ଆଜି ବିଶ୍ୱ ଐତିହ୍ୟ ଦିବସ: ଐତିହ୍ୟର ସଂରକ୍ଷଣ ସୃଷ୍ଟିକରିଛି ଚ୍ୟାଲେଞ୍ଜ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଐତିହ୍ୟର ଗନ୍ତାଘର ଓଡ଼ିଶା। କୋଣାର୍କର ସୂର୍ଯ୍ୟମନ୍ଦିର ହେଉ କି ରାଜ୍ୟରେ ରହିଥିବା ବହୁ ପୁରାତନ ରାଜପ୍ରାସାଦ, ସବୁଠି ଦେଖିବାକୁ ମିଳିଥାଏ ଉତ୍କଳୀୟ ଐତିହ୍ୟ ଓ ନିର୍ମାଣଶୈଳୀର ପ୍ରତିଛବି। ଐତିହ୍ୟ ଓ ସଂସ୍କୃତି ପାଇଁ ଓଡ଼ିଶା ସମଗ୍ର ବିଶ୍ୱରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବାବେଳେ ପୁରାତନ କୀର୍ତ୍ତିରାଜି, ପ୍ରାଚୀନ ଗୁମ୍ଫା ଓ ଐତିହାସିକ ମନ୍ଦିରକୁ ନେଇ ମନ୍ଦିରମାଳିନୀ ସହରର ପରିଚୟ ପାଇଛି ଭୁବନେଶ୍ୱର। ଶିଶୁପାଳଗଡ଼ ସହ ଯୋଡି ହୋଇରହିଛି ବର୍ଷ ବର୍ଷ ତଳର ସଭ୍ୟତା। ମାତ୍ର କାଳକ୍ରମେ ଏଗୁଡିକ ନଷ୍ଟ ହେବାକୁ ଲାଗିଛି। କେଉଁଠି ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଯାଉଛି ତ ଆଉ କେଉଁଠି ପଥର ଖସୁଛି। ଖଣ୍ଡଗିରି, ଉଦୟଗିରିରୁ ଶିଳାଲିପି ଲିଭିଯାଉଥିବାବେଳେ କୋଣାର୍କ ଏବେ ବି ଲୌହଭାର ମଧ୍ୟରେ ନିଜର ସ୍ଥିତି ଖୋଜୁଛି। ସୁରକ୍ଷା ଓ ସଂରକ୍ଷଣ ଅଭାବରୁ ଏକାମ୍ର କ୍ଷେତ୍ର ଏବଂ ଜାତୀୟ ଉଦ୍ୟାନ ଭିତରକନିକା ୟୁନେସ୍କୋର ବିଶ୍ୱ ଐତିହ୍ୟ ମାନ୍ୟତା ପାଇବାକୁ ବଞ୍ଚତ୍ତ ହୋଇଛି। ଫ୍ରାନ୍ସର ୮୫୦ବର୍ଷ ତଳର ଐତିହାସିକ ନୋଟ୍ରୋ ଡେମ୍‌ ଚର୍ଚ୍ଚରେ ଅଗ୍ନିକାଣ୍ଡ ଘଟିବାର ମାତ୍ର କିଛି ସମୟ ପରେ ସେଠାକାର ସରକାର ୫ବର୍ଷ ମଧ୍ୟରେ ଏହାର ପୁନଃ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଅସୁରକ୍ଷିତ ଅବସ୍ଥାରେ ଥିବା କୋଣାର୍କ ମନ୍ଦିରର ମରାମତି ସରୁନି କି ବର୍ଷ ବର୍ଷ ଧରି ଲାଗି ରହିଥିବା ଲୌହ ଭାରା ହଟାଯାଉନି। ପ୍ରତିବର୍ଷ ବର୍ଷା ଋତୁରେ ଏହା ପରିସରରେ ପାଣି ଜମି କୋଣାର୍କ ମନ୍ଦିର ଓ କାରୁକାର୍ଯ୍ୟ ପ୍ରତି ବିପଦ ସୃଷ୍ଟି କରୁଥିଲେ ମଧ୍ୟ ଏହି ସମସ୍ୟା ବି ଦୂର ହୋଇପାରୁନି। ଏପରି କି ଚାରିପାର୍ଶ୍ୱରେ ହେଉଥିବା ଜବରଦଖଲ ପାଇଁ ଏହାର ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରତି ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧୀନରେ ଥିବା ଏହି ବିଶ୍ୱ ଐତିହ୍ୟ ଧୀରେ ଧୀରେ ନିଜର କାରୁକାର୍ଯ୍ୟ ହରାଉଛି। କୋଣାର୍କ ମନ୍ଦିର ଭଳି ରାଜ୍ୟର ସବୁ ଐତିହ୍ୟ ଏଭଳି ଅବହେଳିତ ସ୍ଥିତିରେ ପହଞ୍ଚତ୍ଛି। ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୫ ହଜାରରୁ ଅଧିକ କୀର୍ତ୍ତିରାଜି ରହିଥିଲା। ତାହା ଆଜି ଖସିଆସି ୨୨୦୦ରେ ପହଞ୍ଚତ୍ଛି। ଐତିହ୍ୟର ରକ୍ଷଣାବେକ୍ଷଣ ଲାଗି ପ୍ରତିବର୍ଷ ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସ୍ବତନ୍ତ୍ର ବଜେଟ କରାଯାଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ହେଉଛି। ତେଣୁ ଅର୍ଥାଭାବ ସହ ଅଣଦେଖା ଐତିହ୍ୟ ସଂରକ୍ଷଣରେ ବାଧକ ସାଜିଛି। ରାଜ୍ୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା ଅଧୀନରେ ୨୧୮ଟି ଐତିହ୍ୟ ଓ କୀର୍ତ୍ତିରାଜି ରହିଥିବାବେଳେ ସ୍ବଳ୍ପ ବଜେଟରେ ଏତେସଂଖ୍ୟକ ଐତିହ୍ୟସ୍ଥଳୀର ସଂରକ୍ଷଣ କରାଯିବା ଅସମ୍ଭବ ହୋଇପଡିଛି। ସେହିଭଳି ଭାରତୀୟ ପ୍ରନତ୍ତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଅଧୀନରେ ରାଜ୍ୟର ୭୮ଟି କୀର୍ତ୍ତିରାଜି ରହିଥିବାବେଳେ କେବଳ ପୁରୀ, କୋଣାର୍କ ଏବଂ ଭୁବନେଶ୍ୱରର ହାତଗଣତି କୀର୍ତ୍ତିରାଜିକୁ ଛାଡିଦେଲେ ଏଏସ୍‌ଆଇ ଅନ୍ୟ କୀର୍ତ୍ତିରାଜିର ସଂରକ୍ଷଣ କଥା ଏକପ୍ରକାର ଭୁଲାଯାଇଛି। ଏକାମ୍ର କ୍ଷେତ୍ରରେ ଥିବା ୨୦ରୁ ଅଧିକ ଐତିହ୍ୟ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଭୁବନେଶ୍ୱର ଏଏସ୍‌ଆଇ କାର୍ଯ୍ୟାଳୟର ୫ରୁ ୮ କି.ମି. ପରିଧି ମଧ୍ୟରେ ରହିଥିବା ଐତିହ୍ୟ ଓ କୀର୍ତ୍ତିରାଜିର ଏପରି ଅବସ୍ଥା ଦେଖିବାକୁ ମିଳୁଥିବାବେଳେ ରାଜ୍ୟର ଅନ୍ୟ ଅଞ୍ଚଳରେ ଥିବା ଐତିହ୍ୟ କେଉଁ ପରିସ୍ଥିତିରେ ଥିବ ତାହା ସହଜରେ ବାରି ହୋଇପଡୁଛି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ସର୍କଲକୁ ବାର୍ଷିକ ଯେତିକି ଅର୍ଥ ମିଳୁଛି ସେଥିରେ ସମସ୍ତ ଐତିହ୍ୟର ସଂରକ୍ଷଣ ଓ ବିକାଶ କାର୍ଯ୍ୟ ସମ୍ଭବ ନୁହେଁ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଉଛି। ଏ ପରିସ୍ଥିତିରେ ଶ୍ରୀମନ୍ଦିରର ସଂରକ୍ଷଣ ଏବେ ଏଏସ୍‌ଆଇ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ୟପକ୍ଷରେ ପୀଢ, ରେଖ ଓ ଖାକରା ଶୈଳୀରେ ନିର୍ମିତ ଏକାମ୍ର କ୍ଷେତ୍ରର ୨୦୦ରୁ ଅଧିକ ବିରଳ ମନ୍ଦିର ଏବେ ନଷ୍ଟ ହେବାରେ ଲାଗିଛି। ସରକାରୀ ତଥ୍ୟ ଅନୁଯାୟୀ, ଖ୍ରୀଷ୍ଟାବ୍ଦ ୫୦୦ ଶତାବ୍ଦୀରେ ଭୁବନେଶ୍ୱରରେ ୭୦୦ ମନ୍ଦିର ରହିଥିଲା। ସେଥିରୁ ଏବେ ପ୍ରାୟ ୫୦୦ ଛୋଟବଡ଼ ମନ୍ଦିର ମାଟିରେ ମିଶିଗଲାଣି। ଯେତିକି ବି ରହିଛି ସେଥିମଧ୍ୟରୁ ୪୦ ପ୍ରତିଶତର ଅବସ୍ଥା ଶୋଚନୀୟ। ଐତିହ୍ୟ ସମ୍ପନ୍ନ ପୁଷ୍କରିଣୀ ଅବସ୍ଥା ବି ଦୟନୀୟ। ଏନେଇ ରାଜ୍ୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ଅଧିକାରୀ ସଂଘମିତ୍ରା ଶତପଥୀଙ୍କ କହିବାନୁଯାୟୀ, କେବଳ ସୁନ୍ଦରଗଡ଼ର ଏକ ଏତିହ୍ୟସ୍ଥଳୀକୁ ଛାଡି ଆମେ ସମସ୍ତ ଐତିହ୍ୟର ମରାମତି କାର୍ଯ୍ୟ କରିଛୁ। ଐତିହାସିକ ପୁଷ୍କରିଣୀର ପୁନରୁଦ୍ଧାର କରିବା ଦାୟିତ୍ୱ ପର୍ଯ୍ୟଟନ ବିଭାଗର ହୋଇଥିବାରୁ ଆମର ସେଥିରେ କିଛି କାମନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?