୍ୟାଙ୍କୁ ପ୍ରେମ କରୁଥିଲେ। ଏହା ପ୍ରାୟ ସମସ୍ତଙ୍କୁ ଉଣା ଅଧିକ ଜଣା। କିନ୍ତୁ ଏହି ଯୋଡ଼ିଙ୍କ ପ୍ରେମ ସଫଳ ହୋଇ ନ ଥିଲା। କେତେକ କ୍ଷେତ୍ରରେ ସଲମାନ ଐଶ୍ୱର୍ଯ୍ୟାଙ୍କ ଜୀବନରେ ଅନଧିକାର ପ୍ରବେଶ କରୁଥିଲେ। ଏପରିକି ଐଶ୍‌୍‌ଙ୍କୁ ନ ଜଣାଇ ଶୁଟିଂ ସେଟ୍‌ରେ ସିଧା ପହଞ୍ଚି ଯାଉଥିଲେ ସଲ୍‌ମାନ। କିନ୍ତୁ ଏହା ଐଶ୍‌ଙ୍କୁ ପସନ୍ଦ ଆସୁ ନ ଥିଲା। ତେଣୁ ଐଶ୍ୱର୍ଯ୍ୟା ସଲମାନ୍‌ଙ୍କ ପ୍ରେମରେ ପୂର୍ଣ୍ଣଚ୍ଛେଦ ପକାଇ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ।

ଅଭିଷେକ ବଚ୍ଚନ-କରିସ୍ମା କପୁର :

ବଲିଉଡ୍‌ର ଦୁଇ ସମ୍ଭ୍ରାନ୍ତ ପରିବାର ହେଲେ କପୁର ଏବଂ ବଚ୍ଚନ ପରିବାର। ଅଭିଷେକ ଏବଂ କରିସ୍ମାଙ୍କ ପ୍ରେମ ସମ୍ପର୍କ ବଲିଉଡ୍‌ର ସମସ୍ତଙ୍କୁ ଜଣାଥିଲା। ଏପରିକି ଦୁଇଜଣଙ୍କ ବିବାହକୁ ନେଇ ସମଗ୍ର ଇଣ୍ଡଷ୍ଟ୍ରି ବି ଖୁସି ଥିଲା। କିନ୍ତୁ ହଠାତ୍‌ ଶୁଣିବାକୁ ମିଳିଥିଲା କୌଣସି କାରଣକୁ ନେଇ ଦୁଇଜଣଙ୍କର ବ୍ରେକ୍‌ଅପ୍‌ ହୋଇଥିଲା। ଯାହାର କାରଣ କେହି ଜାଣି ପାରି ନ ଥିଲେ। ଏହା ପରେ କରିସ୍ମା ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିବାବେଳେ ଅଭିଷେକ ଐଶ୍ୱର୍ଯ୍ୟାଙ୍କ ହାତ ଧରିଥିଲେ। ସେହିପରି କରୀନା କପୁର ଶାହିଦ୍‌ କପୁରଙ୍କୁ ପ୍ରେମ କରୁଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ। ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁରଙ୍କ ପ୍ରେମ ମଧ୍ୟ ଅଧୁରା ରହିଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri