Posted inଫୁରସତ

ଅହିଂସା ପୂଜାରୀଙ୍କ ସମ୍ପର୍କରେ ଅନେକ କଥା…

ଜାତିର ପିତା ମହାମତ୍ା ଗାନ୍ଧୀ ଭାରତର ସ୍ବାଧୀନତା ଆନ୍ଦୋଳନରେ ପ୍ରମୁଖ ନେତା ଥିଲେ ଓ ଅହିଂସା ମାର୍ଗରେ ଆନ୍ଦୋଳନ କରି ଦେଶକୁ ସ୍ବାଧୀନତା ଦେବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଏଥର ଅହିଂସା ପୂଜାରୀଙ୍କ୧୫୦ ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ମହାମତ୍ାଙ୍କ ଜୀବନ ସହ ଯୋଡି ହୋଇଥିବା ଅନେକ କଥା…..

ମୋହନଦାସ କରମଚାନ୍ଦ୍‌ ଗାନ୍ଧୀ ୧୮୬୯ ଅକ୍ଟୋବର ୨ରେ ଗୁଜରାଟ ପୋର୍‌ବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ। ଗାନ୍ଧିଜୀଙ୍କ ପିତାଙ୍କ ନାମ କରମଚାନ୍ଦ ଗାନ୍ଧୀ ଓ ମାତାଙ୍କ ନାମ ଥିଲା ପୁତୁଲି ବାଈ।
ଗାନ୍ଧିଜୀଙ୍କ ଜନ୍ମ ଦିନକୁ ଆନ୍ତର୍ଜାତିକ ଅହିଂସା ଦିବସ ରୂପେ ପାଳନ କରାଯାଉଛି।
ଗାନ୍ଧିଜୀ ଶୁକ୍ରବାରରେ ଜନ୍ମ ନେଇଥିଲେ ଓ ସେହି ଶୁକ୍ରବାରରେ ଆତତାୟୀର ଗୁଳିରେ ଟଳି ପଡିଥିଲେ।
୧୯୩୦ରେ ସେ ଟାଇମ୍‌ ମ୍ୟାଗାଜିନରେ ମ୍ୟାନ୍‌ ଅଫ୍‌ ଦ ଇୟର୍‌ ହୋଇଥିଲେ। ସେ ଥିଲେ ଜଣେ ମହାନ୍‌ ଲେଖକ ଓ ୫୦,୦୦୦ ପୃଷ୍ଠାର ସଂଗ୍ରହ ତାଙ୍କ ସାମଗ୍ରିକ କାର୍ଯ୍ୟର ସାକ୍ଷୀ ହୋଇ ରହିଛି।
ଗାନ୍ଧିଜୀ ଓ ପ୍ରଖ୍ୟାତ ଲେଖକ ଲିଓ ଟଲଷ୍ଟୟଙ୍କ ମଧ୍ୟରେ ଚିଠି ମାଧ୍ୟମରେ ସମ୍ପର୍କ ସ୍ଥାପନ ହେବା ପରେ ଜୋହାନ୍ସବର୍ଗଠାରୁ ୨୧ କିଲୋମିଟର ଦୂରରେ ଟଲଷ୍ଟୟ ଫାର୍ମ କରିଥିଲେ । ସେଥିରେ ସତ୍ୟାଗ୍ରହ ସଂଗ୍ରାମର ସାଥୀମାନେ ରହୁଥିଲେ ।
ମାତ୍ର ୧୩ ବର୍ଷ ବୟସରେ ଗାନ୍ଧିଜୀ କସ୍ତୁରବା ମାଖନଜୀଙ୍କୁ ବିବାହ କରିଥିଲେ।
ବିବାହ ପରେ ମହାମତ୍ା ଗାନ୍ଧୀ ଲଣ୍ଡନରେ ଆଇନ ଶିକ୍ଷା ପଢିବା ପାଇଁ ଯାଇଥିତ୍ଲେ। ସେଠାରେ ସେ ବାରିଷ୍ଟର ଡିଗ୍ରୀ ହାସଲ କରିଥିଲେ।
ଗାନ୍ଧିଜୀଙ୍କୁ ଅନେକ ଥର ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟର ସାମ୍‌ନା କରିବାକୁ ପଡିଥିଲା ଏମିତିକି ତାଙ୍କୁ ଟ୍ରେନରୁ ଧକ୍କା ଦେଇ ବାହାର କରିଦିଆଯାଇଥିଲା।
ନୋବେଲ ପୁରସ୍କାର ପାଇଁ ୫ଥର ମହାମତ୍ା ଗାନ୍ଧୀ ନୋମିନେଟ ହୋଇଥିଲେ ବି ତାଙ୍କୁ ତାହା ମିଳିପାରି ନ ଥିଲା।
ଦୁନିଆର ସବୁଠୁ ବଡ଼ ମୋବାଇଲ କମ୍ପାନୀ ଆପଲ୍‌ର ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସ ଗାନ୍ଧିଜୀଙ୍କୁ ସମ୍ମାନ ଦେବା ପାଇଁ ଗୋଲ୍‌ ଚଷମା ପିନ୍ଧିଥିଲେ।
ଛୋଟ ସଡ଼କକୁ ବାଦ୍‌ଦେଲେ ଭାରତରେ ଗାନ୍ଧିଜୀଙ୍କ ନାମରେ ୫୦ରୁ ଊର୍ଦ୍ଧ୍ୱ ସଡ଼କ ରହିଛି। ବିଦେଶରେ ବି ପାଖାପାଖି ୬୦ଟି ସଡ଼କ ରହିଛି ତାଙ୍କ ନାମରେ।
ଜାନୁୟାରୀ ୩୦ରେ ନାଥୁରାମ ଗଡ୍‌ସେ ଗାନ୍ଧିଜୀଙ୍କୁ ଗୁଳିକରି ହତ୍ୟା କରିଥିଲେ। ଗାନ୍ଧିଜୀଙ୍କ ଅନ୍ତିମଯାତ୍ରା ଭାରତର ସବୁଠାରୁ ବଡ଼ ବୋଲି କୁହାଯାଏ। ଏହାର ଲମ୍ବ ଥିଲା ୮ କିଲୋମିଟର । ତାଙ୍କୁ ଅନ୍ତିମ ବିଦାୟ ଦେବା ଲାଗି ପ୍ରାୟ ୧୫ ଲକ୍ଷ ଲୋକ ରାସ୍ତା କଡ଼ରେ ଠିଆ ହୋଇଥିଲେ।
ଦେହାନ୍ତ ହେବାର ଦୀର୍ଘ ୨୧ ବର୍ଷ ପରେ ଇଂଲଣ୍ଡ ତାଙ୍କ ସମ୍ମାନାର୍ଥେ ଏକ ଷ୍ଟାମ୍ପ୍‌ ରିଲିଜ କରିଥିଲା।
‘ମହାମତ୍ା’ ଟାଇଟଲ୍‌ ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଠାକୁର ହିଁ ଦେଇଥିଲେ।
ଗାନ୍ଧୀ ମେମୋରିଆଲ ମ୍ୟୁଜିୟମ ତାମିଲନାଡୁର ମଦୁରାଇ ସହରରେ ପ୍ରତିଷ୍ଠା କରାଯାଇଥିଲା। ନାଥୁରାମ ଗୁଳି କରିବା ପରେ ଗାନ୍ଧିଜୀଙ୍କ ରକ୍ତଭିଜା ବସ୍ତ୍ର ଏଠାରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri