ଆଜିଠାରୁ ଜାତୀୟ ମହିଳା ଓ୍ବେଲ୍ଡିଂ ଲିଗ୍‌

ଭୁବନେଶ୍ୱର,୬।୩(ବ୍ୟୁରୋ): ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି ଓ ଫ୍ରୋନିଅସ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ମିଳିତ ଆନୁକୂଲ୍ୟରେ ‘ନ୍ୟାଶନାଲ ଓ୍ବେଲ୍ଡିଂ ଲିଗ୍‌ ଅଫ୍‌ ଓ୍ବିମେନ୍‌ ଷ୍ଟୁଡେଣ୍ଟସ’ ବା ଜାତୀୟ ମହିଳା ଓ୍ବେଲ୍ଡିଂ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏହି ୩ଦିନିଆ ମେଗା ଇଭେଣ୍ଟ ୟୁନିଭର୍ସିଟିର ଆଡ୍‌ଭାନ୍ସ ଓ୍ବେଲ୍ଡିଂ ସେଣ୍ଟର୍‌ ଅପ୍‌ ଏକ୍ସଲେନ୍ସ ପରିସରରେ ୬ ତାରିଖରୁ ଆରମ୍ଭ ହେବ। ଓ୍ବେଲ୍ଡିଂ ଭଳି ଏକ ପୁରୁଷ ପ୍ରାଧାନ୍ୟ କ୍ଷେତ୍ର ପ୍ରତି ମହିଳାଙ୍କୁ ଆକର୍ଷିତ କରିବାକୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓ୍ବେଲ୍ଡିଂ ସହଯୋଗରେ ଏହାକୁ ଓ୍ବାର୍ଲଡ ସ୍କିଲ୍‌ ଫର୍ମାଟରେ ଆୟୋଜନ କରାଯିବ। ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ଆଦି କ୍ଷେତ୍ରରୁ ମହିଳାମାନେ ଗୋଟିଏ ଛାତତଳେ ଏକାଠି ହେବେ। ଦେଶର ୪୦ ଅଗ୍ରଣୀ ଶିକ୍ଷାନୁଷ୍ଠାନରୁ ୨୦୦ରୁ ଊର୍ଦ୍ଧ୍ୱ ମହିଳା ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ। ମହିଳା ଓ୍ବେଲ୍ଡରଙ୍କ ପ୍ରାକ୍ଟିକାଲ ଦକ୍ଷତାର ପରୀକ୍ଷା କରାଯିବ। ଏହାସହ ଅତ୍ୟାଧୁନିକ ଓ୍ବେଲ୍ଡିଂ ଟେକ୍ନୋଲୋଜି ଏବଂ ଆଡ୍‌ଭାନ୍ସ ଉପକରଣର ବ୍ୟବହାର ପ୍ରମୁଖ ଆକର୍ଷଣ ରହିବ। ବିଶ୍ୱ ସ୍ତରର ଓ୍ବେଲ୍ଡିଂ ବିଶେଷଜ୍ଞମାନେ ପ୍ରତିଯୋଗୀଙ୍କୁ ପ୍ରଶିକ୍ଷଣ ଦେବେ। ଶେଷ ଦିବସରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ସହ ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ମେଡାଲ ପ୍ରଦାନ କରାଯିବ। ଏହାସହ ୫ ମେଡାଲିଅନ୍‌ ଅଫ୍‌ ଏକ୍ସଲେନ୍ସ ପ୍ରଦାନ କରାଯିବ। ସେହିଭଳି ଶ୍ରେଷ୍ଠ ବିବେଚିତ ଶିକ୍ଷାନୁଷ୍ଠାନକୁ ଚଳିତବର୍ଷ ଲାଗି ଚାମ୍ପିୟନ ଟ୍ରଫି ପ୍ରଦାନ କରାଯିବ।
ଗୁରୁବାର ସ୍ଥାନୀୟ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏନେଇ ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି ସଭାପତି ସଞ୍ଜୀବ କୁମାର ରାଉତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତର ମ୍ୟାନୁଫ୍ୟାକ୍‌ଚରିଂ ସେକ୍ଟରରେ ମହିଳାଙ୍କ ଉପସ୍ଥିତି କମ୍‌ ଥିବାବେଳେ ଆମେ ଏଥିପ୍ରତି ଅଧିକରୁ ଅଧିକ ମହିଳା ତଥା ଛାତ୍ରୀଙ୍କୁ ଆକୃଷ୍ଟ କରିବାର ପ୍ରୟାସ କରୁଛୁ। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟୋଜିତ ହେଉଥିବା ଏହି ଓ୍ବେଲ୍ଡିଂ ଲିଗ୍‌ରେ ଓଡ଼ିଶାରୁ ସର୍ବାଧିକ ୭୦ଜଣ ଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି। ଫ୍ରୋନିଅସ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ବିଶ୍ୱନାଥ କାମତ୍‌ କହିଛନ୍ତି, ଭାରତରେ ଏବେ ପ୍ରତିବର୍ଷ ୨୦ ହଜାର ଓ୍ବେଲ୍ଡରଙ୍କ ଅଭାବ ପରିଲକ୍ଷିତ ହେଉଛି। ମହିଳାଙ୍କ ଯୋଗଦାନ ଦ୍ୱାରା ଏହି ଅଭାବ ପୂରଣ ହେବ। ପ୍ରତି କ୍ଷେତ୍ରରେ ଓ୍ବେଲ୍ଡିଂର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହୁଥିବା ବେଳେ କେନ୍ଦ୍ର ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆରେ ଓ୍ବେଲ୍ଡିଂ ଏକ ପ୍ରମୁଖ ଅଂଶ। ତେଣୁ ରାଜ୍ୟର ଅଧିକରୁ ଅଧିକ ମହିଳା ଏଥିରେ ନିଜ ଭବିଷ୍ୟତ ଗଢିବା ଆବଶ୍ୟକ ବୋଲି ସେ କହିଥିଲେ। ଖବରଦାତା ସମ୍ମିଳନୀରେ ୟୁନିଭର୍ସିଟି କୁଳପତି ପ୍ରଫେସର ଭବେଶ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri