Posted inଖେଳ

ଅଲିମ୍ପିକ୍‌ ଜ୍ୟୋତି ପ୍ରଦର୍ଶନକୁ ବାତିଲ କଲା ଜାପାନ

ଟୋକିଓ, ୭।୪ (ପି.ଟି.)- କୋଭିଡ୍‌-୧୯ ସାରା ବିଶ୍ୱ ମହାମାରୀର ରୂପ ନେଇଥିବା ବେଳେ ଅଲିମ୍ପିକ୍ସ ଆୟୋଜକ ଦେଶ ଜାପାନ ଏକ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ନେଇଛି। ଜାପାନ ଅଲିମ୍ପିକ୍ସ ଜ୍ୟୋତି ପ୍ରଦର୍ଶନକୁ ଜାପାନ ବାତିଲ କରିଛି। ୨୦୨୦ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିବା ବେଳେ ଜ୍ୟୋତି ପ୍ରଦର୍ଶନକୁ ବାତିଲ କରାଯିବ ବୋଲି ପୂର୍ବରୁ ଆଶା କରାଯାଉଥିଲା।

ଜାପାନର ଫୁକୁଶିମାର ଉତ୍ତରପୂର୍ବାଞ୍ଚଳରେ ଗତ ଗୋଟିଏ ସପ୍ତାହ ହେବ ସର୍ବସାଧାରଣଙ୍କ ପାଇଁ ଜ୍ୟୋତି ପ୍ରଦର୍ଶିତ ହୋଇ ଆସୁଥିଲା। ତେବେ ଦେଶରେ କରୋନା ଭାଇରସ ସଂକ୍ରମଣ ବଢି ଚାଲିଥିବାରୁ ଅଲିମ୍ପିକ୍‌ ଆୟୋଜକମାନେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ରୀସ୍‌ରେ ପ୍ରଜ୍ୱଳିତ ହୋଇଥିବା ଏହି ଜ୍ୟୋତି ମାର୍ଚ୍ଚ ୨୦ ତାରିଖରେ ଜାପାନରେ ପହଞ୍ଚିଥିଲା। ୬ ଦିନ ପରେ ଏହି ଟର୍ଚ୍ଚ ରିଲେ ଆରମ୍ଭ ହୋଇଥାନ୍ତା ଓ ଜୁଲାଇ ୨୪ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଏହି ରିଲେ ଶେଷ ହେବାର କାର୍ଯ୍ୟକ୍ରମ ଥିଲା। କରୋନା ଭାଇରସ କାରଣରୁ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଛି। ତେଣୁ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ୨୦୨୧ ଜୁଲାଇ ୨୩ରେ ଆୟୋଜନ ହେବ।

ଅଲିମ୍ପିକ୍ସ ସ୍ପିରିଟ୍‌କୁ ବଞ୍ଚାଇ ରଖିବା ପାଇଁ ସ୍ଥାନୀୟ ଆୟୋଜକ ଏହି ଜ୍ୟୋତିକୁ ଫୁକୁଶିମାରେ ଏକ ଲଣ୍ଠନରେ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିଲେ। ଫୁକୁଶିମାରୁ ଟର୍ଚ୍ଚ ରିଲେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ଏପ୍ରିଲ ଶେଷ ପର୍ଯ୍ୟନ୍ତ ଏହି ଜ୍ୟୋତିକୁ ପ୍ରଦର୍ଶନ କରିବା ଲକ୍ଷ୍ୟ ରଖିଥିଲୁ। ତେବେ ପରସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଟୋକିଓ ୨୦୨୦ ଆୟୋଜକ କମିଟି ମୁଖପାତ୍ର କହିଛନ୍ତି। ତେବେ ଲୋକେ ଏକତ୍ରିତ ହେବାର ସମ୍ଭାବନା ଥିବାରୁ ସେ ଏହି ଜ୍ୟୋତିକୁ କେଉଁଠାରେ ରଖାଯିବ ସେନେଇ ସେ କିଛି କହିନାହାନ୍ତି। କରୋନା ଭାଇରସ ସଂକ୍ରମଣ କାରଣରୁ ଅଲିମ୍ପିକ୍‌ ଜ୍ୟୋତିର ଯାତ୍ରାରେ ସବୁ ପ୍ରକାର ସମସ୍ୟା ଦେଖା ଦେଇଥିଲା। ଲୋକେ ଏକତ୍ରିତ ହେବାର ଆଶଙ୍କା ଦୃଷ୍ଟିରେ ରଖି ଗ୍ରୀକ୍‌ରୁ ଜାପାନ ଆସିବା ପର୍ଯ୍ୟନ୍ତ ଅଲିମ୍ପିକ ଜ୍ୟୋତିର ଯାତ୍ରା ବେଶ୍‌ ନିରାଡମ୍ବର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri