ଆଗରୁ ପଢ଼ାଉଥିଲେ, ଏବେ କାଢ଼ି ନେବେ

ଫୁଲବାଣୀ ଅଫିସ, ୫ା୬- କନ୍ଧମାଳ ଜିଲାରେ ଅନ୍ବେଷା ଯୋଜନାରେ ବ୍ୟାପକ ଜାଲିଆତି ଚାଲିଛି। ୩ ବର୍ଷ ଧରି ଜିଲା ମଙ୍ଗଳ ବିଭାଗ ପକ୍ଷରୁ ସରକାରୀ ଗାଇଡ ଲାଇନକୁ ଉଲ୍ଲଂଘନ କରାଯାଇଛି।ଆରମ୍ଭରୁ ଚଳିତ ଶିକ୍ଷାବର୍ଷ ପର୍ଯ୍ୟନ୍ତ ଜିଲାର ୧୦ଟି ସ୍କୁଲରେ ଅନ୍ବେଶା ଯୋଜନାରେ ପିଲାମାନେ ପଢ଼ୁଛନ୍ତି। ବିଶେଷ କରି ୪ଟି ସ୍କୁଲରେ ୧୦୦୦ରୁ ଊର୍ଦ୍ଧ୍ୱ ପିଲା ପଢ଼ୁଥିବା ବେଳେ ସେଥିରୁ ୩ଟି ସ୍କୁଲରୁ ସରକାରଙ୍କ ଗାଇଡ ଲାଇନ ଅନୁସାରେ ପିଲା କାଢ଼ି ନିଆଯିବ ବୋଲି ଜିଲା ମଙ୍ଗଳ ଅଧିକାରୀ ଚିଠି କରିଛନ୍ତି। ଗାଇଡ ଲାଇନକୁ ଦେଖିଲେ ଆଉ ଏକ ସ୍କୁଲ ହଂସିକାରୁ ମଧ୍ୟ ପିଲା କାଢ଼ି ନିଆଯିବା କଥା। ହେଲେ ତାହାକୁ ବାଦ ଦିଆଯାଇଥିବାରୁ ସାଧାରଣରେ ପ୍ରଶ୍ନବାଚୀ ହୋଇଛି। ୨୦୧୬ରୁ ଜିଲାରେ ଆରମ୍ଭ ହୋଇଛି ଅନ୍ବେଷା ଯୋଜନା।ଗ୍ରାମାଞ୍ଚଳର ଗରୀବ ଛାତ୍ରୀଛାତ୍ରଙ୍କୁ ସହରାଞ୍ଚଳ ଇଂଲିଶ ମିଡିୟମ ସ୍କୁଲ ପିଲାଙ୍କ ସହ ସମକକ୍ଷ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ।ତେବେ ଏଥିଲାଗି ସରକାରଙ୍କ କଡାକଡି ନିୟମ ରହିଛି। ନିୟମ ଅନୁସାରେ ସହରାଞ୍ଚଳ/ଜିଲା ମୁଖ୍ୟାଳୟରେ ଥିବା ସ୍କୁଲରେ ଅନ୍ବେଷା ଯୋଜନାରେ ମନୋନୀତ ଛାତ୍ରୀଛାତ୍ରଙ୍କୁ ପଢ଼ାଯିବ।ଏହି ଯୋଜନାରେ ଜିଲାର ୧୦ଟି ସ୍କୁଲରେ ପିଲା ପଢ଼ୁଛନ୍ତି। ସେଥିମଧ୍ୟରୁ ୪ଟି ଯଥା ଜି.ଉଦୟଗିରି ଇଡେନ ପବ୍ଲିକ ସ୍କୁଲରେ ୧୧୯, ମାଉଣ୍ଟ କାରମେଲ ଇଂଲିଶ ମିଡିୟମ ସ୍କୁଲରେ ୨୧୪, ଟିକାବାଲି କଳିଙ୍ଗ ଶିଶୁ ବିହାର(ସେବା)ରେ ୪୩୯ ଏବଂ ଖଜୁରିପଡା ହଂସିକା ଇଂଲିଶ ମିଡିୟମ ସ୍କୁଲରେ ୩୦୦ ପିଲା ପଢ଼ୁଛନ୍ତି। ଗତ ୨୨ ତାରିଖରେ ଜିଲା ମଙ୍ଗଳ ଅଧିକାରୀ ଚିଠି ନଂ ୧୭୯୦ରେ କେବଳ ହଂସିକାକୁ ଛାଡି ଅନ୍ୟ ୩ଟି ସ୍କୁଲର ପ୍ରିନ୍ସିପାଲଙ୍କୁ ଜଣାଇଛନ୍ତି ଯେ, ସ୍କୁଲ ସହରାଞ୍ଚଳ/ଜିଲା ମୁଖ୍ୟାଳୟରେ ଅବସ୍ଥିିତ ନୁହେଁ। ତେଣୁ ଅନ୍ବେଷା ଯୋଜନାରେ ସେଠାରେ ପିଲା ପଢ଼ିପାରିବେ ନାହିଁ।ଯେଉଁ ପିଲା ଅଛନ୍ତି ସେମାନଙ୍କୁ କାଢି ନିଆଯିବ ଏବଂ ଚଳିତ ଶିକ୍ଷା ବର୍ଷରେ ନୂତନ ପିଲା ପଠାଯିବ ନାହିଁ।ତେବେ ଉକ୍ତ ୩ ସ୍କୁଲ ବର୍ଗରେ ହଂସିକା ସ୍କୁଲ ବି ଆସୁଥିଲେ ମଧ୍ୟ ତାହାକୁ ଅନୁକମ୍ପା ମୂଳରେ କ’ଣ ରହସ୍ୟ ଅଛି ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ବୋଲି ଅନ୍ୟ ସ୍କୁଲର କର୍ମକର୍ତ୍ତା କହଛନ୍ତି। ଅନୁକମ୍ପା ପଛରେ ବହୁ ଅର୍ଥ କାରବାର ହୋଇଥିବା ସନ୍ଦେହ କରାଯାଉଛି। ଏ ନେଇ ଜିଲା ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେବାକୁ ମନା କରି ଦେଇଛନ୍ତି। ସୂଚନାଯୋଗ୍ୟ, ଅନ୍ବେଶା ଯୋଜନାରେ ସରକାର ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି। ସରକାରଙ୍କ ଗାଇଡ଼ ଲାଇନ ମୁତାବକ ସହରାଞ୍ଚଳରେ ଥିବା ଇଂଲିଶ ମିଡ଼ିୟମ ସ୍କୁଲ, ଯାହାର ସମସ୍ତ ପ୍ରକାର ଭିତ୍ତିଭୂମି ଥିବ ସେହି ସ୍କୁଲରେ ଉକ୍ତ ଯୋଜନାରେ ପିଲାମାନଙ୍କୁ ଭର୍ତ୍ତି କରି ପାଠ ପଢାଯିବ। ଗୋଟିଏ ପିଲା ପ୍ରତି ବର୍ଷକୁ ୨୫ ହଜାର ଟଙ୍କା ଟିଉଶନ ଫିସ୍‌ ଏବଂ ହଷ୍ଟେଲରେ ରହିବା ପାଇଁ ବର୍ଷକୁ ୨୦ ହଜାର ଟଙ୍କା ସରକାର ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri