ଆକର୍ଷଣୀୟ ହେବ ଅଙ୍ଗନୱାଡି କେନ୍ଦ୍ର:ଏସ୍‌ଏଚ୍‌ଜି ପାଇଁ ମାର୍କେଟ ୟାର୍ଡ

ଛତ୍ରପୁର,୧୧ା୬(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିିକୁ ଅଧିକ ଆକର୍ଷଣୀୟ କରାଯିବ। ଛୋଟ ପିଲାଙ୍କୁ ଆକୃଷ୍ଟ କଲା ଭଳି ଚଟାଣରେ ଭିନାଇଲ୍‌ ଫ୍ଲୋରିଂ କାର୍ପେଟ ପଡ଼ିବ। ବିଦ୍ୟୁତ, ପାନୀୟଜଳ ଏବଂ ଶୌଚାଳୟ ସୁନିଶ୍ଚିତ ରହିବ। ପିଲାଙ୍କ ଖେଳିବା ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ରହିବ। ଜିଲାରେ ଥିବା ୫,୧୪୧ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୨୪୦ଟିରେ ପ୍ରଥମେ ଏହା କାର୍ଯ୍ୟକାରୀ ହେବ। ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିିତ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ବୈଠକରୁ ଆହୁରି ଜଣାପଡିଛି ଯେ, ଅଙ୍ଗନୱାଡି କର୍ମଚାରୀ ସଫାସୁତୁରା ହୋଇ କେନ୍ଦ୍ରକୁ ଆସିବେ। ସୁପରଭାଇଜରମାନେ ରିତିମତ କେନ୍ଦ୍ର ପରିଦର୍ଶନରେ ଯିବେ। ଯିଏ ଅବହେଳା କରିବ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହେବ। ଜିଲାପାଳ ନିଜେ ଏହାର ଶୁଣାଣି କରିବେ। ଆକର୍ଷଣୀୟ ଅଙ୍ଗନୱାଡି କେନ୍ଦ୍ରର ଫଟୋ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିବ। ଏବେଠାରୁ ଅଙ୍ଗନୱାଡି କେନ୍ଦ୍ର ଗୁଡିକର ନୂତନ ଭାବେ ହେଉଥିବା ଘର ପ୍ରାଥମିକ ବିଦ୍ୟାଳୟ ପରିସରରେ କରିବା ପାଇଁ ଜିଲାପାଳ କହିଛନ୍ତି। ଅଙ୍ଗନୱାଡି କେନ୍ଦ୍ରକୁ ସହଯୋଗ କରିବା ପାଇଁ ସ୍ଥାନୀୟ ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନଗୁଡିକୁ ପତ୍ର ମାଧ୍ୟମରେ ଅନୁରୋଧ କରାଯିବ। ଲୁଚାଛପାରେ ଯଦି କେଉଁଠି ଭ୍ରୁଣ ଲିଙ୍ଗ ନିରୂପଣ କରାଯାଇଥାଏ, ଅଙ୍ଗନୱାଡି କର୍ମୀମାନେ ଖବର ସଂଗ୍ରହ କରି ଜିଲା ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବୟଂସହାୟିକା ଗୋଷ୍ଠୀଗୁଡିକୁ ଅତ୍ୟଧିକ କ୍ରିୟାଶୀଳ କରାଯିବ। ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ମାର୍କେଟ ୟାର୍ଡ ହେବ। ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, ଛତ୍ରପୁର, ହିଞ୍ଜିଳି ଓ ଆସିକାରେ ମାର୍କେଟ ୟାର୍ଡ ସ୍ଥାପନ କରାଯିବାକୁ ସ୍ଥିର ହୋଇଛି। ଗ୍ରାମପଞ୍ଚାୟତ ସ୍ତରରେ ମିଶନ ଶକ୍ତି ଗୃହ କରାଯିବ। ଜିଲାରେ ବାଲ୍ୟ ବିବାହକୁ ପ୍ରତିହତ କରିବା ପାଇଁ ସ୍ବଂୟ ସହାୟିକା ଗୋଷ୍ଠୀଙ୍କ ସହାୟତା ନିଆଯିବ। ବୈଠକରେ ଜିଲା ସମାଜମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri