ଆଗାମୀ ଦିନରେ ସ୍ଥିତି ସମ୍ଭାଳିବା କଷ୍ଟକର ହୋଇପାରେ, କଣ୍ଟ୍ରାକ୍ଟ ଟ୍ରେସିଂ ପୂର୍ବରୁ ନିଜେ ଆଗକୁ ଆସି ସଂକ୍ରମଣକୁ କମ୍ କରନ୍ତୁ

ଭୁବନେଶ୍ବର, ୪।୪(ବ୍ୟୁରୋ) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ରେ ପହଁଞ୍ଚିଛି । ଯେତେବଳେ ଜଣେ ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି, ସେତେବେଳେ ସରକାରୀ କଳର କାମ ବଢିଯାଏ । ପ୍ରଥମେ ବ୍ୟକ୍ତିଙ୍କ ଗସ୍ତ ବିଷୟରେ ତଥ୍ୟ ସଂଗ୍ରହ କରାଯାଏ ପରେ ସେ କେଉଁ ସ୍ଥାନକୁ ଯାଇଥିଲେ, ସେଠାରେ କାହା ସଂସ୍ପର୍ଶରେ ଆସିଥିଲେ ଖୋଜା ଯାଇଥାଏ l ପରେ ରାତାରାତି ସେମାନଙ୍କ ସହ ଯୋଗାଯୋଗ କରାଯାଏ। ଯଦି ପୁଣି ଆକ୍ରାନ୍ତ ବାହାରନ୍ତି ତେବେ ପୁଣି ସମାନ କଥାର ପୁନରାବୃତ୍ତି କରାଯାଇଥାଏ। ଆଗାମୀ ଦିନରେ ଏପରି ହେଲେ ଶାସନ ବ୍ୟବସ୍ଥା ଉପରେ ଚାପ ଏବଂ ବୋଝ ବଢିବ। ପ୍ରଥମେ ପଜିଟିଭ ନମୂନା, ପରେ ଟ୍ରାକିଂ କର୍ମଚାରୀ ସଂଖ୍ୟା, ଗାଡି, କୋଭିଡ ଟେଷ୍ଟ ପରିମାଣ, ଶେଷରେ ନୂଆ ମାମଲା ସଂଖ୍ୟା ବୃଦ୍ଧି ହେବାରେ ଲାଗିବ । କୌଣସି ସରକାର ସେହି ସ୍ଥିତିକୁ ସମ୍ଭାଳି ପାରିବ ନାହିଁ l ଏଥିପାଇଁ ବହୁତ ସାଧନର ଆବଶ୍ୟକତା ରହିଛି l ଏଣୁ ଏବେଠାରୁ ସରକାରଙ୍କୁ ସାହାଯ୍ଯ କରନ୍ତୁ l ନିଜେ ସଚେତନ ହୋଇ ଆଗକୁ ଆସନ୍ତୁ l କଣ୍ଟ୍ରାକ୍ଟ ଟ୍ରେସିଂ ପୂର୍ବରୁ ନିଜେ ଆଗକୁ ଆସି ସଂକ୍ରମଣ କୁ କମ୍ କରନ୍ତୁ ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

GDP ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୩୧।୮: ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅର୍ଥନୀତିରେ ସକାରାତ୍ମକ ଉନ୍ନତି ଦେଖାଯାଇଛି। ଜିଡିପି ଅଭିବୃଦ୍ଧି ୭.୮% ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ବର୍ଷାକୁ ନେଇ ବଡ଼ ସୂଚନା ଦେଲା ଆଇଏମ୍‌ଡି: ସେପ୍ଟେମ୍ବରରେ ହେବ…

ଭୁବନେଶ୍ୱର,୩୧।୮: ସେପ୍ଟେମ୍ବରରେ ବି ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ। ଏନେଇ ଆଇଏମ୍‌ଡି ଆକଳନରୁ ସ୍ପଷ୍ଟ ହୋଇଛି। ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠୁ କମ୍‌ ବର୍ଷା…

ବନ୍ୟା ସ୍ରୋତରେ ଭାସିଗଲେ: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ୩୧।୮(କଳ୍ପତରୁ ନାୟକ): କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ କୋଳଥିଆ ବ୍ରାହ୍ମଣ ସାହି ଘୋଷରା ନିକଟ ଘାଇରେ ଘଟିଛି ଏକ ଦୁଃଖଦ ଘଟଣା। ବନ୍ୟା ସ୍ରୋତରେ ଦୁଇଜଣ…

୫ ସେପ୍ଟେମ୍ବର CJP ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ବଢିଲା ସରକାରଙ୍କ ଚିନ୍ତା, ଖୁସିହେଲେ ଦୀପକେ

ନୂଆଦିଲ୍ଲୀ,୩୧।୮: କକରୋଚ ଜନତା ପାର୍ଟି (CJP) ପକ୍ଷରୁ ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ପୁଣି ଏକ ବିରୋଧ ମାର୍ଚ୍ଚ ଆୟୋଜନ କରାଯିବାକୁ ଘୋଷଣା ହୋଇଛି। ଏହି ପ୍ରସ୍ତାବିତ…

ଗୁଡ଼ାରି ଏନ୍‌ଏସିରେ ଜାତୀୟ ପତାକାକୁ ଅବମାନନା

ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।…

ବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

ପାଳଲହଡ଼ା,୩୧।୮(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଗାଁରେ…

୬ ମାସର ପାରିଶ୍ରମିକ ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ

ଖଡ଼ିଆଳ, ୩୧।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ୬ ମାସର ଆର୍ଥିକ ସହାୟତା ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri