ଆଇଏଏସ୍‌ ଅଫିସର ସ୍ତରରେ ପଦୋନ୍ନତି: ୪ ଅଧିକାରୀଙ୍କୁ ପ୍ରମୁଖ ସଚିବ ପାହ୍ୟା

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ରାଜ୍ୟ ପ୍ରଶାସନରେ ସଂଖ୍ୟାଧିକ ଅଫିସରଙ୍କୁ ପଦୋନ୍ନତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପଦୋନ୍ନତି ପାଇଥିବା ଅଧିକାରୀମାନେ ୨୦୨୦ ଜାନୁୟାରୀ ପହିଲାରୁ ନୂତନ ହାରରେ ଦରମା ପାଇବେ। ଓଡ଼ିଶା ପ୍ରଶାସନରେ କାର୍ଯ୍ୟରତ ୪ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଏହି ଅଧିକାରୀମାନେ ହେଉଛନ୍ତି-୧୯୯୫ ବ୍ୟାଚ୍‌ର ହେମନ୍ତ ଶର୍ମା, ବିଷ୍ଣୁପଦ ସେଠୀ, ଚିତ୍ରା ଅରୁମୁଗମ୍‌ ଏବଂ ସୁଶୀଲ କୁମାର ଲୋହାନୀ। ଏହି ଅଧିକାରୀ ମାନେ ଉଚ୍ଚ ପ୍ରଶାସନିକ ବର୍ଗରେ ଲେବଲ-୧୫ ଆଧାରରେ ଦରମା ପାଇବେ।

ସେହିପରି ୧୯୯୧ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଧିକାରୀ ଅନୁରାଧା ଭେମୁରୀଙ୍କୁ କନ୍ଧମାଳ ଜିଲା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଅନୁରାଧା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ନିକଟରେ ନୀତେନ ଚନ୍ଦ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇଛନ୍ତି। ଖୁବ୍‌ଶୀଘ୍ର ଜି. ଶ୍ରୀନିବାସ ମଧ୍ୟ ରାଜ୍ୟ ଦାୟିତ୍ୱରୁ ମୁକ୍ତ ହେବେ ବୋଲି ଜଣାପଡିଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରାଜ୍ୟ ପ୍ରଶାସନରେ କାର୍ଯ୍ୟରତ ଅନ୍ୟ କେତେ ଜଣ ଅଧିକାରୀ ମଧ୍ୟ ଡେପୁଟେଶନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେହିପରି ରାଜ୍ୟ ସରକାର ୧୩ ଜଣ ଆଇଏଏସ୍‌ ଅଫିସରଙ୍କୁ ପେ’ ମାଟ୍ରିକ୍ସର ଲେଭଲ-୧୩କୁ ପଦୋନ୍ନତି ଦେଇଛନ୍ତି। ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଲେ ୨୦୦୭ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଅରବିନ୍ଦ ଅଗ୍ରଓ୍ବାଲ, ବଲଓ୍ବନ୍ତ ସିଂ, ସଚିନ ରାମଚନ୍ଦ୍ର ଯାଦବ, ଜ୍ଞାନରଞ୍ଜନ ଦାସ, ବିଜୟ କୁମାର ନାୟକ, ମହମ୍ମଦ ରସିଦ ଖାନ, ପ୍ରଦୀପ୍ତ କୁମାର ମହାପାତ୍ର, ରଞ୍ଜନ କୁମାର ଦାଶ, ସଂଗ୍ରାମଜିତ୍‌ ନାୟକ, ସୁଶାନ୍ତ ମହାପାତ୍ର, ବିଶ୍ୱନାଥ ଆଚାର୍ଯ୍ୟ ଏବଂ ଶରତ ଚନ୍ଦ୍ର ନାୟକ। ଏଥିସହିତ କେନ୍ଦ୍ରୀୟ ଡେପୁଟେଶନରେ ଥିବା ଆଇଏଏସ୍‌ ରବୀନ୍ଦ୍ର ପ୍ରତାପ ସିଂଙ୍କୁ ମଧ୍ୟ ପେ’ ମାଟ୍ରିକ୍ସର ଲେଭଲ-୧୩କୁ ପଦୋନ୍ନତି ଦିଆଯାଇଛି। ୫ ଆଇଏଏସ୍‌ ଅଧିକାରୀଙ୍କ ସୁପର ଟାଇମ ସ୍କେଲ- ଲେଭଲ ୧୪କୁ ପଦୋନ୍ନତି ପାଇଛନ୍ତି। ଏହି ଅଧିକାରୀମାନେ ହେଉଛନ୍ତି-୨୦୦୦ ବ୍ୟାଚ୍‌ର ଟି.ଆଓ ଏବଂ ୨୦୦୪ ବ୍ୟାଚ୍‌ର ରୂପା ମିଶ୍ର, ନିର଼ଞ୍ଜନ ସାହୁ, ପ୍ରଶାନ୍ତ କୁମାର ସେନାପତି ଓ ସୁନ୍ଦରଲାଲ ସିଲ୍‌ । ଅନୁରୂପ ଭାବେ ୨୦୧୧ ବ୍ୟାଚ୍‌ର ୫ ଅଧିକାରୀ କନିଷ୍ଠ ପ୍ରଶାସନିକ ବର୍ଗ(ନନ୍‌ -ଫଙ୍କ୍ସନାଲ୍‌) ଲେଭେଲ ୧୨କୁ ପଦୋନ୍ନତି ପାଇଛନ୍ତି। ଏହି ଅଧିକାରୀମାନେ ହେଉଛନ୍ତି- ଅରିନ୍ଦମ ଡାକୁଆ, ସମର୍ଥ ବର୍ମା, ରେଘୁ ଜି, ଆଶିଷ ଥାକରେ ଏବଂ କେ. ସୁଦର୍ଶନ ଚକ୍ରବର୍ତ୍ତୀ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri