ଆଈଅଜା କୋଳରେ ମା’ ଛେଉଣ୍ଡ ନାତୁଣୀ

ଅନୁଗୋଳ ଅଫିସ, ୨୮।୫

ଜନ୍ମ ବେଳେ ଝିଅର ଦୁଇ ଗୋଡ଼ ଲାଗି ଯାଇଥିଲା। ତିନି ଦିନ ପରେ ତା ମା’ ବି ମରିଯାଇଥିଲା। ସେହିଦିନୁ ମା ଛେଉଣ୍ଡ ଛୁଆଟିକୁ କୋଳେଇ ନେଇଛୁ ଆମେ ଆଈ ଅଜା। ବହୁ କଷ୍ଟକରି ଅସ୍ତ୍ରୋପଚାର କରାଇଛୁ। ଲାଗିଥିବା ଦୁଇ ଗୋଡ଼ ଏବେ ଅଲଗା ହୋଇଛି। କିନ୍ତୁ ଅଧିକ ଚିକିତ୍ସା ପାଇଁ ଆଉ ପାଖରେ ଅର୍ଥ ନାହିଁ। ବର୍ଷକ ତଳେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅପରେଶନ କରାଇଥିବାରୁ ଏବେ ଆମେ ଅସହାୟ। ପ୍ରଶାସନ ସହାୟତା ଦେଲେ ନାତୁଣୀର ଚିକିତ୍ସା ସମ୍ଭବ ହୋଇପାରନ୍ତା। ବଡ଼ ହୋଇ ସେ ଆମର ସାହାରା ହୋଇପାରନ୍ତା ବୋଲି ଜିଲା ପ୍ରଶାସନ ନିକଟକୁ ଧାଇଁ ଆସିଥିବା ବଅଁରପାଳ ଥାନା ତେନ୍ତୁଳିହତା ଗ୍ରାମର ଶରତ ଚନ୍ଦ୍ର ନାୟକ ଓ ଉଜ୍ଜ୍ୱଳା ନାୟକ କହିଛନ୍ତି।
ଶରତଙ୍କ କହିବା ଅନୁଯାୟୀ, ସେ ମୂଲ ଲାଗିଲେ ଘର ଚଳେ। ଏପରି ଅବସ୍ଥାରେ ବି ଧାର କରଜ କରି ସେ ନାତୁଣୀର ଅପରେଶନ କରାଇଛନ୍ତି। ମା’ ଆରପାରିକୁ ଯିବା ପରଠାରୁ ତା ବାପା ବି କେଉଁ ଆଡ଼େ ଚାଲିଯାଇଛନ୍ତି। ବୟସ ବଢ଼ିବା ସହ ତାଙ୍କ ଅଣ୍ଟାରୁ ବଳ କମିଗଲାଣି। ତଥାପି ମା ଛେଉଣ୍ଡ ନାତୁଣୀକୁ ବଞ୍ଚାଇ ରଖିବାକୁ ସେ ଉଦ୍ୟମ କରୁଛନ୍ତି। ଜୀବନ ଯାକର ସଞ୍ଚୟ ସହ ବନ୍ଧୁବାନ୍ଧବଙ୍କ ଠାରୁ ହାତ ପତେଇ ଚିକିତ୍ସାରେ ଖର୍ଚ୍ଚ କରିସାରିଛନ୍ତି। ତଥାପି ନାତୁଣୀ ମମତା ଏଯାଏ ଭଲ ହୋଇ ପାରୁନାହିଁ। ତେଣୁ ଆଈ ଓ ଅଜା ନାତୁଣୀକୁ ନେଇ ଜିଲାପାଳଙ୍କ ନିକଟକୁ ଆସିଛୁ। ପ୍ରଶାସନକୁ ଗୁହାରି କରିଛୁ। ପୂର୍ବରୁ ଅନେକ ଥର ସାହାଯ୍ୟ ପାଇବା ଆଶାରେ ଜିଲପାଳଙ୍କ କାର୍ଯ୍ୟାଳୟ, ଜନଶୁଣାଣିକୁ ଆସିଥିଲେ ବି ନିରାଶରେ ଫେରିବାକୁ ପଡ଼ିଛି। ଏଥର ଯଦି ପ୍ରଶାସନ କିମ୍ବା କେହି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାନ୍ତେ ନାତୁଣୀଟା ମୋର ଭଲ ହୋଇଯାଆନ୍ତା ବୋଲି ଶରତ ଲୁହ ଛଳ ଛଳ ଆଖିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri