ଅବ୍ୟବସ୍ଥାକୁ ସଜାଡ଼ିଦେଉଥିବା ଶକ୍ତି ଦେବୀ ଇନ୍ଦ୍ରାଣୀ

ଶ୍ରୀମନ୍ଦିରରେ ଉପାସନାର ବିବିଧତା ଦେଖିବାକୁ ମିଳେ। ବିବିଧତା ମଧ୍ୟରେ ଏକତା ଏବଂ ଏକତା ମଧ୍ୟରେ ବିବିଧତା ରହିବା ସନାତନୀୟ ପରମ୍ପରା। ଆଗମ ଏବଂ ନିଗମ ଆମର ବିବିଧତାର ପ୍ରତୀକ ପୁଣି ଏକତାର। ଶ୍ରୀମନ୍ଦିର ନାଟ ମନ୍ଦିରର ଦକ୍ଷିଣ ପଟର ବାହାର ପଟକୁ ଲାଗିରହିଛି ଦେବୀ ମନ୍ଦିରଟିଏ। ଦେବୀ ଇନ୍ଦ୍ରାଣୀ ଭାବରେ ସେ ପରିଚିତା। ଭିତରବେଢା ଓ ବାହାର ବେଢାରେ ଅନେକ ଦେବୀ ପୂଜା ପାଉଛନ୍ତି, ମାତ୍ର ମୂଳ ମନ୍ଦିର ସଂଯୁକ୍ତ ନାଟ ମନ୍ଦିରର କାନ୍ଥକୁ ଲାଗି ରହିଥିବା ମନ୍ଦିରରେ ଇନ୍ଦ୍ରାଣୀ ବିରାଜିତା।

ଶ୍ରୀବକ୍ରେଶ୍ୱର ମହାଦେବ ମଧ୍ୟ ଏହି ମନ୍ଦିରରେ ପୂଜା ପାଉଛନ୍ତି। ଅନୁସନ୍ଧାନରୁ ଜଣାଯାଏ ଏହି ମନ୍ଦିରର ମୁହଁ ପ୍ରଥମେ ପୂର୍ବ ଦିଗକୁ ଥିଲା। କେବଳ ଶ୍ରୀବକ୍ରେଶ୍ୱର ପୂଜା ପାଉଥିଲେ। ମା’ ଇନ୍ଦ୍ରାଣୀ ହେଉଛନ୍ତି ରୋଷଆଡ଼ ଦେବୀ। ସେ ଦେବୀ ମହାବଜ୍ରେଶ୍ୱରୀ ରୂପରେ ପ୍ରାଚୀନ ରୋଷଶାଳାରେ ଥିଲେ। ସୂଚନାଯୋଗ୍ୟ, ମହାବଜ୍ରେଶ୍ୱର (ମହାକାଳ) ଓ ମହାବଜ୍ରେଶ୍ୱରୀଙ୍କର ଏକ ସ୍ବତନ୍ତ୍ର ପୂଜା ଓଡ଼ିଶାର ଘରେ ଘରେ ପ୍ରାଚୀନ କାଳରୁ ପ୍ରଚଳିତ। ଶାମ୍ବଦଶମୀ ଦିନ ରାତିରେ ଘଡ଼ଘଡ଼ିଆ ତରକାରି ଓ ଚକୁଳି ପିଠା ତାଙ୍କୁ ଅର୍ପଣ କରାଯାଏ। ଏହି ପରମ୍ପରା ବଜ୍ର-ମହାକାଳ ପୂଜା ଭାବରେ ପ୍ରସିଦ୍ଧ। ମହାବଜ୍ରେଶ୍ୱରୀ ମୁଖ୍ୟତଃ ମହାକାଳୀ ନୁହନ୍ତି, କିନ୍ତୁ ମହାକାଳଙ୍କ ସହିତ ସେ ଉପାସିତ ହୁଅନ୍ତି। ମହାକାଳ ହେଉଛନ୍ତି ଆମ ପରମ୍ପରାରେ ଶ୍ରୀଜଗନ୍ନାଥ। ଐତିହ୍ୟ ରହିଛି ଶ୍ରୀମନ୍ଦିରରେ ସବୁ ଅ-ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଇଥାନ୍ତି ମହାବଜ୍ରେଶ୍ୱରୀ। ମହାକାଳ ଦାରୁବ୍ରହ୍ମଙ୍କ ପୀଠରେ ସେ ହିଁ ରୋଷଆଡ଼େ ରହି ଉପାସନାକୁ ସୁବ୍ୟବସ୍ଥିତ କରୁଥିଲେ। ପ୍ରାଚୀନ ରୋଷଶାଳ ବର୍ତ୍ତମାନର ଶ୍ରୀସତ୍ୟନାରାୟଣଙ୍କ ମନ୍ଦିରକୁ ଲାଗି ରହିଥିଲା। ମେଘମାଳିଆ ସୁଆରଙ୍କ ପ୍ରସଙ୍ଗ ପରେ ଦେବୀ ବିଶେଷ ଭାବରେ ଚର୍ଚ୍ଚାକୁ ଆସିଥିଲେ। ପରେ ରୋଷଶାଳ ଘୁଞ୍ଚତ୍ୟାଇଛି। ଦେବୀ ସ୍ଥାନାନ୍ତରିତ ହୋଇ ଆସିଛନ୍ତି ଶ୍ରୀବକ୍ରେଶ୍ୱର ମହାଦେବଙ୍କ ମନ୍ଦିରକୁ। ୫ଫୁଟ ଉଚ୍ଚତାର ସିଂହାସନରେ ୨ଫୁଟ ୮ଇଞ୍ଚ ଉଚ୍ଚତା ବିଶିଷ୍ଟ ଦେବୀ ଦୁଇଭୁଜା। ବିସ୍ମୟକର କଥା ଦେବୀଙ୍କ ହାତରେ ଆୟୁଧ ନାହିଁ। ସମ୍ଭାବନା ହୁଏ, ମୋଗଲ ସୁବାଦାରମାନଙ୍କର ଶ୍ରୀମନ୍ଦିର ଆକ୍ରମଣ ବେଳେ କୌଣସି ମୂଲ୍ୟବାନ ଧାତୁର ଆୟୁଧ ଦେଖି ସେମାନେ ନେଇଯାଇଛନ୍ତି। ୩୬୫ ଦିନ ବଡ଼ା, ଲଡୁ ଓ ପଖାଳ ମହାପ୍ରସାଦ ଦେବୀଙ୍କୁ ସମର୍ପଣ ହେଉଅଛି। ଶାରଦୀୟ ଷୋଳପୂଜାବେଳେ ଦେବୀଙ୍କ ପାଇଁ ମାଣିକ ତେଲ (ରାଶି ତେଲ) ଖଞ୍ଜା ହୋଇଛି। ଚଣ୍ଡୀପାଠ ପାଇଁ ଦେବୀଙ୍କ ପାଖରେ ବ୍ରାହ୍ମଣ ପୂଜକ ଖଞ୍ଜା ନ ଥିବାବେଳେ ପ୍ରାଚୀନ କାଳରୁ ଶ୍ରୀଜୟକୃଷ୍ଣଙ୍କ ପୂଜାପଣ୍ଡାଙ୍କ ପରିବାର ଦେବୀଙ୍କ ଉପାସନା କଥା ବୁଝାଶୁଝା କରୁଛନ୍ତି। ଦେବୀଙ୍କୁ ନେଇ ରହିଛି ବହୁ ରୋଚକ ଐତିହ୍ୟ। ଓଡ଼ିଶାରେ ପ୍ରାୟ ସ୍ଥାନରେ ଇନ୍ଦ୍ରାଣୀଙ୍କ ପୂଜା ପ୍ରଚଳିତ ନ ଥିବାବେଳେ ଶ୍ରୀମନ୍ଦିରରେ ଏହାଙ୍କର ପୂଜା ରହସ୍ୟମୟ ମନେହୁଏ।

– ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?