ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଉପଚ୍ଛାୟାଜନିତ ହେତୁ ପାଳନୀୟ ନୁହେଁ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଶୁକ୍ରବାର ରାତିରେ ଦେଖିବାକୁ ମିଳିବ। ଏହି ମହାଜାଗତିକ ଘଟଣା ଓଡିଶା ସମେତ ସମଗ୍ର ଭାରତ ଏବଂ ବିଶ୍ୱର ଅନେକ ରାଷ୍ଟ୍ରରେ ଦେଖାଯିବ। ୧୦ ତାରିଖ ରାତି ୧୦ଟା ୩୭ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ। ଏହି ସମୟରେ ଚନ୍ଦ୍ର ପୃଥିବୀର ଉପଚ୍ଛାୟାରେ ପ୍ରବେଶ କରିବ। ତେବେ ଏଥର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ପ୍ରଚ୍ଛାୟା(ଗାଢ କଳା ଛାୟା)ରେ ପ୍ରବେଶ କରିବ ନାହିଁ। ତେଣୁ ଏହି ଚନ୍ଦ୍ରଗ୍ରହଣକୁ ଖାଲି ଆଖିରେ ଦେଖିବା କଷ୍ଟକର ହେବ। ଯଦି ଆକାଶ ସମ୍ପୂର୍ଣ୍ଣ ପରିଷ୍କାର ରୁହେ ତା ହେଲେ ଭଲଭାବେ ନିରୀକ୍ଷଣ କଲେ ଏକ ହାଲ୍‌କା ଛାଇ ଦେଖାଯିବ ବୋଲି ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ଉପଚ୍ଛାୟାଜନିତ ହୋଇଥିବାରୁ ଏବଂ ଖାଲି ଆଖିରେ ଦେଖାଯାଉ ନ ଥିବାରୁ ଏହାକୁ ପାଳନ କରାଯିବ ନାହିଁ ବୋଲି ଜ୍ୟୋତିର୍ବିଦ୍‌ମାନେ ମତ ଦେଇଛନ୍ତି। ସୂଚନା ମୁତାବକ ୧୦ ତାରିଖ ରାତି ୧୦ଟା ୩୭ରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହେବାକୁ ଥିବାବେଳେ ୧୧ ତାରିଖ ଭୋର ୨ଟା ୪୨ ମିନିଟରେ ଛାଇଟି ଚନ୍ଦ୍ର ଉପରୁ ସମ୍ପୂର୍ଣ୍ଣ ଅପସରିଯିବ। ଅର୍ଥାତ୍‌ ଚନ୍ଦ୍ର ପୃଥିବୀର ଉପଚ୍ଛାୟାରେ ୧୦ ତାରିଖ ରାତି ୧୦ଟା ୩୭ରୁ ୧୧ ତାରିଖ ଭୋର ୨ ଟା ୪୨ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଆକାଶ ମେଘମୁକ୍ତ ଥିଲେ ଏହି ଦୃଶ୍ୟକୁ ଖାଲି ଆଖିରେ କିମ୍ବା ଛୋଟ ବାଇନାକୁଲର ସାହାଯ୍ୟରେ ଦେଖିହେବ। ୨୦୨୦ ବର୍ଷରେ ୪ଟି ଚନ୍ଦ୍ରଗ୍ରହଣ ଏବଂ ୨ଟି ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ଏ ନେଇ ଡ. ପଟ୍ଟନାୟକଙ୍କ ସୂଚନା ମୁତାବକ, ଚନ୍ଦ୍ରଗ୍ରହଣ ଏକ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ। ଆକାଶ ମେଘମୁକ୍ତ ରହିଲେ ଏହା ଓଡିଶା ତଥା ଭାରତର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ। ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ତରଫରୁ ଲୋକମାନଙ୍କୁ ସଚେତନ କରାଯିବା ସହ ଏହି ସୁଯୋଗକୁ ହାତଛଡା ନ କରିବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri