ଆଗାମୀ ପୌର ନିର୍ବାଚନରେ ଅଂଶଗ୍ରହଣ କରିବ ଏଏପି

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ରାଜ୍ୟ ତଥା ଦେଶର ଜନତାଙ୍କୁ ସର୍ବନିମ୍ନ ମୌଳିକ ଆବଶ୍ୟକତା ଯୋଗାଇଦେବା ଯେ କୌଣସି ସରକାରର ମୂଳ ଦାୟିତ୍ୱ। ହେଲେ ଏହି ମୂଳ ଦାୟିତ୍ୱକୁ ପୂରଣ କରିବା ଦୂରର କଥା, ରାଜ୍ୟର ଅନ୍ୟାନ୍ୟ ଭିତ୍ତିଭୂମି ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ହୋଇପଡିଛି। ତେଣୁ ଓଡ଼ିଶାରେ ଏସବୁ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଆମ ଆଦମୀ ପାର୍ଟି(ଏଏପି)ର ଆବଶ୍ୟକତା ରହିଥିବା ଦଳର ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର କହିଛନ୍ତି। ରାଜଧାନୀସ୍ଥିତ ଏକ ଘରୋଇ ହୋଟେଲରେ ରବିବାର ଦଳର ଓଡ଼ିଶା କର୍ମକର୍ତ୍ତାଙ୍କ କାର୍ଯ୍ୟକାରିଣୀରେ ନିଶିକାନ୍ତ ଏହା କହିଛନ୍ତି।
ଏଏପି କେବଳ ପ୍ରତିଶ୍ରୁତି ଦେଇ ନ ଥାଏ। ଜନଗଣଙ୍କ ମୌଳିକ ଆବଶ୍ୟକତା ନେଇ କରିଥିବା ନିର୍ବାଚନୀ ଇସ୍ତାହାରକୁ ସତରେ ପରିଣତ କରିଥାଏ। ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଉପଭୋକ୍ତାଙ୍କୁ ହାତ ପାହାନ୍ତାରେ ସୁବିଧା ଯୋଗାଇବାରେ ଦିଲ୍ଲୀର ଏଏପି ସରକାର ଉଦାହରଣ ସୃଷ୍ଟି କରିଥିବା ରାଜ୍ୟ ସଂଯୋଜକଙ୍କ ପକ୍ଷରୁ କୁହାଯାଇଛି। ଦଳ ଗତ ସାଧାରଣ ନିର୍ବାଚନରେ ଏକ ଲୋକ ସଭା ଏବଂ ୧୫ ବିଧାନସଭା ନିର୍ବାଚନରେ ଲଢିଥିଲା। ଆଗାମୀ ଦିନରେ ପୌର ନିର୍ବାଚନ ଥିବାରୁ ସଙ୍ଗଠନ ଥିବା ସ୍ଥାନରେ ଏଏପି ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଜଣାପଡିଛି। ଦଳ ପକ୍ଷରୁ ସୁନ୍ଦରଗଡ଼, ରେଢ଼ାଖୋଲ, ରାୟଗଡ଼ା, ଗଜପତି, ଭୁବନେଶ୍ୱର, କଟକ, ମୟୂରଭଞ୍ଜ, ବଲାଙ୍ଗୀର ଏବଂ ନୂଆପଡ଼ାରେ ସ୍ଥାନୀୟ ନିିର୍ବାଚନରେ ପ୍ରାର୍ଥୀ ସମ୍ଭାବନା ରହିଛି। କାର୍ଯ୍ୟକାରିଣୀରେ ଏଏପି ପକ୍ଷରୁ ୪ଟି ପ୍ରସ୍ତାବ ଗୃହୀତ କରାଯାଇଛି। ପ୍ରଥମତଃ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ରାଜ୍ୟ ସରକାର ସ୍ବାମୀନାଥନ କମିଟି ରିପୋର୍ଟ ଆଧାରରେ କାର୍ଯ୍ୟ କରିବାକୁ କୁହାଯାଇଛି। ଧାନ ସଂଗ୍ରହ, ଅଣଜଳସେଚିତ ଜମିକୁ ଜଳ ଯୋଗାଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ପିଏମ୍‌-କିଷାନ ଏବଂ କାଳିଆ ଯୋଜନା ଦ୍ୱାରା ଚାଷୀ ୧୬ ହଜାର ଟଙ୍କା ପାଇବା କଥା, ହେଲେ ତାହା ୧୦ ହଜାରକୁ ଖସି ଆସିଛି। ଏହାକୁ ନେଇ ଏଏପି ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ସେହିପରି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତିର ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ଦିଲ୍ଲୀ ସରକାର ନିକଟରେ ୭୬୦୦ ସ୍ଥାୟୀ ଶିକ୍ଷକ ନିଯୁକ୍ତି କରିବା ସହ ୫୦ ନୂଆ ସ୍କୁଲ ଖୋଲିଛନ୍ତି, ଓଡ଼ିଶା ସରକାର ଅନୁରୂପ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଛି। ସେହିପରି ଆସନ୍ତା ପୌରାଞ୍ଚଳ ନିର୍ବାଚନରେ ଦଳ ଅଂଶଗ୍ରହଣ ନେଇ ପ୍ରସ୍ତାବ ଗୃହୀତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?