ଆଇପିଏସ୍‌ ଅଫିସର ସ୍ତରରେ ଅଦଳବଦଳ:ବଦଳିଲେ ୧୩ ଏସ୍‌ପି

ଭୁବନେଶ୍ୱର,୨୦।୮(ବ୍ୟୁରୋ) : ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ୩୯ଜଣ ଆଇପିଏସ୍‌ ଅଫିସରଙ୍କୁ ରାଜ୍ୟ ସରକାର ସୋମବାର ଅଦଳବଦଳ କରିଛନ୍ତି। ଜେଲ ଏଡିଜି ଥିବା ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ମହେନ୍ଦ୍ର ପ୍ରତାପଙ୍କୁ କଟକ ପ୍ରିଣ୍ଟିଂ ପ୍ରେସ୍‌ ଏବଂ ଷ୍ଟେସନାରିର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଲ ଆଣ୍ଡ ଅର୍ଡର ଏଡିଜି ପଦବୀରେ ଥିବା ୧୯୯୪ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ବଦଳି କରାଯାଇଛି। ଏଡିଜି ଅପରେଶନ ଦାୟିତ୍ୱରେ ଥିବା ୧୯୯୩ ବ୍ୟାଚ୍‌ର ଅଫିସର ଆର.ପି. କୋଚେଙ୍କୁ ଲ ଆଣ୍ଡ ଅର୍ଡର ଏଡିଜି ଭାବେ ନିୟୁକ୍ତି ମିଳିଛି। ସେହିଭଳି ଏଫ୍‌ଏସ୍‌, ଏଚ୍‌ଜି ଏବଂ ସିଡିରେ ଥିବା ଆଇଜି ରାଜେଶ କୁମାରଙ୍କୁ ଭୁବନେଶ୍ୱର ଏସ୍‌ସିଆରବି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।
ଗୋଇନ୍ଦା ବିଭାଗରେ ଥିବା ଡିଆଇଜି ଆଶିଷ କୁମାର ସିଂଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ନିୟୁକ୍ତି ମିଳିଛି। ଅନୁସୂଚିତ ଜାତି ଓ ଜନଜାତି ଏବଂ ଏଚ୍‌ଆରପିସିରେ ଥିବା ଆଇପିଏସ୍‌ ଅଫିସର ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ପୂର୍ବାଞ୍ଚଳ ଆଇଜି(ବାଲେଶ୍ୱର), ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି(ବ୍ରହ୍ମପୁର), ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଥିବା ହିମାଂଶୁ ଲାଲଙ୍କୁ ଉତ୍ତରାଞ୍ଚଳ(ସମ୍ବଲପୁର) ଡିଆଇଜି, ସଫିନ୍‌ ଅହମ୍ମଦ କେ.ଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, ପୂର୍ବାଞ୍ଚଳ ଡିଆଇଜି ଅମିତେନ୍ଦ୍ରନାଥ ସିହ୍ନାଙ୍କୁ ଡିଆଇଜି ସିଆଇଡି କ୍ରାଇମ୍‌ବ୍ରାଞ୍ଚ ଭାବେ ଅବସ୍ଥାପିତ କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ଥିବା ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଆଇଜି ପର୍ସୋନେଲ ଭାବେ ନିୟୁକ୍ତି ମିଳିଛି। ଏସ୍‌ଆଇଡବ୍ଲ୍ୟୁ ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ଭୁବନେଶ୍ୱର ଇଓଡବ୍ଲ୍ୟୁ ଆଇଜି ଭାବେ ଦାୟିତ୍ୱ ମିଳିଛି। ଛୁଟିରେ ଥିବା ୧୯୯୮ ବ୍ୟାଚର ଆଇପିଏସ୍‌ ଅଫିସର ଏନ୍‌.ବି. ଭାରତୀଙ୍କୁ ଏଚ୍‌ଆରପିସି ଆଇଜି ଭାବେ ନିୟୁକ୍ତି ମିଳିଛି। ଏସ୍‌ଏପି(ସ୍ପେଶାଲ ଆର୍ମ ପୋଲିସ)ଆଇଜି ଅମିତାଭ ଠାକୁରଙ୍କୁ ଆଇଜି ପୋଲିସ ଅପରେଶନ୍‌, କଟକ ପୋଲିସ ପର୍ସୋନେଲ ଆଇଜି ପି.ଏସ୍‌. ରଣପିସେଙ୍କୁ ଭିଜିଲାନ୍ସ ଆଇଜି, ଆଇଜି ରେଖା ଲୋହାନୀଙ୍କୁ ପୋଲିସ ଆଧୁନିକୀକରଣ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ପୋଲିସ ମୁଖ୍ୟାଳୟ ଆଇଜି ଅସିତ୍‌ କୁମାର ପାଣିଗ୍ରାହୀଙ୍କୁ ଗୃହରକ୍ଷୀ, ଅଗ୍ନିଶମ ଆଇଜି ଭାବେ ନିୟୁକ୍ତି ମିଳିଛି। ଏସ୍‌ଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂଙ୍କୁ ଏସ୍‌ଆଇଡବ୍ଲ୍ୟୁ ଡିଆଇଜି ପଦ ମିଳିଛି।
ନୂଆପଡା ଏସ୍‌ପି ପରମାରସ୍ମିତ୍‌ ପୁରୁଷୋତ୍ତମ ଦାସଙ୍କୁ ମୟୂରଭଞ୍ଜ ଏସ୍‌ପି, ବରଗଡ ଏସ୍‌ପି ମୁକେଶ କୁମାର ଭାମୋଙ୍କୁ କୋରାପୁଟ ଏସ୍‌ପି ଭାବେ ନିୟୁକ୍ତ କରାଯାଇଛି। ବାଲିଗୁଡା ଏସ୍‌ଡିପିଓ ଭିନିତ ଅଗ୍ରଓ୍ବାଲଙ୍କୁ ନୂଆପଡା ଏସ୍‌ପି(ଇନ୍‌ଚାର୍ଜ), ଜୟପୁର ଏସ୍‌ଡିପିଓ ସାଗରିକା ନାଥଙ୍କୁ କଟକ ଭୁବନେଶ୍ୱର କମିଶନରେଟ୍‌ ପୋଲିସର ଟ୍ରାଫିକ ଡିସିପି(ଇନ୍‌ଚାର୍ଜ), କୋରାପୁଟ ଏସ୍‌ପି କନ୍‌ଓ୍ବର ବିଶାଲ ସିଂଙ୍କୁ ସମ୍ବଲପୁର ଏସ୍‌ପି, ମୟୂରଭଞ୍ଜ ଏସ୍‌ପି ଅବିନାଶ କୁମାରଙ୍କୁ ଭୁବନେଶ୍ୱର ଇଓଡବ୍ଲ୍ୟୁ ଏସ୍‌ପି, ମାଲକାନଗିରି ଏସ୍‌ଡିପିଓ ଖିଲାରୀ ରିଶିକେଶ ଦାନଦେଓଙ୍କୁ ମାଲକାନଗିରି ଏସ୍‌ପି(ଇନ୍‌ଚାର୍ଜ), କମିଶନରେଟ୍‌ ପୋଲିସ ମୁଖ୍ୟାଳୟ ଡିସିପି ପଦ୍ମିନୀ ସାହୁଙ୍କୁ ବରଗଡ ଏସ୍‌ପି ଭାବେ ନିୟୁକ୍ତି ମିଳିଛି। ଏସ୍‌ଆରପି ରାଉରକେଲାରେ ଥିବା ଅଜୟ ପ୍ରତାପ ସ୍ବାଇଁଙ୍କୁ ଖୋର୍ଦ୍ଧା ଏସ୍‌ପି(ଇନ୍‌ଚାର୍ଜ), କମିଶନରେଟ ପୋଲିସ(ଭୁବନେଶ୍ୱର) ଅତିରିକ୍ତ ଡିସିପି ତ୍ରିନାଥ ପଟେଲଙ୍କୁ ରାଉରକେଲା ଏସ୍‌ଆରପି (ଇନ୍‌ଚାର୍ଜ), ବୌଦ୍ଧ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ କ୍ରାଇମ୍‌ବ୍ରାଞ୍ଚ(କଟକ)ଏସ୍‌ପି, ଭିଜିଲାନ୍ସ ଏସ୍‌ପି ଆର. ପ୍ରକାଶଙ୍କୁ ଜଗତ୍‌ସିଂହପୁର ଏସ୍‌ପି, ରାୟଗଡାର ଅତିରିକ୍ତ ଏସ୍‌ପି ଓ୍ବାଇ. ରଘୁନାଥ ରାଓଙ୍କୁ ବୌଦ୍ଧ ଏସ୍‌ପି(ଇନ୍‌ଚାର୍ଜ), ମାଲକାନଗିରି ଏସ୍‌ପି ଜଗମୋହନ ମିନାଙ୍କୁ ଅନୁଗୋଳ ଏସ୍‌ପି, ବଲାଙ୍ଗୀର ଏସ୍‌ପି କେ.ଶିବା ଶୁଭ୍ରମଣିଙ୍କୁ ରାଉରକେଲା ଏସ୍‌ପି, ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ କେନ୍ଦୁଝର ଏସ୍‌ପି, ରାଉରକେଲା ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଏସ୍‌ପି ଭାବେ ନିୟୁକ୍ତି ମିଳିଛି। ସେହିପରି କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ମଦକର ସନ୍ଦୀପ ସମ୍ପତଙ୍କୁ ବଲାଙ୍ଗୀର ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?