ଆଇପ୍ୟାଡ୍‌ରେ ଓଡ଼ିଶା ବଜେଟ: ବ୍ୟୟ ଅଟକଳ ୧.୫ ଲକ୍ଷ କୋଟି, ଜାଣନ୍ତୁ ପୂରା ଅପ୍‌ଡେଟ୍‌

ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବଜେଟ ଉପସ୍ଥାପନ କରୁଛନ୍ତି। ଚଳିତ ବଜେଟକୁ ବିନା କାଗଜପତ୍ରରେ କରାଯାଉଥିବା ବେଳେ ଆଇପ୍ୟାଡ୍‌ ମାଧ୍ୟମରେ ଉପସ୍ଥାପନା କରାଯାଉଛି। ଆସନ୍ତା ବଜେଟର ବ୍ୟୟ ଅଟକଳ ୧.୫ ଲକ୍ଷ କୋଟି ଟଙ୍କା ରହିଛି। ସେଥିରୁ ପ୍ରଶାସନିକ ବ୍ୟୟ ପରିମାଣ ୬୫ ହଜାର ୬୫୫ କୋଟି, କାର୍ଯ୍ୟକ୍ରମ ବ୍ୟୟ ପରିମାଣ ୭୪ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ବାବଦ ବ୍ୟୟ ୩ ହଜାର ୨୦୦ କୋଟି, ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ବ୍ୟୟ ୭ ହଜାର ୧୪୫ କୋଟି ରହିଛି।

ଜାଣନ୍ତୁ ପୂରା ଅପ୍‌ଡେଟ୍‌:

କୃଷି କ୍ଷେତ୍ର ପାଇଁ ଚଳିତବର୍ଷ ବ୍ୟୟ ବରାଦ ୧୯ ହଜାର ୪୦୮ କୋଟି:-
– ରାଜ୍ୟର କୃଷି ଅଭିବୃଦ୍ଧି ହାର ରହିଛି ୪.୫ କୋଟି। କୃଷି କ୍ଷେତ୍ରରେ ଜାତୀୟ ଅଭିବୃଦ୍ଧି ହାର ୩.୧% ରହିଛି। କୃଷକ ସଶକ୍ତୀକରଣ ପାଇଁ କାଳିଆ ଯୋଜନା ଆରମ୍ଭ ହୋଇଛି। ଏଯାଏ ଉକ୍ତ ଯୋଜନାରେ ୪୩ ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି। କାଳିଆ ଯୋଜନାରେ ୫ ହଜାର ୧୧୫ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଦେଇଛୁ। ବିହନ ପାଇଁ ୧୦୦ ଓ ସାର ପାଇଁ ୧୦୦ କୋଟି ଆବର୍ତ୍ତନ ପାଣ୍ଠି ରହିଛି। ଚଳିତ ଆର୍ଥିକବର୍ଷରେ ଆଉ ୧.୮୪ ଲକ୍ଷ ହେକ୍ଟରକୁ ଜଳ ଯୋଗାଣ ଲକ୍ଷ୍ୟ ରହିଛି। ବିଗତ ୫ ବର୍ଷ ମଧ୍ୟରେ ୬ଟି ବୃହତ୍‌ ଜଳସେଚନ ପ୍ରକଳ୍ପ କରାଯାଇଛି।

– ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୧,୦୬୦ କୋଟି ବ୍ୟୟ ବରାଦ

– ରୁଫ୍‌ ଟପ୍‌ ଓ ଗ୍ରାଉଣ୍ଡ ଓ୍ବାଟର୍‌ ରିଚାର୍ଜ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨୪୬ କୋଟି । ୧୫ ଜିଲାରେ ୧୦ ହଜାର ପୋଖରୀ ନବୀକରଣ ପାଇଁ ଯୋଜନା ରହିଛି।

– କାଳିଆ ଯୋଜନାରେ ବିନା ସୁଧରେ କୃଷି ଋଣ ପାଇଁ ୭୦୫ କୋଟି
– ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ୭୦୦ କୋଟି
– ମିଲେଟ ମିଶନ ପାଇଁ ମୋଟ ୧୦୬ କୋଟି
– ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୨୧୧ କୋଟି
– ମାଛଚାଷ ପାଇଁ ପୋଖରୀ ଖୋଳିବାକୁ ୨୮ କୋଟି
– ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ପାଇଁ ୧୦୦ କୋଟି
– ରାଜ୍ୟର ମୋଟ ଘରୋଇ ଉତ୍ପାଦ ୧୨.୨%ରୁ ୨୦.୧%କୁ ବୃଦ୍ଧି
– ରାଜସ୍ବ ଆୟ ରହିବ ୧ ଲକ୍ଷ ୨୪ ହଜାର କୋଟି। ଋଣ ବାବଦକୁ ଆସିବ ପ୍ରାୟ ୨୫ ହଜାର କୋଟି
– ପୁରୀର ବିକାଶ ପାଇଁ ଅବଢ଼ା ଯୋଜନାରେ ୩,୨୦୮ କୋଟି ଖର୍ଚ୍ଚ ଲକ୍ଷ୍ୟ
– ଏକାମ୍ର କ୍ଷେତ୍ର ବିକାଶ ପାଇଁ ୧୫୦ କୋଟି
– କଟକ ସହର, ଭିତରକନିକା, ସମଲେଶ୍ୱରୀଙ୍କ ପାଇଁ ବି ବ୍ୟୟବରାଦ

-ସ୍ବାସ୍ଥ୍ୟସେବା ପାଇଁ ୫ ବର୍ଷରେ ବଜେଟ ୭୭୦୦ କୋଟିକୁ ବୃଦ୍ଧି

ସେଥିରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୧୦୮ କୋଟି। ସ୍ବାସ୍ଥ୍ୟ ଭିତ୍ତିଭୂମି, ଆମ୍ବୁଲାନ୍ସ ପାଇଁ ୧୬୫୨ କୋଟି। କଟକ ଏସ୍‌ସିବି ବିକାଶ ପାଇଁ ୨ ବର୍ଷରେ ୧ହଜାର କୋଟି ଖର୍ଚ୍ଚ ହେବ। ଆଉ ୭ଟି ମେଡିକାଲ କଲେଜ ପ୍ରତିଷ୍ଠା ଲକ୍ଷ୍ୟ ରହିଛି।

-ମୋ ସ୍କୁଲ ପାଇଁ ୪୦ ଓ ମୋ କଲେଜ ପାଇଁ ୨୦ କୋଟି ବ୍ୟୟବରାଦ

-ପାଇପ ପାଣି ଯୋଗାଣ ପାଇଁ ମୋଟ ୮ ହଜାର କୋଟି ବ୍ୟୟବରାଦ
ଚଳିତ ଆର୍ଥିକ ବର୍ଷରେ ଶତପ୍ରତିଶତ ନଗରାଞ୍ଚଳକୁ ପାଇପ ପାଣି ଯୋଗାଣ ଲକ୍ଷ୍ୟ ରହିଛି। ସେହିଭଳି ୬୦% ଗ୍ରାମାଞ୍ଚଳକୁ ପାଇପ୍‌ ପାଣଇ ଯୋଗାଣ ଲକ୍ଷ୍ୟ ରହିଛି।

ପିଏମ୍‌ଏଓ୍ବାଇ ଓ ବିଜୁ ପକ୍କା ଘଣ ପାଇଁ ୩୯୬୨ କୋଟି
-ମମତା ଯୋଜନା ପାଇଁ ୩୦୫ କୋଟି
-ମିଶନ ଶକ୍ତିରେ ଋଣ ଯୋଗାଣ ପାଇଁ ୧୫୦ କୋଟି
-ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୪୦୭୫ କୋଟି
-ମନରେଗା ପାଇଁ ମୋଟ ୧୫୦୧ କୋଟି
-ଜାତୀୟ ଜୀବିକା ମିଶନ ପାଇଁ ୮୫୨ କୋଟି
-ଏସ୍‌ସି/ଏସ୍‌ଟି ବିକାଶ ପାଇଁ ୨୩ ହଜାର ୮୦୮ କୋଟି
-ମଧୁବାବୁ ପେନସନ ଯୋଜନା ପାଇଁ ୧୮୧୮ କୋଟି
-ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ପାଇଁ ୧୦୩୮ କୋଟି
-ସ୍ମାର୍ଟସିଟି ବିକାଶ ପାଇଁ ୨ଶହ କୋଟି
-ନୂତନ ସହର ବିକାଶ ପାଇଁ ୫୦ କୋଟି
-ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ୬୧୮୦ କୋଟି
-ରେଳ ଭିତ୍ତିଭୂମି ପାଇଁ ୪ଶହ କୋଟି
-ଏୟାରଷ୍ଟିପ୍‌ ନିର୍ମାଣ ପାଇଁ ୧୦୦ କୋଟି

-ଆଭ୍ୟନ୍ତରିଣ ନିରାପତ୍ତା ପାଇଁ ୫୯୭୪ କୋଟି
-ପୀଡ଼ିତ କ୍ଷତିପୂରଣ ପାଇଁ ୨୫ କୋଟି
-୨୦୨୦ ମେକ୍‌ ଇନ୍‌ ଓଡ଼ିଶା ଇପିକଲକୁ ୭ହ କୋଟି
-ଖଣି କ୍ଷେତ୍ର ପାଇଁ ୧୮୨ କୋଟି
-ଗ୍ରୀନ ମହାନଦୀ ମିଶନ ପାଇଁ ୩୧ କୋଟି
-ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୪୦୧ କୋଟି
-ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ୧୬୨ କୋଟି
-କ୍ରୀଡ଼ା ଓ ଯୁବସେବା ପାଇଁ ୩୦୧ କୋଟି
-ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ୧୦୦ କୋଟି
-ବିପର୍ଯ୍ୟୟ ପରିଚାଳନା ପାଇଁ ୩୨୦୦ କୋଟି
-ବିଧାୟକ ଉନ୍ନୟନ ପାଣ୍ଠି ପାଇଁ ୪୪୧ କୋଟିି
-ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୮୦ କୋଟି
-ବିଧାୟକ ଉନ୍ନୟନ ପାଣ୍ଠୀ ୩ କୋଟି ଟଙ୍କାକୁ ବୃଦ୍ଧି


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri