ଆଜିର ଅର୍ଥନୀତି/ସ୍ପଷ୍ଟ କର

କେନ୍ଦ୍ର ବଜେଟ ଉପସ୍ଥାପନ ବେଳେ ସାଧାରଣ ଲୋକମାନେ ବ୍ୟକ୍ତିଗତ ଆୟକରରେ କ’ଣ ପରିବର୍ତ୍ତନ ଘଟୁଛି, ତାହା ଜାଣିବା ପାଇଁ ସବୁବେଳେ ଉତ୍ସୁକତା ପ୍ରକାଶ କରିଥାନ୍ତି। ଏଥିପାଇଁ ସେମାନେ ଆଗ୍ରହର ସହ ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ଶୁଣନ୍ତି। କିନ୍ତୁ ବଜେଟ ଉପସ୍ଥାପନ ପରେ ଇତିମଧ୍ୟରେ ପ୍ରାୟ ସପ୍ତାହେ ବିତିଯାଇଥିଲେ ମଧ୍ୟ ବ୍ୟକ୍ତିଗତ ଆୟକରରେ ସରକାର କ’ଣ ପରିବର୍ତ୍ତନ କରିଛନ୍ତି, କି ନୂଆ ବ୍ୟବସ୍ଥା ଖଞ୍ଜିଛନ୍ତି ସେ ନେଇ ସାଧାରଣ ଲୋକମାନେ ସ୍ପଷ୍ଟ ହୋଇପାରୁ ନାହାନ୍ତି। ଏ ବ୍ୟାପାରରେ ଏତେ ଅସ୍ପଷ୍ଟତା ଆଗରୁ କେବେ ଦେଖାଯାଇ ନ ଥିଲା। ସ୍ବୟଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ତାଙ୍କ ବଜେଟ ଭାଷଣ ପରେ ଗଣମାଧ୍ୟମକୁ ବିବୃତି ଦେବା ଅବସରରେ ଏହା ସ୍ବୀକାର କରିଛନ୍ତି। ସେ କହିଲେ ଯେ ଟିକସ ପ୍ରସ୍ତାବରେ ଯେଉଁ ପରିବର୍ତ୍ତନ କରାଯାଇଛି, ସେଥିରେ ଆଉ କିଛି ସ୍ପଷ୍ଟତା ଦରକାର ପଡ଼ୁଛି ଏବଂ ତାଙ୍କ ବିଭାଗ ସେ ଦିଗରେ ଖୁବ୍‌ଶୀଘ୍ର କାର୍ଯ୍ୟ କରିବେ। ତେଣୁ ନିଜ ବିଭାଗ ପକ୍ଷରୁ ବ୍ୟକ୍ତିଗତ ଆୟକରର ନିୟମାବଳୀକୁ ସ୍ପଷ୍ଟ ନ କରି ବଜେଟରେ ଘୋଷଣା କରିବା ବିଭ୍ରାନ୍ତିକର। ସୀତାରାମନ୍‌ ଏକ ବିକଳ୍ପ ଦେଲେ: ଚାହିଁଲେ ଆମେ ପୁରୁଣା ଟିକସ ବ୍ୟବସ୍ଥାକୁ ଆପଣେଇ ପୁରୁଣା ନିୟମରେ ଛାଡ଼ ଓ କାଟର ସୁବିଧା ପାଇବା କିମ୍ବା ନୂଆ ସରଳୀକୃତ ଟିକସ ବ୍ୟବସ୍ଥାରେ କର ପ୍ରଦାନ କରିପାରିବା, ଯେଉଁଥିରେ କିଛି ଛାଡ଼ ନାହିଁ କି କାଟ ନାହିଁ। ଅର୍ଥମନ୍ତ୍ରୀ ଦାବି କରିଛନ୍ତି ଯେ, ୧୦୦ ପ୍ରକାର ଛାଡ଼ ମଧ୍ୟରୁ ସେ ୭୦ଟା ଉଚ୍ଛେଦ କରିଦେଇଛନ୍ତି। ଅର୍ଥାତ୍‌ ଆହୁରି ୩୦ ପ୍ରକାର ଛାଡ଼ ନିୟମ ରହିଛି, ଯାହା ପ୍ରଚଳିତ ଟିକସ ବ୍ୟବସ୍ଥା ପାଇଁ ପ୍ରଯୁଜ୍ୟ। ତେଣୁ କେଉଁ ଛାଡ଼ ଓ କାଟଗୁଡ଼ିକ ରହିଲା ଏବଂ କେଉଁଗୁଡ଼ିକ ହଟିଲା ତାହାର ପୁଙ୍ଖାନୁପୁଙ୍ଖ ବିବରଣୀ ନ ଜାଣିବା ଯାଏ ଜଣେ ଟିକସଦାତା ଜାଣିପାରିବନି ତା’ପାଇଁ ନୂଆ ବ୍ୟବସ୍ଥାଟା ଭଲ ନା ପୁରୁଣା ବ୍ୟବସ୍ଥାଟା ଭଲ। ବର୍ତ୍ତମାନର ଟିକସଦାତାମାନେ ଟିକସ ବଞ୍ଚାଇବା ପାଇଁ ବିଭିନ୍ନ ଭାବରେ ସଞ୍ଚୟ କରିଥାନ୍ତି ଏବଂ ତାହା ଆୟକର ଆଇନର ୮୦ସି ଧାରା ଅନୁସାରେ ଛାଡ଼ କରାଯାଇଥାଏ। ଯେହେତୁ ନୂଆ ଟିକସ ବ୍ୟବସ୍ଥାରେ କୌଣସି ସଞ୍ଚୟର ଲାଭ ମିଳିବ ନାହିଁ, ଟିକସଦାତାମାନେ ଏହି ବ୍ୟବସ୍ଥାରେ ସଞ୍ଚୟ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ଗୃହଋଣ ସୁଧ ବାବଦକୁ ଯେଉଁ ଛାଡ଼ ମିଳୁଥିଲା ତାହା ଆଉ ମିଳିବ କି ନାହିଁ ସ୍ପଷ୍ଟ କରାଯାଇ ନାହିଁ। ବିଭିନ୍ନ ଭାବରେ ସଞ୍ଚୟ କରିବାକୁ ଆୟକର ବ୍ୟବସ୍ଥାରେ ଯେଉଁ ପ୍ରୋତ୍ସାହନ ମିଳୁଥିଲା ତାକୁ ଉଠାଇନେବା ଦ୍ୱାରା ମଧ୍ୟବିତ୍ତ ଓ ବେତନଭୋଗୀ କର୍ମଚାରୀମାନେ ବିଶେଷ ଭାବେ ପ୍ରଭାବିତ ହେବେ। ୨୦୧୨ରେ ମୋଟ ସଞ୍ଚୟ ହାର ପ୍ରାୟ ୩୬ ପ୍ରତିଶତ ଥିବା ବେଳେ ତାହା ହ୍ରାସ ପାଇ ଏବେ ୩୦ ପ୍ରତିଶତ ହୋଇଛି।
ଆୟକର ଆଇନର ୮୦ସି ଧାରା ଅନୁସାରେ ଛାଡ଼ ବ୍ୟବସ୍ଥାକୁ ଉଠାଇଦେବା ଏକ ଉତ୍ତମ ପଦକ୍ଷେପ ନୁହେଁ। ୮୦ସି ଧାରା ଅନୁସାରେ ଛାଡ଼ ବ୍ୟବସ୍ଥା ରହିବାରୁ ଲୋକମାନେ ତାଙ୍କ ବୃଦ୍ଧାବସ୍ଥା ପାଇଁ ସଞ୍ଚୟ କରିବାକୁ ଉତ୍ସାହିତ ହେଉଥିଲେ। ଏହା ଏକ ସାମାଜିକ ସୁରକ୍ଷା ନେଟ୍‌ଓ୍ବାର୍କ ପରି କାମ କରୁଥିଲା। ଭାରତୀୟ ଗୃହସ୍ଥମାନେ ସାଧାରଣତଃ ଦୂରଦୃଷ୍ଟିସମ୍ପନ୍ନ ନୁହନ୍ତି ଏବଂ ବୃଦ୍ଧାବସ୍ଥା ପାଇଁ ଯଥେଷ୍ଟ ସଞ୍ଚୟ କରନ୍ତି ନାହିଁ। ବିଶେଷତଃ ବେତନଭୋଗୀ କର୍ମଚାରୀମାନେ ବୀମା, ଭବିଷ୍ୟନିଧି ବା ପେନ୍‌ସନ ପରି ଦୀର୍ଘମିଆଦୀ ଯୋଜନାରେ ସଞ୍ଚୟ କରିବାକୁ ବାଧ୍ୟ ହେଉଥିଲେ କାରଣ ଏହାଦ୍ୱାରା ସେମାନେ ଟିକସ ହ୍ରାସ ପରି ତତ୍କାଳ ଲାଭ ପାଉଥିଲେ। ନୂଆ ଟିକସ ବ୍ୟବସ୍ଥାରେ ଏହି ସୁବିଧାକୁ ଉଠାଇ ଦିଆଯାଇଛି। ପୁଣି ଭାରତ ପରି ଏକ ବିକାଶଶୀଳ ଦେଶରେ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ପାଇଁ ଏହି ଦୀର୍ଘମିଆଦୀ ସଞ୍ଚୟର ଉପଯୋଗିତା ଓ ଆବଶ୍ୟକତା ରହିଛି। ଲୋକଙ୍କୁ ବୃଦ୍ଧାବସ୍ଥା ପାଇଁ ସଞ୍ଚୟ କରିବାକୁ ପ୍ରୋତ୍ସାହିତ ନ କରି ସରକାର ଭୁଲ କରୁଛନ୍ତି। ସରକାର ଭାବୁଛନ୍ତି ଲୋକମାନେ ସଞ୍ଚୟ ନ କରି ହାତରେ ଅଧିକ ଅର୍ଥ ରଖିଲେ ତାହା ସ୍ବାଭାବିକ ଭାବେ ଖର୍ଚ୍ଚ ହୋଇଯିବ। ଅଧିକ ଖର୍ଚ୍ଚ ହେଲେ ଅର୍ଥନୀତି ଚଳଚଞ୍ଚଳ ହେବ। କିନ୍ତୁ ବାସ୍ତବ କଥା ହେଲା ଲୋକଙ୍କ ମାସିକ ଆୟ ନ ବଢ଼ିଲେ ସେମାନେ ଖର୍ଚ୍ଚ କରିବାକୁ ଜାକିହୁଅନ୍ତି। ବର୍ତ୍ତମାନ ପାର୍ଲାମେଣ୍ଟ ଚାଲୁଥିବାରୁ ଅର୍ଥମନ୍ତ୍ରୀ ଗୃହରେ କେଉଁ ଛାଡ଼ ଓ କାଟ ବ୍ୟବସ୍ଥାଗୁଡ଼ିକ ଉଚ୍ଛେଦ କରାଗଲା ଓ କେଉଁଗୁଡ଼ିକ ରହିଲା ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ। ବଜେଟରେ ବ୍ୟକ୍ତିଗତ ଟିକସ ଢାଞ୍ଚାରେ ଏହିସବୁ ପରିବର୍ତ୍ତନ କରାଯାଇଥିବାରୁ ଟିକସଦାତାଙ୍କ ଉପରେ ତା’ର ବିଶେଷ ପ୍ରଭାବ ପଡ଼ିବ ନାହିଁ। ଟିକସ ଢାଞ୍ଚାକୁ ବୈକଳ୍ପିକ କରାଯାଇଥିବାରୁ ଲୋକମାନେ ଯେ ଅଧିକ ଖର୍ଚ୍ଚ କରିବେ ଓ କମ୍‌ ସଞ୍ଚୟ କରିବେ ତାହା ସତ୍ୟ ନ ହୋଇପାରେ। ଯେଉଁ ୩୦ଟି ଛାଡ଼ ବ୍ୟବସ୍ଥା ତଥାପି ବଳବତ୍ତର ରହିଛି, ସୀତାରାମନ୍‌ ସେ ବିଷୟରେ ତୁରନ୍ତ ସ୍ପଷ୍ଟୀକରଣ ଦେଇ ଲୋକଙ୍କ ସଂଶୟ ମୋଚନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?